• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୪ ସଂସଦୀୟ କ୍ଷେତ୍ରରେ ୩୭ ପ୍ରାର୍ଥୀଙ୍କ ଭିତରୁ ୧୯ ପ୍ରତିଶତଙ୍କ ନାଁରେ ରହିଛି ଅପରାଧିକ ମାମଲା । ଅର୍ଥାତ ୭ ପ୍ରାର୍ଥୀଙ୍କ ନାଁରେ ବିଭିନ୍ନ ଅପରାଧ ମାମଲା ରହିଛି । ୬ ଜଣଙ୍କ ନାଁରେ ରହିଛି ଅପରାଧିକ ଷଡ଼ଯନ୍ତ୍ର, ହତ୍ୟା, ହତ୍ୟା ଉଦ୍ୟମ, ଠକେଇ, ମହିଳା ବିରୋଧୀ ଅପରାଧ, ଲାଞ୍ଚ ନେବା ଭଳି ଗୁରୁତର ମାମଲା ।

ପ୍ରଥମ ପର୍ଯ୍ୟାୟ ଭୋଟ୍ ନେଇ ADR ଓ ଓଡ଼ିଶା ଇଲେକ୍ସନ୍ ୱାଚର ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି। ତିନି ଜଣ ପ୍ରାର୍ଥୀ ଦଶମ ପାସ୍ କରି ନାହାନ୍ତି । ଜଣେ ମାଡି ନାହାନ୍ତି ସ୍କୁଲ ହତା । ୭ ଜଣଙ୍କର ଶିକ୍ଷାଗତ ଯୋଗ୍ୟତା ଦଶମ ପାସ ହୋଇଥିବା ବେଳେ ୫ ଜଣ ଦ୍ୱାଦଶ, ୧୦ ଜଣ ସ୍ନାତକ ଓ ୨ ଜଣ ଡକ୍ଟରେଟ୍ ଡିଗ୍ରୀଧାରୀ ଅଛନ୍ତି ।

ସେହିପରି ୩୭ରୁ ୧୭ ଲୋକସଭା ପ୍ରାର୍ଥୀ କୋଟିପତି । ମୋଟ ୪୧ କୋଟି ୮୯ ଲକ୍ଷ ଟଙ୍କାର ସମ୍ପତ୍ତି ସହ ବିଜେପିର କଳାହାଣ୍ଡି ଲୋକସଭା ପ୍ରାର୍ଥୀ ମାଳବିକା କେଶରୀ ଦେଓ ପ୍ରଥମ ପର୍ଯ୍ୟାୟର ସବୁଠୁ ଧନୀ । ୨୦ ହଜାର ୬୨୫ ଟଙ୍କାର ସମ୍ପତ୍ତି ସହ କୋରାପୁଟର SUCI ପ୍ରାର୍ଥୀ ପ୍ରମିଳା ପୂଜାରୀ ସବୁଠୁ ଗରିବ ।

ପ୍ରଥମ ପର୍ଯ୍ୟାୟ ଲଢ଼େଇରେ ଭାଗ୍ୟ ପରୀକ୍ଷା କରାଇବେ ୭ ମହିଳା ପ୍ରାର୍ଥୀ । ୨୫ ରୁ ୫୦ ବର୍ଷ ବୟସ ବର୍ଗରେ ୨୪ ଜଣ ପ୍ରାର୍ଥୀ ଅଛନ୍ତି । ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଲୋକସଭା ଓ ୨୮ ବିଧାନସଭା ଆସନରେ ଭୋଟିଂ ହେବ । ଏଡିଆର ସର୍ଭେ ରିପୋର୍ଟରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କର ଅପରାଧିକ, ଶିକ୍ଷାଗତ, ଆର୍ଥିକ ସହ ଅନ୍ୟାନ୍ୟ ବିବରଣୀ ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଛି ।