/odishatv-khabar/media/post_attachments/uploadimage/library/16_9/16_9_0/IMAGE_1714833987.jpg)
Baijayant Panda
ନିର୍ବାଚନ ପ୍ରଚାର ବେଳେ ଆଖିରେ ଆଘାତ ଲାଗିବାରୁ କରିବାକୁ ପଡ଼ିଲା ଜରୁରୀ ଅସ୍ତ୍ରୋପଚାର। ନଚେତ ସବୁଦିନ ଲାଗି ଦୃଷ୍ଟିଶକ୍ତି ହରାଇବାର ଆଶଙ୍କା ଥିଲା। ସୋସିଆଲ ମିଡିଆ ଏକ୍ସରେ ଏକ ଭିଡିଓ ବାର୍ତ୍ତା ଜରିଆରେ ଏହି ସୂଚନା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ବିଜେପିର କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା।
ବୈଜୟନ୍ତ କହିଛନ୍ତି, ଗତକାଲି ଭୁବନେଶ୍ୱରରେ ଅସ୍ତ୍ରୋପଚାର ହେଲା ଏବଂ ଆଜି ଡିସଚାର୍ଜ ହେଲି। ଡାକ୍ତରଙ୍କ ନିର୍ଦ୍ଦେଶ ଅନୁସାରେ ଆଉ କିଛି ଦିନ ପ୍ରଚାର ସ୍ଥଗିତ ରହିବ ଏବଂ ତା’ପରେ ମଧ୍ୟ ପ୍ରଚାରରେ କିଛି କଟକଣା ରହିବ। ଏହା ପୂର୍ବରୁ ପ୍ରଚାରରେ ତୁଳସୀକ୍ଷେତ୍ର ସାରା ବହୁ କାର୍ଯ୍ୟକର୍ତ୍ତା ବୈଠକ ଓ ଜନସଭା ମାଧ୍ୟମରେ ହଜାର ହଜାର ଲୋକଙ୍କୁ ଭେଟିଛି ଏବଂ ୪ଟି ବଡ଼ ରୋଡ ସୋ କରି ଅନେକ ଜାଗାକୁ ଯାଇଛି। ତେବେ ଆହୁରି ଅନେକ ଜାଗାକୁ ଯିବାର ଅଛି ବୋଲି କହିଛନ୍ତି ବୈଜୟନ୍ତ।
ସେ ପ୍ରଭୁ ବଳଦେବଜୀଉଙ୍କୁ ପ୍ରାର୍ଥନା କରି କହିଛନ୍ତି ଯେ, ମୁଁ ଯେତେଶୀଘ୍ର ପୁଣିଥରେ ମୈଦାନକୁ ଓହ୍ଲାଇ କେନ୍ଦ୍ରାପଡ଼ାର ଜନସାଧାରଣଙ୍କ ସହ ମିଶିପାରିବି, ସେଥିପାଇଁ ଆଶୀର୍ବାଦ କରନ୍ତୁ। ଗତକାଲି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ତାଙ୍କ ଆଖି ସର୍ଜରୀ ହୋଇଥିଲା। ସେଥିପାଇଁ ଆଗାମୀ କିଛି ଦିନ ପାଇଁ ନିର୍ବାଚନୀ ପ୍ରଚାରରେ ସାମିଲ ହୋଇପାରିବେ ନାହିଁ ବିଜେପି କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ଆଖିରେ ସର୍ଜରି ହୋଇଥିବା ହେତୁ ସେ ମେଡିକାଲ ଅବଜର୍ଭେସନରେ ରହିଥିଲେ। ଆଜି ସେ ଡିସଚାର୍ଜ ହୋଇଛନ୍ତି।
ବିଜେପି ଲୋକସଭା ପ୍ରାର୍ଥୀ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ତାଙ୍କ ନେତୃତ୍ୱରେ କେନ୍ଦ୍ରାପଡ଼ାରେ ପ୍ରଚାର ଜୋରଦାର ହୋଇଛି। ସମସ୍ତ ନିର୍ବାଚନ ମଣ୍ତଳୀରେ ଗସ୍ତ କରି ପ୍ରଚାର କରୁଛନ୍ତି ବୈଜୟନ୍ତ। ଚଳିତ ନିର୍ବାଚନରେ କିଭଳି ବୁଥସ୍ତରରେ ସଂଗଠିତ ହେବା ସହ ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇ ପାରିବ, ତାଉପରେ ଗୁରୁତ୍ୱ ଦିଆଯାଉଛି। ଏଥସହିତ ବୁଥସ୍ତରୀୟ କାର୍ଯ୍ୟକତାମାନଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି ବୈଜୟନ୍ତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)