Advertisment

ଏଥର କାହାର ହେବ ଭବାନୀପାଟଣା ? ପୁଣି ବିଜେପି ନା ବଦଳିବ ବାଜି ?

ଟିକେଟ୍ ପାଉ ପାଉ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ଓ ଲୋକାଭିମୁଖୀ ଯୋଜନାକୁ ପାଥେୟ କରି ବଳ ଲଗେଇଦେଲେଣି ମୈଦାନରେ।

author-image
Satyendu Shekher Mishra

ଏଥର କାହାର ହେବ ଭବାନୀପାଟଣା ? ପୁଣି ବିଜେପି ନା ବଦଳିବ ବାଜି ? ନୋମିନେସନ୍ ଆରମ୍ଭ ହୋଇ ନଥିଲେ ବି, ତିନି ଦଳର ଯୋଦ୍ଧା ଘୋଷଣା ପରଠୁ ଏଠି ସରଗରମ ଭୋଟ୍ ରାଜନୀତି। କଂପି ଆସିଲାଣି ପ୍ରଚାର ମୈଦାନ୍। କାରଣ ଗତଥର ଭଳି ଏଥର ବି ଏଠି ହେବ ତ୍ରିମୁଖୀ ଲଢ଼େଇ।

Advertisment

ବିଜେପି ଏଥର ବରିଷ୍ଠ ବଜେପି ନେତା ତଥା ସିଟିଂ ଏମଏଲଏ ପ୍ରଦୀପ୍ତ କୁମାର ନାଏକଙ୍କୁ ପୁଣି ଯୋଦ୍ଧା ସଜାଇଛି। ୪ ଥରର ବିଧାୟକ ପ୍ରଦୀପ୍ତ ଗତ ୧୯ ନିର୍ବାଚନ ଜିତି ବିଧାନସଭାରେ ବିରୋଧୀ ଦଳ ନେତା ଆସନରେ ବସିଥିଲେ। ଅସୁସ୍ଥତା ପାଇଁ ବିରୋଧୀ ଦଳ ନେତା ପଦ ଛାଡ଼ିଥିଲେ ବି ସୁସ୍ଥ ହେବା ପରେ ଲୋକସଂପର୍କ ଓ ଟ୍ରାକ୍ ରେକର୍ଡକୁ ଦେଖି ତାଙ୍କ ଉପରେ ପୁଣି ଭରସା କରିଛି ଦଳ। ସେ ବି ଟିକେଟ୍ ପାଉ ପାଉ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ଓ ଲୋକାଭିମୁଖୀ ଯୋଜନାକୁ ପାଥେୟ କରି ବଳ ଲଗେଇଦେଲେଣି ମୈଦାନରେ।

BJD BJP Congress Odisha Politics General Election 2024
Advertisment
Advertisment