• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ଭାରତୀୟ ଇତିହାସରେ ଯୋଡି ହୋଇଛି ନୂଆ ଅଧ୍ୟାୟ । ସଂସଦର ନୂତନ ଭବନକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପାରମ୍ପରିକ ପୂଜାର୍ଚ୍ଚନା ଓ ବେଦ ମନ୍ତ୍ର ଉଚ୍ଚାରଣ ପରେ ପ୍ରଧାନମନ୍ତ୍ରୀଙ୍କୁ ସେଙ୍ଗୋଲ ପ୍ରଦାନ କରିଥିଲେ । ତାମିଲନାଡୁ ଧର୍ମପୁରମ୍ ଅଧିନମ୍ । ପ୍ରଧାନମନ୍ତ୍ରୀ ସେଙ୍ଗୋଲକୁ ସାଷ୍ଟାଙ୍ଗ ପ୍ରଣାମ କରିବା ସହ ଅଧିନମ୍ ମାନଙ୍କ ଆଶୀର୍ବାଦ ଲୋଡିଥିଲେ ।

ଏହାପରେ ନୂଆ ସଂସଦ ଭବନରେ ଲୋକସଭା ବାଚସ୍ପତିଙ୍କ ଆସନ ନିକଟରେ ସ୍ଥାପିତ ହୋଇଥିଲା ସେଙ୍ଗୋଲ । ଏଥିସହ ସଂସଦର ନୂତନ ସୌଧକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିଥିଲେ । ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଉପସ୍ଥିତ ଥିଲେ । 

ଏହି ଅବସରରେ ପ୍ରଧାନମନ୍ତ୍ରୀ ନୂତନ ସଂସଦ ଭବନ ନିର୍ମାଣରେ ଉଲ୍ଲେଖନୀୟ ଅବଦାନ ରଖିଥିବା କର୍ମଚାରୀମାନଙ୍କୁ ପ୍ରଧାନମନ୍ତ୍ରୀ ସମ୍ମାନିତ କରିଥିଲେ । ଓଡ଼ିଶା ଚାନ୍ଦିପୁରର ପୁରଞ୍ଜନ ଦଳାଇ ସମ୍ମାନିତ ହୋଇଥିଲେ । ସେ ସଂସଦ ଭବନ  ନିର୍ମାଣ ବେଳେ ସମସ୍ତଙ୍କ ପାଇଁ ଚା ଜଳଖିଆ ବ୍ୟବସ୍ଥା କରିଥିଲେ । ଏହାପରେ ସର୍ବଧର୍ମ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା ।