• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଏବେ ଗାଁ ଗାଁରେ ଚାଲିଛି ରାମଳୀଳା । ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ର, ଲକ୍ଷ୍ମଣ, ସୀତା ଓ ରାବଣଙ୍କୁ ନେଇ ନାଟକ ପରିବେଷଣ କରାଯାଉଛି । ଅଭିନୟ ଭିତରେ କଳାକାରମାନେ ଏମିତି ମଜିଯାଇଛନ୍ତି ଯେ ସତେ କି ମନେ ହେବ ସେହି ତ୍ରେତୟା ଯୁଗକୁ ସମସ୍ତେ ପଳାଇଗଲେ । ବର୍ଷେ କି ୧୦ ବର୍ଷ ନୁହେଁ ବରଂ ୩୦୦ ବର୍ଷ ହେଲାଣି ଚାଲିଛି ରାମଲୀଳା । ଆଜାକାଲି ତ ଗାଁ ଗାଁରେ ଏଇ ପର୍ବ ଆୟୋଜନ ହେଉଛି, ତେବେ ଏଥିରେ ଅଧିକ କଣ?  କିନ୍ତୁ ସୁବର୍ଣ୍ଣପୁର ବିନିକା ସହରର ଉର୍ଲେ ରଘୁନାଥ ମନ୍ଦିର ପାଖରେ ଚାଲିଥିବା ରାମଲୀଳାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଚୈତ୍ରଶୁକ୍ଲ ପକ୍ଷ ରାମନବମୀରୁ ଆରମ୍ଭ ହୋଇ ୧୫ ଦିନ ଧରି ଚାଲିଥାଏ ଏହି ରାମଲୀଳା ଯାତ୍ରା ।

ଉର୍ଲେରେ ଏବେ ଦେଖିବାକୁ ମିଳୁଛି ମହାରାଜା ରାବଣଙ୍କର ରାଜୁତି । ରାବଣ କୁବେରଙ୍କଠାରୁ ଲଙ୍କାପୁର ପ୍ରାପ୍ତି ଓ ପୁଷ୍ପକ ବିମାନ ପ୍ରାପ୍ତି ପରେ ଭାରି ଖୁସିରେ କରୁଛନ୍ତି ରାଜୁତି । ସେପଟେ ଏହାରି ମଧ୍ୟରେ ହଠାତ୍‌ ରାବଣଙ୍କ ପାଖକୁ ଖବର ଯାଏ ଲକ୍ଷ୍ଣଣ ସୁର୍ପନକାର ନାକ ଛେଦନ କରିଛନ୍ତି । ଏହାପରେ ପ୍ରତିଶୋଧ ପ୍ରଣାୟନ ହୋଇ ବାବାଜୀ ବେଶରେ ଆସି ଭିକ୍ଷା ମାଗିବା ସହ ଛଳନା କରି ସୀତାଙ୍କୁ ଚୋରି କରି ପୁଷ୍ପକ ବିମାନରେ ଲଙ୍କାପୁରୀକୁ ନେଇଥିଲେ । ସେପଟେ ରାମ ଲକ୍ଷ୍ମଣ ଏଇ ଖବର ପାଇବା ପରେ ଚାରିଆଡେ ସୀତାଙ୍କୁ ଖୋଜିଥିଲେ । ହେଲେ ରାବଣଙ୍କ ଦମଦାର ଅଭିନୟ ପାହାନ୍ତିଆ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିପାରିଥିଲା ।

ରାମଲୀଳା ଯାତ୍ରାକୁ ଆଜି ବି ବଂଚାଇ ରଖିଛନ୍ତି ଉର୍ଲେ ଗାଁର ରଘୁନାଥ ନାଟ୍ୟ ସସଂଦ ଏବଂ ଗ୍ରାମବାସୀ ମାନେ । ଏଇ ଯାତ୍ରା ପ୍ରତ୍ୟେକ ବର୍ଷ ପାଳନ ହେଉଥିବା ବେଳେ କଳାକାର ମାନେ ଉପବାସ ରହିବା ସହିତ ପୌରାଣିକ ଢଙ୍ଗରେ ସ୍ଥାନୀୟ କଳାକାରଙ୍କୁ ବିଭିନ୍ନ ବେଶରେ ଏମିତି ଢଙ୍ଗରେ ସଜାଯାଏ । ତେବେ ମହାରାଜା ରାବଣଙ୍କର ସଂଳାପ,ପାରିଷଦ ବର୍ଗଙ୍କ ସହିତ ରାମ ନିଧନ ପାଇଁ ମନ୍ତ୍ରଣା ଆଦି ଅଭିନୟ ଦେଖିବାକୁ ପ୍ରଥମ ଦିନରୁ ହିଁ ଲୋକଙ୍କର ସମାଗମ ହେଉଥିଲା । ତେଣୁ ଆଗାମୀ ଦିନରେ ବି ଏହି ପରମ୍ପରା ଏମିତି ବଜାୟ ରହିବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

 

  • Reported by:
  • Dilip Sahoo