Advertisment

ପୁରୀ ସଂସଦୀୟ କ୍ଷେତ୍ର ପାଇଁ ଜୟ ନାରାୟଣ ପଟ୍ଟନାୟକ ହେଲେ କଂଗ୍ରେସର ନୂଆ ପ୍ରାର୍ଥୀ

ସୁଚରିତା ମହାନ୍ତିଙ୍କ ସ୍ଥାନରେ ଜୟ ନାରାୟଣ ପୁରୀ ପାଇଁ ନୂଆ କଂଗ୍ରେସ ସାଂସଦ ପ୍ରାର୍ଥୀ ହୋଇଛନ୍ତି।

author-image
Manoranjan Behera
Puri candidate

Puri candidate

ପୁରୀ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ବଦଳାଇଲା କଂଗ୍ରେସ। ଜୟ ନାରାୟଣ ପଟ୍ଟନାୟକ ହେଲେ କଂଗ୍ରେସର ନୂଆ ସାଂସଦ ପ୍ରାର୍ଥୀ। ସୁଚରିତା ମହାନ୍ତିଙ୍କ ସ୍ଥାନରେ ଜୟ ନାରାୟଣ ପୁରୀ ପାଇଁ ନୂଆ କଂଗ୍ରେସ ସାଂସଦ ପ୍ରାର୍ଥୀ ହୋଇଛନ୍ତି। ଏହା ପୂର୍ବରୁ କଂଗ୍ରେସ ଟିକେଟ୍ ଫେରାଇ ଦେଇଥିଲେ ସୁଚରିତା ମହାନ୍ତି। ଦଳ ଫଣ୍ଡି ଦେଉନଥିବାରୁ କ୍ୟାମ୍ପେନିଂ ସହଜ ନୁହେଁ ବୋଲି ଅଭିଯୋଗ କରିଥିଲେ ସୁଚରିତା। ତେବେ ପିସିସି ପ୍ରଭାରୀ ଅଜୟ କୁମାର କହିଥିଲେ ଯେ, ପୁରୀରେ ପ୍ରାର୍ଥୀ ବଦଳା ଯାଇଥାନ୍ତା, ସେ ଆଗରୁ ଜାଣିପାରି ଫେରାଇଦେଲେ।

Advertisment

କଂଗ୍ରେସର ଟିକଟ୍ ରିଟର୍ଣ୍ଣ ଟ୍ରେଣ୍ଡ୍। କାରଣ ହେଲା ପ୍ରାର୍ଥୀଙ୍କୁ ପାର୍ଟି ଫଣ୍ଡିଂ ନକରିବା। ଜଣକ ପରେ ଜଣେ ପ୍ରାର୍ଥୀ ଟିକେଟ ଫେରାଉଛନ୍ତି। ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି ପାର୍ଟିଂ ପଣ୍ଡିଂ କରୁନଥିବାରୁ ନିର୍ବାଚନ ଲଢିବା ସମ୍ଭବ ନୁହେଁ ବୋଲି ରୋକ୍ ଠୋକ୍ ଶୁଣାଇ ଟିକେଟ ଫେରାଇଛନ୍ତି। କିଛିଦିନ ତଳେ ଆଠଗଡ଼ ପ୍ରାର୍ଥୀ ମେହବୁବ ଅହମଦ ଖାଁ ବି ଟିକେଟ ଫେରାଇଥିଲେ। ଯାହାକି ରାଜ୍ୟ କଂଗ୍ରେସ ପାଇଁ ବଡ଼ ଝଟକା।

ମୁଣ୍ଡ ଉପରେ ନିର୍ବାଚନ, ହେଲେ ତୁଟୁନି କଂଗ୍ରେସ୍ କଳି। ଟ୍ରେଣ୍ଡ୍ କରୁଛି କଂଗ୍ରେସର ଟିକଟ୍ ଫେରାଅ ନୀତି। ଟିକଟ୍ ବଣ୍ଟନରେ ଅନିୟମିତତା ନେଇ ମାଳ ମାଳ ଅଭିଯୋଗ ଆସିବା ପରେ ଏବେ ପାର୍ଟି ଫଣ୍ଡିଂକୁ ନେଇ ନୂଆ ବିବାଦ। ଟିକଟ ଫେରାଇଲେ ଦଳର ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି। ଇ ମେଲ୍ ଯୋଗେ ଏଆଇସିସିକୁ ଟିକେଟ ଫେରାଇବା ସମ୍ପର୍କରେ ଅବଗତ କରିଛନ୍ତି।

Advertisment

ଆଉ ତା’ସହ ଆଣିଛନ୍ତି ସାଂଘାତିକ ଅଭିଯୋଗ। ପୁରୀ ସଂସଦୀୟ କ୍ଷେତ୍ରରେ କଂଗ୍ରେସ୍ ପାଇଁ ଅନୁକୂଳ ସ୍ଥିତି ଥିବା ସତ୍ତ୍ୱେ ପାର୍ଟି ଫଣ୍ଡିଂ ତାଙ୍କୁ ନମିଳିବାରୁ ସେ ପ୍ରଚାର କରିପାରୁନଥିବା ଉଲ୍ଲେଖ କରିଛନ୍ତି। ଏଥିସହିତ ନିଜସ୍ୱ ଉଦ୍ୟମରେ ଇଲେକ୍ସନ୍ ଲଢିବାକୁ ପ୍ରଭାରୀ ଅଜୟ କୁମାର ତାଙ୍କୁ କହିଥିବା ଇ ମେଲ୍ ଯୋଗେ ଜଣାଇଛନ୍ତି।

Congress Odisha Politics General Elections 2024
Advertisment
Advertisment