Advertisment

କାମ ଦେବ ତ ବିଜେଡିର ଆସନ ବଦଳ ରଣନୀତି ?

ବ୍ରହ୍ମଗିରିରୁ ଉମା, ସତ୍ୟବାଦୀରୁ ସଂଜୟଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଭଦ୍ରକରେ ସଂଜୀବ-ପ୍ରଫୁଲ୍ଲଙ୍କୁ ବି ବିଜେଡି କରିଛି ଅଦଳବଦଳ ।

author-image
Satyendu Shekher Mishra
undefined

Odisha Politics BJD

ଫେଲ୍ ମାରିବ କି ବିଜେଡିର ନେତାଙ୍କ ନିର୍ବାଚନ ମଣ୍ଡଳୀ ପରିବର୍ତ୍ତନ ଷ୍ଟ୍ରାଟେଜି ? ବୁମେରାଂ ହେବନି ତ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଚେହେରା ପରିବର୍ତ୍ତନ ? କାହିଁକି ନା ନିର୍ବାଚନ ମଣ୍ଡଳୀ ବାହାରୁ ନେତାଙ୍କୁ ଗ୍ରହଣ କରିବାକୁ ନାରାଜ କର୍ମୀ। ଆଉ କେଉଁଠି ଆମଦାନୀ ନେତାଙ୍କୁ ଦଳକୁ ଆଣିଥିଲେ ବି ମଣୁ ନାହାନ୍ତି ତାଙ୍କ ସମର୍ଥକ।

Advertisment

ସାଲେପୁରନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳିଛି ଏମିତି ସ୍ଥିତି । ନିକଟରେ ପ୍ରକାଶ ବେହେରାଙ୍କୁ ଦଳରେ ସାମିଲ କରି କଟକ-ବାରବାଟୀରୁ ପ୍ରାର୍ଥୀ କରିଛି ବିଜେଡି । ହେଲେ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ତାଙ୍କ ସମର୍ଥକ। ଯଦି ପ୍ରକାଶଙ୍କୁ ସାଲେପୁରରୁ ହିଁ ବିଜେଡି ପ୍ରାର୍ଥୀ କରିଥାନ୍ତା, ତାହେଲେ ଆମେ ବିଜେଡିରେ ସାମିଲ ହୋଇଥାନ୍ତୁ, ହେଲେ ଦଳ ତାଙ୍କୁ ଅନ୍ୟ ନିର୍ବାଚନ ମଣ୍ଡଳୀକୁ ପଠାଇଥିବାରୁ ଆମେ ଆଉ ମିଶିବୁନି ବୋଲି କହିଛନ୍ତି ପ୍ରକାଶଙ୍କ ଗୋଷ୍ଠୀ।

ସମାନ ଢଙ୍ଗରେ ବ୍ରହ୍ମଗିରି ଏବଂ ସତ୍ୟବାଦୀରେ ଚେହେରା ପରିବର୍ତ୍ତନକୁ ଗ୍ରହଣ କରିପାରି ନାହାନ୍ତି ଉଭୟ ସଞ୍ଜୟ ଏବଂ ଉମାଙ୍କ ଗୋଷ୍ଠୀ। ବ୍ରହ୍ମଗିରିରୁ ଆଣି ସଞ୍ଜୟ ଦାସବର୍ମାଙ୍କୁ ସତ୍ୟବାଦୀରେ ପ୍ରାର୍ଥୀ କରିବାକୁ ଏ ଯାଏଁ ମାନିବାକୁ ନାରାଜ ଉମା ସେନା। ଏମିତି କି ବ୍ରହ୍ମଗିରିରୁ ହାରିବା ଭୟରେ ସତ୍ୟବାଦୀକୁ ସଞ୍ଜୟ ଆସିଛନ୍ତି ବୋଲି ବି କହୁଛନ୍ତି। ଅନ୍ୟପଟେ କୁହାଯାଉଛି ବ୍ରହ୍ମଗିରିରେ ବି ଉମାକୁ ସେତେଟା ସହଯୋଗ କରୁନାହାନ୍ତି ସଞ୍ଜୟଙ୍କ ସମର୍ଥକ। କାହିଁକି ନା ସେଠି ଉମାଙ୍କ ଏକାଧିକ କାର୍ଯ୍ୟକ୍ରମରେ ସତ୍ୟବାଦୀ ଓ କଣାସର କର୍ମୀମାନଙ୍କୁ ଦେଖିବାକୁ ମିଳୁଛି। ଏମିତି ପରିସ୍ଥିତିରେ ଉଭୟ ନେତାଙ୍କ ଭାଗ୍ୟ କଣ ହେବ ତାକୁ ନେଇ ଚର୍ଚ୍ଚା।

Advertisment

ଖାଲି ବ୍ରହ୍ମଗିରି-ସତ୍ୟବାଦୀ ନୁହେଁ, ଭଦ୍ରକ ଆଉ ଭଣ୍ଡାରୀପୋଖରୀରେ ବି ସମାନ ରଣନୀତି ଆପଣାଇଛି ଦଳ। ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ ଆଣି ଭଣ୍ଡାରୀ ପୋଖରୀରେ ଟିକେଟ ଦେଇଥିବା ବେଳେ ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଭଦ୍ରକରୁ ଛିଡା କରାଯାଇଛି। ଚର୍ଚ୍ଚା ହେଉଛି ସେଠି ବି ଉଭୟ ସ୍ଥାନରେ କିଛି ପୁରୁଣା ଗୋଷ୍ଠୀ ନୂଆ ନେତାଙ୍କୁ ବିରୋଧ କରୁଛନ୍ତି। ଯଦିଓ ଗତକାଲି ଏକ ବିରୋଧୀ ଗୋଷ୍ଠୀ ଭଦ୍ରକ ପୌରପାଳିକା ଅଧ୍ୟକ୍ଷା ଗୁଲମୁଖି ଦଲାବାଜି ହବିବଙ୍କୁ ଦଳରେ ମିଶାଇଛନ୍ତି।

ହେଲେ ଏବେ ବି ପୂର୍ବତନ ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ ପଟ୍ଟନାୟକଙ୍କ ଗୋଷ୍ଠୀ ପ୍ରଫୁଲ୍ଲଙ୍କୁ ବିରୋଧ କରୁଛନ୍ତି। ଚର୍ଚ୍ଚା ଏୟା ବି ହେଉଛି ପ୍ରଫୁଲ୍ଲଙ୍କ ବିରୋଧରେ ଅସିତ ସ୍ୱାଧୀନ କିମ୍ଭା କଂଗ୍ରେସରେ ମିଶି ପ୍ରାର୍ଥୀ ହୋଇପାରନ୍ତି।

ସେହିପରି କେନ୍ଦ୍ରାପଡ଼ାରେ ଉଭୟ ଗଣେଶ୍ବର ବେହେରା ଓ ଅଂଶୁମାନ ମହାନ୍ତିଙ୍କୁ ଏବେ ବି ଗ୍ରହଣ କରିବାକୁ ନାରାଜ ବିଜେଡି କର୍ମୀ। ଅନ୍ୟପଟେ ଅଂଶୁମାନ ରାଜନଗରରୁ ବିଧାୟକ ପ୍ରାର୍ଥୀ ହେବାକୁ ଚାହୁଁଥିଲେ ବି ଦଳ ତାଙ୍କୁ ସାଂସଦ ଟିକେଟ ଦେଇଥିବା ବେଳେ ରାଜନଗରରେ ଏବେ ବି ଧ୍ରୁବଙ୍କ ଗୋଷ୍ଠୀ ସହ ଅଂଶୁମାନଙ୍କ ସମର୍ଥକଙ୍କ ମନ ମିଶି ପାରୁ ନାହିଁ। ଏପଟେ କିନ୍ତୁ ବିଜେଡି ନେତା ଅସନ୍ତୋଷ କଥାକୁ ମାନିବା ସହ କହିଛନ୍ତି ସମୟ ଅଛି ଆମେ ମ୍ୟାନେଜ୍ କରିଦେବୁ।

ଏମିତି ସ୍ଥିତିରେ ବିଜେଡିର ଚେହେରା ପରିବର୍ତ୍ତନ ଷ୍ଟ୍ରାଟେଜି କେତେ ସଫଳ ହେଉଛି ତା ଉପରେ ନଜର।

BJD BJP Congress Odisha Politics General Election 2024
Advertisment
Advertisment