Advertisment

ବରିଷ୍ଠ ଥାଇ କନିଷ୍ଠଙ୍କୁ ଚୌକି ! ଆତ୍ମସମ୍ମାନକୁ ବାଧିଛି କହିଲେ ଜଷ୍ଟିସ ରଘୁବୀର ଦାସ

OHRC ସଦସ୍ୟ ପଦରୁ ଜଷ୍ଟିସ ରଘୁବୀର ଦାସଙ୍କ ଇସ୍ତଫା । ଜଷ୍ଟିସ ଶତ୍ରୁଘନ ପୂଜାହାରୀ OHRC ଅଧ୍ୟକ୍ଷ ନିଯୁକ୍ତ ।

author-image
Satyendu Shekher Mishra
OHRC

OHRC

ଅଭିଜ୍ଞତା ଥାଇ ଅଣଦେଖା । ସିନିୟର ଥାଉ ଥାଉ ଜୁନିଅରଙ୍କୁ ଚୌକି । ନିକଟରେ OHRC ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ଜଷ୍ଟିସ୍ ଶତ୍ରୁଘନ ପୂଜାହାରୀଙ୍କୁ ନିଯୁକ୍ତି ଦେବା ପରେ ୟାକୁ ନେଇ ଯେତିକି ଚର୍ଚ୍ଚା ଆଲୋଚନା ଚାଲିଥିଲା, ତାହା ଆହୁରି ଚର୍ଚ୍ଚିତ ହୋଇଛି ଓଡ଼ିଶା ମାନବାଧିକାର କମିଶନ ସଦସ୍ୟ ପଦରୁ 
ଜଷ୍ଟିସ ରଘୁବୀର ଦାସଙ୍କ ଇସ୍ତଫାକୁ ନେଇ ।

Advertisment

ଗତ ୯ ତାରିଖରେ ରାଜ୍ୟପାଳଙ୍କ ନିକଟକୁ ପଠାଇଥିବା ଇସ୍ତଫା ପତ୍ରରେ ଜଷ୍ଟିସ୍ ରଘୁବୀର ଦାସ ସ୍ପଷ୍ଟ ଭାବେ ଲେଖିଛନ୍ତି, ନୂଆ ଅଧ୍ୟକ୍ଷ ଜଷ୍ଟିସ୍ ପୂଜାହାରୀ ବେଶ୍ ଦକ୍ଷ, ହେଲେ ହାଇକୋର୍ଟ ଜଜ୍ ଭାବେ ସେ ତାଙ୍କଠୁ ଜୁନିୟର । ତେଣୁ ପୂଜାହାରୀଙ୍କ ଅଧୀନରେ ସଦସ୍ୟ ଭାବେ କାର୍ଯ୍ୟ କରିବାକୁ ବିବେକ ବାଧାଦେଲା । ତେଣୁ ମୁଁ ଇସ୍ତଫା ଦେଇଛି । ତେଣେ ଜଷ୍ଟିସ ରଘୁବୀରଙ୍କ ଏଭଳି ନିଷ୍ପତ୍ତିକୁ ଅବସରପ୍ରାପ୍ତ ବିଚାରପତି ଓ ବରିଷ୍ଠ ଆଇନଜୀବୀ ସଠିକ୍ ଦର୍ଶାଇଥିବାବେଳେ ବରିଷ୍ଠ ଥାଇ କନିଷ୍ଠଙ୍କୁ OHRCର ଅଧ୍ୟକ୍ଷ ପଦରେ ବସାଇବା ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି । କହିଛନ୍ତି ଏଭଳି ଚୟନ ପ୍ରକ୍ରିୟାରେ ଜଣେ ଅଭିଜ୍ଞତାସମ୍ପନ୍ନ ବ୍ୟକ୍ତି ନିଶ୍ଚେ କାମ କରିବାବେଳେ ଅଣନିଶ୍ୱାସୀବୋଧ ଅନୁଭବ କରିବେ ।

ସେପଟେ ଜଷ୍ଟିସ ରଘୁବୀର ଦାସଙ୍କ ଇସ୍ତଫା ପରେ ସିଧା ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ । ବିଜେପି କହିଛି ଏହା କୁଶାସନର ଏକ ବଡ଼ ନମୁନା । ସେହିପରି କଂଗ୍ରେସ କହିଛି ଏ ସରକାର ଅମଳରେ କିଛି ନୀତିନିୟମ ନାହିଁ । ପ୍ରଶାସନିକ କ୍ଷେତ୍ର ହେଉ କି ମନ୍ତ୍ରୀମଣ୍ଡଳ, ସବୁଠି ଅଭିଜ୍ଞ ଥାଉ ଥାଉ ଅନଭିଜ୍ଞଙ୍କୁ ଅଗ୍ରାଧିକାର ଦିଆଯାଉଛି । ଜବାବରେ ବିଜେଡି କହିଛି OHRC ଅଧ୍ୟକ୍ଷ ନିଯୁକ୍ତି ବିଧି ମୁତାବକ ହୋଇଛି । ଜଷ୍ଟିସ୍ ରଘୁବୀର ଦାସଙ୍କ ଇସ୍ତଫା ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ।

Advertisment

ଓଡ଼ିଶା ମାନବାଧିକାର କମିଶନ ଅଧ୍ୟକ୍ଷଙ୍କୁ ଦିଆଯାଉଥିବା ନିଯୁକ୍ତି କମିଟିରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଓ ବାଚସ୍ପତି ପ୍ରମୁଖ ରହିଥାନ୍ତି । ତାଙ୍କ କାର୍ଯ୍ୟକାଳ ଅବଧି ୩ବର୍ଷ ଓ ବୟସ ସୀମା ୭୦ ରଖାଯାଇଛି ।

BJD BJP Odisha Politics
Advertisment
Advertisment