Advertisment

BJDର ସବୁଠୁ ବଡ଼ ଭୋଟ ବ୍ୟାଙ୍କ ଉପରେ ଆଟାକ୍, ମିଶନ ଶକ୍ତି ଚେନ୍‌ରେ ୭୦ ଲକ୍ଷ ମହିଳା

ସୁଜାତା, ପଦବୀର ଅପବ୍ୟବହାର କରୁଥିବା ଏବଂ ସରକାରୀ ଅଧିକାରୀ ହୋଇ ବିଜେଡି ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ କରିଥିଲା ବିଜେପି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Sujata Pandian

Sujata Pandian

ECI ଛାଟ ପରେ ବଦଳିଲା ସୁଜାତା କାର୍ତ୍ତିକେୟନଙ୍କ ବିଭାଗ। IAS ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଶନ ଶକ୍ତି ସଚିବ ପଦରୁ ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ଭାବେ ବଦଳି କଲେ ରାଜ୍ୟ ସରକାର। ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ସ୍ୱତନ୍ତ୍ର ସଚିବ ପଦରୁ ମଧ୍ୟ ତାଙ୍କୁ ହଟାଯାଇଛି। ସୁଜାତାଙ୍କ ସ୍ଥାନରେ ଶାଳିନୀ ପଣ୍ଡିତ ହେଲେ ନୂଆ ମିଶନ ଶକ୍ତି ସଚିବ । ଏଥିସହ ଶାଳିନୀଙ୍କୁ ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗର ସଚିବ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

Advertisment

ସୁଜାତା କାର୍ତ୍ତିକେୟନ ସରକାରୀ କଳ ଏବଂ ଅଧିକାରୀଙ୍କ ଅପବ୍ୟବହାର କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ବିଜେପି ଗତକାଲି ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲା। ସେ ନିଜ ପଦବୀର ଅପବ୍ୟବହାର କରୁଥିବା ଏବଂ ସରକାରୀ ଅଧିକାରୀ ହୋଇ ବିଜେଡି ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ କରିଥିଲା ବିଜେପି ।

ନିର୍ବାଚନ କମିଶନଙ୍କ ସିଷ୍ଟମେଟିକ ଭୋଟର୍ସ ଏଜୁକେସନ ଆଣ୍ଡ ଇଲେକ୍ଟୋରାଲ ପାର୍ଟିସିପେସନ ବା SVEEP ଜରିଆରେ ଭୋଟରଙ୍କୁ ପ୍ରଭାବିତ କରି ନିର୍ବାଚନରେ ବିଜେଡିକୁ ଫାଇଦା ଦେବାକୁ ଚେଷ୍ଟା କରୁଛନ୍ତି। ସୁଜାତାଙ୍କ ସ୍ୱାମୀ ଭି.କେ ପାଣ୍ଡିଆନ ବିଜେଡି ନେତା ହୋଇଥିବାରୁ ତାଙ୍କ ପ୍ରଭାବରେ ସୁଜାତା ଦଳର ଏଜେଣ୍ଟ ଭଳି କାମ କରୁଛନ୍ତି ବୋଲି ଅଭିଯୋଗ ହୋଇଥିଲା। ଏହାପରେ ଗତକାଲି ସୁଜାତାଙ୍କ ବଦଳି ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ। ଜନସାଧାରଣ ସହ ଯୋଡ଼ି ହୋଇ ନଥିବା ବିଭାଗକୁ ତୁରନ୍ତ ବଦଳି ପାଇଁ ECI ନିର୍ଦ୍ଦେଶ ଦେଇଥିଲେ । 

Advertisment

ତେବେ ସୁଜାତାଙ୍କ ବଦଳି ପରେ ନିର୍ବାଚନ ପୂର୍ବରୁ ଶାସକ ଦଳର ବଡ଼ ଭୋଟ୍ ବ୍ୟାଙ୍କକୁ ଜବରଦସ୍ତ ଝଟ୍‌କା ଲାଗିଥିବା କୁହାଯାଉଛି। କାହିଁକି ନା, ମିଶନ ଶକ୍ତିରେ ୭୦ ଲକ୍ଷ ମହିଳା ବିଜେଡିର ଖାଲି ବଡ ଭୋଟ ବ୍ୟାଙ୍କ ନ ଥିଲେ, ବିଜେଡି ପାଇଁ ବଡ ସପୋର୍ଟ ସିଷ୍ଟମ ଥିଲା SHG ଚେନ୍। ଆଉ ସୁଜାତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପରେ ଏସବୁରେ ଲଗାମ ଲାଗିବା ନେଇ ଚର୍ଚ୍ଚା।

ସେପଟେ କଟକରେ ପୋଲିସ ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା ବିଜେଡିର ଇଫତାର ପାର୍ଟି ମଞ୍ଚରେ ଭାଷଣବାଜି। ଆକ୍ସନ ମୋଡରେ ଆସିଥିବା ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ବଦଳିଲେ ୨ ପୋଲିସ ଅଧିକାରୀ। କଟକ ଚୌଦ୍ୱାର ଥାନା IIC ବିଶ୍ୱରଂଜନ ସାହୁ ଏବଂ SI ସରସ୍ୱତୀ ସାହୁଙ୍କୁ ବଦଳି ପାଇଁ ଟୁଇନସିଟି ପୋଲିସ କମିଶନର ଏବଂ ପୋଲିସ ଡିଆଇଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆଦର୍ଶ ଆଚରଣ ବିଧି ଲାଗିଥିବା ବେଳେ ଗୋଟିଏ ଦଳୀୟ ବ୍ୟାନର ଲାଗିଥିବା କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀ କେମିତି ଯୋଗଦେଲେ ବୋଲି ପ୍ରଶ୍ନ ଉଠାଇ CEOଙ୍କୁ ଭେଟି ଫେରାଦ୍ ହୋଇଥିଲା ବିଜେପି। ଏହି ଘଟଣା ପରେ ତଦନ୍ତକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଉଭୟଙ୍କୁ ଅନ୍ୟତ୍ର ବଦଳି କର ଏବଂ ନିର୍ବାଚନ ସଂପର୍କିତ କୌଣସି କାର୍ଯ୍ୟରେ ନିୟୋଜିତ ନକରିବାକୁ ପୋଲିସ କମିଶନର ଏବଂ ପୋଲିସ ଡିଆଇଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।

ତେବେ ମୋଟାମୋଟି କହିବାକୁ ଗଲେ ECI ଏବେ ଆକ୍ସନ୍‌ ମୋଡ୍‌ରେ ଅଛନ୍ତି । ଯିଏ ଯେତେ ବଡ଼ ଅଫିସର ହେଉ ନା କାହିଁକି, ନିର୍ବାଚନ ଆଚରଣ ବିଧି ଉଲଂଘନ କଲା ମାତ୍ର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ଗତକାଲି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କ ବିରୋଧରେ ବି ଆକ୍ସନ୍‌ ନେଇଥିଲେ ECI । ତୁରନ୍ତ ତାଙ୍କର ବଦଳି ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ । 

BJD BJP Congress Odisha Politics General Election 2024
Advertisment
Advertisment