/odishatv-khabar/media/post_attachments/uploadimage/library/16_9/16_9_0/IMFA_1688104924.jpg)
IMFA
ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ ପକ୍ଷରୁ ପ୍ରଫେସର ଘନଶ୍ୟାମ ଦାଶ ବୃତ୍ତି ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି । ଇଞ୍ଜିନିଅରିଂ, ମେଡିସିନ୍ ଏବଂ ଉଦାରବାଦୀ କଳା କ୍ଷେତ୍ରରେ ପେସାଦାର ଡିଗ୍ରୀ ହାସଲ କରିବା ପାଇଁ ପ୍ରତିବର୍ଷ ୬ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ପ୍ରଦାନ କରାଯାଏ । ଏହି ବୃତ୍ତି ଅନ୍ତର୍ଗତ ଏକାଡେମିକ୍ ଫି’ର ୯୦ ପ୍ରତିଶତ ଓ ୪ ବର୍ଷ ମଧ୍ୟରେ ହେବାକୁ ଥିବା ଅନ୍ୟ ଖର୍ଚ୍ଚକୁ ମିଶାଇ ପ୍ରତି ବୃତ୍ତିଧାରୀଙ୍କୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଏ ।
Advertisment
୨୦୨୨-୨୩ ଶିକ୍ଷା ବର୍ଷରେ ୩ ଜଣ ବୃତ୍ତିଧାରୀ ବିଭିନ୍ନ ଆଇଆଇଟି ଏବଂ ଅନ୍ୟ ୩ ଜଣ ଏନଆଇଟି ରାଉରକେଲା, ଭିସୁଟ୍ ବୁର୍ଲା ଓ ଏମକେସିଜି ମେଡିକାଲ କଲେଜରେ ଶିକ୍ଷା ଲାଭ କରୁଛନ୍ତି । ୨୦୦୫ ମସିହାରୁ ଇମ୍ଫା ପକ୍ଷରୁ ଆରମ୍ଭ ହୋଇଥିବା ଏହି ମେଧା ବୃତ୍ତି ଖ୍ୟାତିସମ୍ପନ୍ନ ଐତିହାସିକ ସ୍ବର୍ଗତ ପ୍ରଫେସର ଘନଶ୍ୟାମ ଦାଶଙ୍କ ନାମରେ ନାମିତ କରାଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)