Advertisment

ବାଲେଶ୍ୱରରେ ପ୍ରତାପଙ୍କ ବିରୋଧରେ ଲଢ଼ିବେ ଲେଖାଶ୍ରୀ

କଂଗ୍ରେସ ଏଯାଏଁ ବାଲେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି। ସେହିପରି ରାଜ୍ୟର କିଛି ବିଧାନସଭା ଆସନରେ ଲଢେଇ ନେଇ ସ୍ଥିତି ସ୍ପଷ୍ଟ ହୋଇଛି। ସମ୍ବଲପୁର ବିଧାନସଭା ଆସନରେ ବିଜେପିର ଜୟନାରାୟଣ ମିଶ୍ରଙ୍କୁ ଟକ୍କର ଦେବେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Lekhashree - Pratap

Lekhashree - Pratap

ବାଲେଶ୍ୱରରେ ହେବ ବିଗ୍ ଫାଇଟ୍। ଏଠି ବିଜେପି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ଆଜି ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ କରିଛି। କିଛି ଦିନ ତଳେ ଲେଖାଶ୍ରୀ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ।

Advertisment

ଅନ୍ୟପଟେ କଂଗ୍ରେସ ଏଯାଏଁ ବାଲେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନି। ସେହିପରି ରାଜ୍ୟର କିଛି ବିଧାନସଭା ଆସନରେ ଲଢେଇ ନେଇ ସ୍ଥିତି ସ୍ପଷ୍ଟ ହୋଇଛି। ସମ୍ବଲପୁର ବିଧାନସଭା ଆସନରେ ବିଜେପିର ଜୟନାରାୟଣ ମିଶ୍ରଙ୍କୁ ଟକ୍କର ଦେବେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ।

ଭୁବନେଶ୍ୱର ମଧ୍ୟ ଆସନରେ ବିଜେପିର ଜଗନ୍ନାଥ ପ୍ରଧାନ ବନାମ ଅନନ୍ତ ନାରାୟଣ ଜେନା ଲଢେଇ ଦେଖିବାକୁ ମିଳିବ। ରେଢାଖୋଲରେ ବିଜେଡି ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଦେବେନ୍ଦ୍ର ମହାପାତ୍ରଙ୍କୁ ମୈଦାନକୁ ଓହ୍ଲାଇଛି। ସେହିପରି କଳାହାଣ୍ଡି ନର୍ଲା ଆସନରୁ କଂଗ୍ରେସ ଭକ୍ତ ଚରଣ ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ମନୋରମା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି।

Advertisment

ଅନ୍ୟପଟେ ସତ୍ୟବାଦୀ- ବ୍ରହ୍ମଗିରି ବିଧାନସଭା ନେଇ ବିଜେଡିର ବିବାଦ ତୁଟିନି । ଏଣେ ପୁରୀରେ ତେଜିଲାଣି ଶୁଭାଶିଷ ଖୁଣ୍ଟିଆ-ସୁନୀଲ ମହାନ୍ତି କଳି । ପୁରୀ ସଦର ନିର୍ବାଚନମଣ୍ଡଳୀରେ ହାଟରେ ପଡ଼ି ଦାଣ୍ଡରେ ଗଡୁଛି ବିଜେଡି ଅନ୍ତଃକନ୍ଦଳ । ବିଧାୟକ ପ୍ରାର୍ଥୀ ସୁନୀଲ ମହାନ୍ତିଙ୍କୁ ସପୋର୍ଟ କରୁନାହାନ୍ତି ଶୁଭାଶିଷ ଖୁଣ୍ଟିଆ। ସ୍ଥିତି ବିଗୁଡୁଥିବା ଦେଖି ଉଭୟ ଗୋଷ୍ଠୀଙ୍କୁ ଆଜି ଶଙ୍ଖଭବନ ଡକାଯାଇ ଟ୍ୟୁସନ କରାଯାଇଛି। ଯେଉଁଥିରେ ସାମିଲ ହୋଇଥିଲେ ପୁରୀ ବିଜେଡିର ଛାମୁଆ ନେତା ଓ କର୍ମୀ, ସାସଂଦ ପ୍ରାର୍ଥୀ ବି ଆସିଥିଲେ।

ପୁରୁଣା ମନାନ୍ତର ଭୁଲି ଏକାଠି କାମ କରିବାକୁ ସମସ୍ତଙ୍କୁ ବୈଠକରେ ତାଗିଦ୍ କରାଯାଇଛି। ପୁରି ବିଜେଡିରେ ମନାନ୍ତର ଥିବାକୁ ଖୋଦ୍ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ମାନିଥିବାବେଳେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ କିନ୍ତୁ କଥା ବାଆଁରେଇଛନ୍ତି।

BJD BJP Congress Odisha Politics General Election 2024
Advertisment
Advertisment