• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କଂଗ୍ରେସର ଟିକଟ୍ ରିଟର୍ଣ୍ଣ ଟ୍ରେଣ୍ଡ୍ । କାରଣ ହେଲା ପ୍ରାର୍ଥୀଙ୍କୁ ପାର୍ଟି ଫଣ୍ଡିଂ ନକରିବା । ଜଣକ ପରେ ଜଣେ ପ୍ରାର୍ଥୀ ଟିକେଟ ଫେରାଉଛନ୍ତି । ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି ପାର୍ଟିଂ ପଣ୍ଡିଂ କରୁନଥିବାରୁ ନିର୍ବାଚନ ଲଢିବା ସମ୍ଭବ ନୁହେଁ ବୋଲି ରୋକ୍ ଠୋକ୍ ଶୁଣାଇ ଟିକେଟ ଫେରାଇଛନ୍ତି । କିଛିଦିନ ତଳେ ଆଠଗଡ଼ ପ୍ରାର୍ଥୀ ମେହବୁବ ଅହମଦ ଖାଁ ବି ଟିକେଟ ଫେରାଇଥିଲେ । ଯାହାକି ରାଜ୍ୟ କଂଗ୍ରେସ ପାଇଁ ବଡ଼ ଝଟକା ।

ମୁଣ୍ଡ ଉପରେ ନିର୍ବାଚନ, ହେଲେ ତୁଟୁନି କଂଗ୍ରେସ୍ କଳି । ଟ୍ରେଣ୍ଡ୍ କରୁଛି କଂଗ୍ରେସର ଟିକଟ୍ ଫେରାଅ ନୀତି । ଟିକଟ୍ ବଣ୍ଟନରେ ଅନିୟମିତତା ନେଇ ମାଳ ମାଳ ଅଭିଯୋଗ ଆସିବା ପରେ ଏବେ ପାର୍ଟି ଫଣ୍ଡିଂକୁ ନେଇ ନୂଆ ବିବାଦ । ଟିକଟ ଫେରାଇଲେ ଦଳର ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି । ଇ ମେଲ୍ ଯୋଗେ ଏଆଇସିସିକୁ ଟିକେଟ ଫେରାଇବା ସମ୍ପର୍କରେ ଅବଗତ କରିଛନ୍ତି ।

ଆଉ ତା’ସହ ଆଣିଛନ୍ତି ସାଂଘାତିକ ଅଭିଯୋଗ । ପୁରୀ ସଂସଦୀୟ କ୍ଷେତ୍ରରେ କଂଗ୍ରେସ୍ ପାଇଁ ଅନୁକୂଳ ସ୍ଥିତି ଥିବା ସତ୍ତ୍ୱେ ପାର୍ଟି ଫଣ୍ଡିଂ ତାଙ୍କୁ ନମିଳିବାରୁ ସେ ପ୍ରଚାର କରିପାରୁନଥିବା ଉଲ୍ଲେଖ କରିଛନ୍ତି । ଏଥିସହିତ ନିଜସ୍ୱ ଉଦ୍ୟମରେ ଇଲେକ୍ସନ୍ ଲଢିବାକୁ ପ୍ରଭାରୀ ଅଜୟ କୁମାର ତାଙ୍କୁ କହିଥିବା ଇ ମେଲ୍ ଯୋଗେ ଜଣାଇଛନ୍ତି ।

ସେହିପରି ପୁରୀ ସଂସଦୀୟ କ୍ଷେତ୍ରର ୪ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦୁର୍ବଳ ପ୍ରାର୍ଥୀ ଦିଆଯାଇଥିବାରୁ ବି ଅସନ୍ତୋଷ ଥିଲେ ସୁଚରିତା । ୨୦୧୪ରେ ପୁରୀ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା ସୁଚରିତା, ଏଥର କିନ୍ତୁ ପାର୍ଟି ଫଣ୍ଡିଂ ପାଇନଥିବାରୁ ଟିକେଟ ଫେରାଇବା ଦଳ ପାଇଁ ଏକ ବଡ ଝଟକା । ସେପଟେ PCC ପ୍ରଭାରୀ ଅଜୟ କୁମାର କାଉଣ୍ଟର କରି କହିଛନ୍ତି ପାର୍ଟି ଫଣ୍ଡିଂ ଅପେକ୍ଷା ପ୍ରାର୍ଥିତ୍ୱ ଗୁରୁତ୍ୱ ରଖେ ।

ଆମେ ପୁରୀରେ ପ୍ରାର୍ଥୀ ବଦଳାଇବୁ, ତା’ପୂର୍ବରୁ ସେ ଟିକେଟ ଫେରାଇଛନ୍ତି । ସୁଚରିତାଙ୍କ ପୂର୍ବରୁ କଂଗ୍ରେସର ଆଠଗଡ ପ୍ରାର୍ଥୀ ମେହବୁବ ଅହମଦ ଖାନ ବି ଟିକେଟ ଫେରାଇ ସାରିଛନ୍ତି । କେତେବେଳେ ଟିକେଟ କାଟିବାକୁ ନେଇ ବିବାଦ ତ ଆଉ କେତେବେଳେ ଟିକେଟ ପରିବର୍ତ୍ତନକୁ ନେଇ କଂଗ୍ରେସ ଭବନରେ ହୋ ହଲ୍ଲା ।

ଏସବୁ ଭିତରେ କିନ୍ତୁ ପିସିସି ସଭାପତିଙ୍କ ଦେଖାନାହିଁ । ଅସନ୍ତୁଷ୍ଟଙ୍କୁ ଶୁଣିବାକୁ ବି କେହି ନାହିଁ । ବାରମ୍ବାର ଟିକେଟ ବଦଳି, ଦୁର୍ବଳ ପ୍ରାର୍ଥୀ ଦେବା ଅଭିଯୋଗ ପଛର ସତ୍ୟତା କେତେ? କାହିଁକି ବାରମ୍ବାର ପ୍ରାର୍ଥୀ ବଦଳାଉଛି ଦଳ? ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଟିମ୍ ରୁ ଅଧିକାଂଶ ଆଶାୟୀଙ୍କୁ ଟିକେଟ ଦେଇନି ଦଳ । ଯେଉଁଥିପାଇଁ ଚାପା ଅସନ୍ତୋଷ ଦାନା ବାନ୍ଧିଛି । ଚର୍ଚ୍ଚା ହେଉଛି ଖୁବଶୀଘ୍ର ମୁଖପାତ୍ର ଟିମ୍ ର କିଛି ସଦସ୍ୟ ମିଳିତ ଭାବେ କଂଗ୍ରେସରୁ ଇସ୍ତଫା ଦେଇପାରନ୍ତି ।

  • Reported by:
  • JAGDISH DAS , ARACHANA SATPATHY , ATULYA BOUT