Advertisment

ଓଡ଼ିଶା ଭଳି ରାଜ୍ୟର ନେତା ନିଜ ମାଟିର ପୁଅ ହୁଅନ୍ତୁ: ଜୟଶଙ୍କର

କଳା ଓ ସଂସ୍କୃତି କ୍ଷେତ୍ରରେ ସମୃଦ୍ଧ ଓଡ଼ିଶା ନିଜ ନେତା ସୃଷ୍ଟି ପାଇଁ ସକ୍ଷମ। ଓଡ଼ିଶା ଭଳି ରାଜ୍ୟର ନେତା ନିଜ ମାଟିର ପୁଅ ହୁଅନ୍ତୁ। ଏଭଳି ସମୃଦ୍ଧ ରାଜ୍ୟକୁ ତା’ ମାଟିର ନେତା ପରିଚାଳନା କରିବା ଉଚିତ। ଓଡ଼ିଆ ଅସ୍ମିତା ସମ୍ପର୍କିତ ପ୍ରଶ୍ନରେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଆଜି ଏପରି ଢ଼ଙ୍ଗରେ ଉତ୍ତର ରଖିଛନ୍ତି।

author-image
Manoranjan Behera
S Jaishankar

S Jaishankar

ମୋଦିଙ୍କ ଦୃଷ୍ଟିରେ ଓଡ଼ିଶାର ମର୍ଯ୍ୟାଦା ସ୍ୱତନ୍ତ୍ର। ଜି-୨୦ ସମ୍ମିଳନୀରେ ଓଡ଼ିଶାର କୋଣାର୍କ ଚକ୍ରକୁ ସ୍ଥାନିତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାର କଳା, ସଂସ୍କୃତିକୁ ମୋଦିଙ୍କ ଭଲ ପାଇବାର ଏହା ହେଉଛି ନିଦର୍ଶନ। ଭୁବନେଶ୍ବରରେ ଆୟୋଜିତ ଏକ ପ୍ରେସମିଟରେ ଏହା କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର।

Advertisment

ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ଏସ୍‌. ଜୟଶଙ୍କରଙ୍କ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶା ପ୍ରାକୃତିକ ସଂପଦ ଓ ପ୍ରତିଭାରେ ଭରପୂର। କଣ ନାହିଁ ଓଡ଼ିଶାରେ, କିନ୍ତୁ ଓଡ଼ିଶା ସେ ଅନୁପାତରେ ବିକଶିତ କି ? ଆଜିର ଓଡ଼ିଶାକୁ ଦେଖିଲେ ବିକାଶ ହୋଇଥିଲା ଭଳି ଲାଗୁଛି କି ? ଓଡ଼ିଶାର କଳା, ସଂସ୍କୃତି କେତେ ସମୃଦ୍ଧ ତାହା କହିବା ଅନାବଶ୍ୟକ। କୋଣାର୍କ ଚକ୍ରକୁ ଜି-୨୦ରେ ସାମିଲ କରାଯିବା ତାର ନିଦର୍ଶନ। ଏତେ ସବୁ ଥାଉ ଥାଉ ପ୍ରଧାନମନ୍ତ୍ରୀ କୋଣାର୍କ ଚକ୍ରକୁ କାହିଁକି ବାଛିଲେ। ଓଡ଼ିଶାରୁ ଯାହା ଆମେ ସମସ୍ତେ ଆଶା କରୁଛୁ, ତାହା ପାଉଛୁ କି ? କଳା, ସଂସ୍କୃତି କ୍ଷେତ୍ରରେ ସମୃଦ୍ଧ ଓଡ଼ିଶା ନିଜ ନେତା ସୃଷ୍ଟି ପାଇଁ ସକ୍ଷମ। ଓଡ଼ିଶା ଭଳି ରାଜ୍ୟର ନେତା ନିଜ ମାଟିର ପୁଅ ହୁଅନ୍ତୁ।

ଓଡ଼ିଶା ଲୋକଙ୍କ ମଧ୍ୟରେ ବହୁତ ଟ୍ୟାଲେଣ୍ଟ ଓ ଦକ୍ଷତା ରହିଛି। ମୋଦିଙ୍କ ବିକାଶକୁ ଆଗେଇ ନେଲା ଭଳି ସରକାର ଏଠି ହେବା ଉଚିତ। ଓଡ଼ିଶା ସହଯୋଗରେ ସଂସଦରେ ୪ଶହ ପାର୍ ହେବା ବିଶ୍ୱାସ ରହିଛି। ଓଡ଼ିଶାରେ ଥିବା ସଂପଦ ତୁଳନାରେ ରାଜ୍ୟର ବିକାଶ ହୋଇନି ବୋଲି କହିଛନ୍ତି ଜୟଶଙ୍କର। ଚଳିତ ନିର୍ବାଚନରେ ଓଡ଼ିଶାର ଲୋକ ମୋଦିଙ୍କୁ ସଶକ୍ତ କରିବା ନେଇ ବିଶ୍ୱାସ ରହିଛି। ଏଥିସହ ମୋଦିଙ୍କ ଗ୍ୟାରେଣ୍ଟି ସୀମା ପାର୍ ବି କାମ କରିଥାଏ। କେହି ଭାରତୀୟ ବାହାର ଦେଶରେ ଫସିଲେ ସେମାନଙ୍କୁ ଉଦ୍ଧାର କରାଯାଉଛି। ୟୁକ୍ରେନ, ସୁଦାନ, ଇସ୍ରାଏଲରୁ ଓଡ଼ିଶା ଲୋକଙ୍କୁ ଉଦ୍ଧାର କରାଯାଇଛି।

Advertisment

ସେ ଆହୁରି କହିଛନ୍ତି ଯେ, ଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ରରୁ ଓଡ଼ିଶାକୁ ଅନେକ ସହଯୋଗ ମିଳିଛି। ଗତ ୧୦ ବର୍ଷ ମଧ୍ୟରେ ୧୮ ଲକ୍ଷ କୋଟିର କେନ୍ଦ୍ରୀୟ ଅନୁଦାନ ମିଳିଛି। ସାଗରମାଳା ପ୍ରକଳ୍ପରେ ୫୪ ହଜାର କୋଟିର ଅନୁଦାନ ମିଳିଛି। ସେହିପରି ମୋଦିଙ୍କ କାର୍ଯ୍ୟକାଳରେ ୨୦ ପାସ୍ ପୋର୍ଟ ସପୋର୍ଟ କେନ୍ଦ୍ର ଖୋଲିଛି। ୨ ଲକ୍ଷ ୭୦ ହଜାର ଲୋକଙ୍କୁ ଆବାସ ଯୋଜନାରେ ଘର ମିଳିଛି। ୫୩ ଲକ୍ଷ ମହିଳାଙ୍କୁ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍ ମିଳିଛି। ସ୍ୱନିଧି ଯୋଜନାରେ ୫୪ ହଜାର ଉପଭୋକ୍ତା ଓଡ଼ିଶାର ଅଛନ୍ତି ବୋଲି କହିଛନ୍ତି ଜୟଶଙ୍କର।

BJP Odisha Politics General Elections 2024
Advertisment
Advertisment