Advertisment

ଅତ୍ୟଧିକ ଟାଣଖରା ଯୋଗୁ ଅଂଶୁଘାତରେ ଶିକାର ବିଜୟ ପଟ୍ଟନାୟକ

କଂଗ୍ରେସର ବରିଷ୍ଠ ନେତା ତଥା ପାରଳାଖେମୁଣ୍ଡି ବିଧାନସଭା ପ୍ରାର୍ଥୀ ବିଜୟ ପଟ୍ଟନାୟକ ଅସୁସ୍ଥ ହୋଇପଡ଼ିଛନ୍ତି। ପ୍ରବଳ ଖରାରେ ପ୍ରଚାର କରିବା ଯୋଗୁ ତାଙ୍କୁ ଅଂଶୁଘାତ ହୋଇଯାଇଥିଲା।

author-image
Manoranjan Behera
Bijay Pattnaik

Bijay Pattnaik

ନିର୍ବାଚନୀ ପ୍ରଚାର ବେଳେ ଅସହ୍ୟ ଗରମ ଓ ଗୁଳଗୁଳି ଯୋଗୁ ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଅସୁସ୍ଥ। ପାରଳାଖେମୁଣ୍ଡି ବିଧାନସଭା କ୍ଷେତ୍ର ପାଇଁ କଂଗ୍ରେସ ବିଜୟ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି। ସେଠାରେ ଜୋରଦାର ନିର୍ବାଚନୀ ପ୍ରଚାର ଚଳାଇଥିଲେ ବିଜୟ ପଟ୍ଟନାୟକ। ହେଲେ ଅତ୍ୟଧିକ ଗ୍ରୀଷ୍ଣ ପ୍ରବାହ ଯୋଗୁ ଅଂଶୁଘାତରେ ଶିକାର ହୋଇଥିଲେ। ଦେହ ଅସୁସ୍ଥ ଯୋଗୁ ସେ ଭୁବନେଶ୍ୱର ଫେରିଆସିଛନ୍ତି। ଏନେଇ ସେ ଟ୍ୱିଟ କରି ଜଣାଇଛନ୍ତି।

Advertisment

ଟ୍ୱିଟ୍‌ରେ ସେ ଲେଖାଯାଇଛି, ଅଂଶୁଘାତ ଓ ୟୁରିନାରୀ ଟ୍ରାକ୍ଟ ଇନ୍‌ଫେକ୍ସନ ଯୋଗୁ ଚିକିତ୍ସିତ ହେବାକୁ ଓ ବିଶ୍ରାମ ନେବାକୁ ସେ ବାଧ୍ୟ ହୋଇ ଭୁବନେଶ୍ୱର ଫେରି ଆସିଛନ୍ତି। ତେବେ ଏହା ସାମୟିକ। ସେ ପ୍ରଚାରକୁ ଫେରିବା ପାଇଁ ଲକ୍ଷ୍ୟ ରଖିଥିବା ଯୋଗୁ ଲୋକଙ୍କ ପ୍ରାର୍ଥନା ଓ ସହଯୋଗ ଗୁରୁତ୍ୱପୂର୍ଣ୍ଣ।

Advertisment

ଏହି ଲେଖା ସହିତ ବିଜୟ ପଟ୍ଟନାୟକ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ସେ ପାରଳାଖେମୁଣ୍ଡି ଲୋକଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଖରା ଯୋଗୁ ମୋତେ ଜ୍ୱର ହୋଇଯାଇଛି। ସେଥିପାଇଁ ମୁଁ ଚିକିତ୍ସିତ ହେଉଛି। ଖୁବ୍‌ଶୀଘ୍ର ଭଲ ହୋଇଯିବି। ଆପଣମାନଙ୍କ ଗହଣକୁ ପୁଣି ଥରେ ଫେରିଯିବି। ଆପଣଙ୍କ ସହିତ ରହିବି ଓ ଆପଣମାନଙ୍କ ସହିତ ଲଢ଼ିବି। ଏ ଲଢ଼େଇ ହେଉଛି ନ୍ୟାୟର ଲଢ଼େଇ। ଏ ଲଢ଼େଇ ଟଙ୍କାର ଲଢ଼େଇ ନୁହେଁ।

ଆଜି ରାଜ୍ୟ କଂଗ୍ରେସକୁ ବଡ଼ ଝଟକା। ଟିକେଟ୍ ଫେରାଇଲେ ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି। ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇଥିବା AICCକୁ ଜଣାଇଛନ୍ତି ସୁଚରିତା। ବିନା ପାର୍ଟି ଫଣ୍ଡିଂରେ କ୍ୟାମ୍ପେନିଂ କରିବା ସହଜ ନୁହେଁ ବୋଲି କହିଛନ୍ତି ସୁଚରିତା ମହାନ୍ତି। ପୁରୀ ଲୋକସଭା ଅଧୀନ ୭ଟିଯାକ ବିଧାନସଭା ଆସନରେ କଂଗ୍ରେସ ଦୁର୍ବଳ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଥିବା ସେ ଅଭିଯୋଗ ଆଣିଛନ୍ତି। ତାସହ ୪ଟି ବିଧାନସଭା ଆସନରେ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ମଧ୍ୟ ସେ ଅନୁରୋଧ କରିଥିଲେ, କିନ୍ତୁ ପରିବର୍ତ୍ତନ କରାଯାଇନଥିବା ସୁଚରିତା ମହାନ୍ତି କହିଛନ୍ତି।

Congress Odisha Politics General Elections 2024 Bijay Pattnaik
Advertisment
Advertisment