ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଲୋକସଭା ସିଟ୍ ନବରଙ୍ଗପୁର। ଆଦିବାସୀ ବହୁଳ ଏହି ସଂସଦୀୟ କ୍ଷେତ୍ରରେ ଯେବେ ଭୋଟ୍ ହୁଏ, ପ୍ରତ୍ୟେକ ଦଳର ନଜର ଏଠିକାର ବଙ୍ଗୀୟ ମତଦାତାଙ୍କ ଉପରେ।
ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଲୋକସଭା କ୍ଷେତ୍ର ନବରଙ୍ଗପୁରରେ କାହା ଭାଗ୍ୟ ବଦଳାଇବେ ବଙ୍ଗୀୟ ଭୋଟର ? କାହା ମୁଣ୍ଡରେ ସୁନା କଳସ ଢାଳିବେ ଏହି ଅଣ ଓଡ଼ିଆ ମତଦାତା ? ଦକ୍ଷିଣ ଓଡ଼ିଶାରେ ବଙ୍ଗୀୟ ମତଦାତାଙ୍କ ହଟସ୍ପଟ୍ ସାଜିଥିବା ଏହି ଆଦିବାସୀ ବହୁଳ ସଂସଦୀୟ କ୍ଷେତ୍ର ଏବେ ପ୍ରତ୍ୟେକ ଦଳର ଫୋକସରେ।
ଆକ୍ସନ ମୋଡରେ ନିର୍ବାଚନ କମିଶନ୍। ବିଜେଡି ପାଇଁ କାମ କରୁଥିବା ଅଧିକାରୀଙ୍କ ବଢିଲାଣି ଟେନସନ୍! ଗୁରୁବାର ମିଶନ ଶକ୍ତିରୁ IAS ସୁଜାତା କାର୍ତ୍ତିକେୟନଙ୍କୁ ବଦଳି ନିର୍ଦ୍ଦେଶ।
ସୁପର୍ ସଣ୍ଡେରେ ଭୁବନେଶ୍ୱରରେ ବିଜେପିର ସୁପର ସୋ'। ଅପରାହ୍ଣରେ ସଭାପତି ନଡ୍ଡା, ରାତିରେ ପିଏମ୍ ମୋଦି। ଗ୍ରୀଷ୍ମ ତାତିକୁ ବଳି ବଢ଼ିବ ନିର୍ବାଚନୀ ପାରା, ଜୋରରେ ତେଜିବ ପ୍ରଚାର ଅଭିଯାନ। ବିଜେପିର ମିଶନ୍ ଓଡ଼ିଶା ଲକ୍ଷ୍ୟରେ କାଲିଠୁ ଓଡ଼ିଶାରେ ପ୍ରଚାର ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଓଡ଼ିଶା ବାହାର ଲୋକ ଦ୍ୱାରା ରାଜ୍ୟ ଚଳାଇବା ଓଡ଼ିଶା ପାଇଁ ଶୁଭଙ୍କର ନୁହେଁ । ୨ ଦିନିଆ ରାୟଗଡ଼ା ଜିଲ୍ଲା ଗସ୍ତରେ ଆସି ଏହା କହିଛନ୍ତି ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଫାୟାରବ୍ରାଣ୍ଡ୍ ନେତା ବିପ୍ଳବ କୁମାର ଦେବ ।
ବିଧାୟକ ସମୀର ଦାଶଙ୍କୁ ନେଇ ନିମାପଡା ବିଜେଡିରେ କମ୍ପନ । ସମୀର ଦାଶଙ୍କ ପ୍ରାର୍ଥୀତ୍ୱର ପୁନର୍ବିଚାର କରାନଯିବା ପ୍ରତିବାଦରେ ଆୟୋଜିତ ହୋଇଥିଲା ପ୍ରତିବାଦ ସଭା । ଯେଉଁଠି ଦଳୀୟ ନେତୃତ୍ୱଙ୍କୁ ଖୋଲା ସମାଲୋଚନା କରିଛନ୍ତି ସମୀରଙ୍କ ସମର୍ଥକ ।
‘ମୋର ପ୍ରିୟ କେନ୍ଦ୍ରାପଡ଼ାର ଭାଇ ଭଉଣୀମାନେ, ଆପଣମାନଙ୍କ ଶୁଭକାମନା ପାଇଁ ହୃଦୟରୁ ଧନ୍ୟବାଦ..ମୁଁ ପ୍ରଭୁ ବଳଦେବଜୀଉଙ୍କୁ ପ୍ରାର୍ଥନା କରୁଛି ମୋତେ ଆଶୀର୍ବାଦ ଦେବେ କି ଯେତେ ଶୀଘ୍ର ସମ୍ଭବ ମୁଁ ପୁଣିଥରେ ମଇଦାନକୁ ଓହ୍ଲେଇକି ମୋ କେନ୍ଦ୍ରାପଡ଼ାର ଜନସାଧାରଣଙ୍କ ସହ ମିଶିପାରିବି’।
ଓଡ଼ିଶାର ନେତୃତ୍ୱ ନେବା ଦରକାର ଜଣେ ମାଟିର ପୁଅ । ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ମତ ରଖି ଏଭଳି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ।
କଂଗ୍ରେସର ଟିକଟ୍ ରିଟର୍ଣ୍ଣ ଟ୍ରେଣ୍ଡ୍ । କାରଣ ହେଲା ପ୍ରାର୍ଥୀଙ୍କୁ ପାର୍ଟି ଫଣ୍ଡିଂ ନକରିବା । ଜଣକ ପରେ ଜଣେ ପ୍ରାର୍ଥୀ ଟିକେଟ ଫେରାଉଛନ୍ତି । ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି ପାର୍ଟିଂ ପଣ୍ଡିଂ କରୁନଥିବାରୁ ନିର୍ବାଚନ ଲଢିବା ସମ୍ଭବ ନୁହେଁ ବୋଲି ରୋକ୍ ଠୋକ୍ ଶୁଣାଇ ଟିକେଟ ଫେରାଇଛନ୍ତି ।
କଳା ଓ ସଂସ୍କୃତି କ୍ଷେତ୍ରରେ ସମୃଦ୍ଧ ଓଡ଼ିଶା ନିଜ ନେତା ସୃଷ୍ଟି ପାଇଁ ସକ୍ଷମ। ଓଡ଼ିଶା ଭଳି ରାଜ୍ୟର ନେତା ନିଜ ମାଟିର ପୁଅ ହୁଅନ୍ତୁ। ଏଭଳି ସମୃଦ୍ଧ ରାଜ୍ୟକୁ ତା’ ମାଟିର ନେତା ପରିଚାଳନା କରିବା ଉଚିତ। ଓଡ଼ିଆ ଅସ୍ମିତା ସମ୍ପର୍କିତ ପ୍ରଶ୍ନରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆଜି ଏପରି ଢ଼ଙ୍ଗରେ ଉତ୍ତର ରଖିଛନ୍ତି।
କଂଗ୍ରେସର ବରିଷ୍ଠ ନେତା ତଥା ପାରଳାଖେମୁଣ୍ଡି ବିଧାନସଭା ପ୍ରାର୍ଥୀ ବିଜୟ ପଟ୍ଟନାୟକ ଅସୁସ୍ଥ ହୋଇପଡ଼ିଛନ୍ତି। ପ୍ରବଳ ଖରାରେ ପ୍ରଚାର କରିବା ଯୋଗୁ ତାଙ୍କୁ ଅଂଶୁଘାତ ହୋଇଯାଇଥିଲା।
ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ଏକ ବିଶାଳ ଜନସମାବେଶକୁ ସମ୍ବୋଧନ କରିବେ । ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ସୂଚନା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିରେ ବୈଦେଶିକ ନୀତିରେ ବଡ଼ ସଂସ୍କାର ଆସିବ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ଏଡିଟର୍ସ ମିଟରେ ଏକଥା କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ।
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୪ ସଂସଦୀୟ କ୍ଷେତ୍ରରେ ୩୭ ପ୍ରାର୍ଥୀଙ୍କ ଭିତରୁ ୧୯ ପ୍ରତିଶତଙ୍କ ନାଁରେ ରହିଛି ଅପରାଧିକା ମାମଲା । ଅର୍ଥାତ ୭ ପ୍ରାର୍ଥୀଙ୍କ ନାଁରେ ବିଭିନ୍ନ ଅପରାଧ ମାମଲା ରହିଛି ।
ଆସନ୍ତା ସପ୍ତାହରେ ପୁଣି ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ। ୧୦ରେ ଭୁବନେଶ୍ୱରରେ ରୋଡ୍ ସୋ କରିବେ । ୧୧ ତାରିଖରେ ବଲାଙ୍ଗିର ସାଧାରଣ ସଭାରେ ଯୋଗଦେବେ।
ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ଏକ ବିଶାଳ ଜନସମାବେଶକୁ ସମ୍ବୋଧନ କରିବେ । ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ସୂଚନା ଦେଇଛନ୍ତି ।
ତିନି ଦଳ ତିନି ମହିଳାଙ୍କୁ ଟିକେଟ ଦେଇଛନ୍ତି। କିଏ ଜିତିବ ଜନତାଙ୍କ ମନ ?
ଓଡ଼ିଶାରେ ଅଧିକ ସିଟ୍ ହାତେଇବା ପାଇଁ ଲକ୍ଷ୍ୟ ରଖିଛି ବିଜେପି। ଏଣୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର। ଆଜି ଓ କାଲି ସେ ଦୁଇଦିନ ଓଡ଼ିଶାରେ ରହିବେ। ସେହିଭଳି ୫ତାରିଖ ଅପରାହ୍ନରେ ଆସିବେ BJP ଅଧ୍ୟକ୍ଷ ଜେପି ନଡ୍ଡା।
ମେ ୨୫ ତାରିଖରେ ତୃତୀୟ ପର୍ଯ୍ୟାୟରେ ପୁରୀରେ ହେବ ନିର୍ବାଚନ। ତୃତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ମେ ୬ ତାରିଖ ରହିଛି। ଏହି ସମୟରେ ପୁରୀ ସାଂସଦ ପ୍ରାର୍ଥୀ ଟିକେଟ୍ ଫେରାଇଦେବା ନିହାତି ଭାବେ କଂଗ୍ରେସ ପାଇଁ ଶକ୍ତ ଧକ୍କା।
ଆଜି ନିର୍ବାଚନ ପ୍ରଚାର ପାଇଁ ୪ଟି ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ଯିବେ ।
କଟକ ଚୌଦ୍ୱାର ଥାନା IIC ବିଶ୍ୱରଂଜନ ସାହୁ ଏବଂ SI ସରସ୍ୱତୀ ସାହୁଙ୍କୁ ବଦଳି ପାଇଁ ଟୁଇନସିଟି ପୋଲିସ କମିଶନର ଏବଂ ପୋଲିସ ଡିଆଇଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୁଜାତା, ପଦବୀର ଅପବ୍ୟବହାର କରୁଥିବା ଏବଂ ସରକାରୀ ଅଧିକାରୀ ହୋଇ ବିଜେଡି ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ କରିଥିଲା ବିଜେପି ।
ସୁଜାତା କାର୍ତ୍ତିକେୟନଙ୍କୁ ଗତକାଲି ବଦଳି ନିର୍ଦ୍ଦେଶ ଦେଇଥିଲେ ECI । ବିଜେପିର ସାଙ୍ଘାତିକ ଅଭିଯୋଗ ପରେ ବଦଳି ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ।
ଭୁବନେଶ୍ୱରରୁ ସମ୍ବଲପୁର, କଟକରୁ କେଉଁଝର। ୩ ପ୍ରମୁଖ ଦଳର ଯୋଦ୍ଧା ନିଜର କର୍ମୀ, ସମର୍ଥକ ଏବଂ ଦଳୀୟ ନେତାଙ୍କୁ ସାଙ୍ଗରେ ନେଇ ନାମାଙ୍କନ ଭରିଛନ୍ତି।
ପ୍ରଥମ କରି ନିର୍ବାଚନ ପ୍ରଚାରରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସୋମବାର ବ୍ରହ୍ମପୁର ଓ ନବରଙ୍ଗପୁରରେ କରିବେ ସଭା ।