Advertisment

ପୁରୀରେ ଶୁଭାଶିଷ ଖୁଣ୍ଟିଆ-ସୁନୀଲ ମହାନ୍ତି କଳି, ଉଭୟ ଗୋଷ୍ଠୀଙ୍କୁ ଶଙ୍ଖ ଭବନରୁ ଡାକରା

ଭୁବନେଶ୍ୱରରେ ଶୁଭାଶିଷ ଖୁଣ୍ଟିଆ ଓ ସୁନୀଲ ମହାନ୍ତିଙ୍କ କଳି ତୁଟାଇବାକୁ ଚେଷ୍ଟା । ଉଭୟ ଗୋଷ୍ଠୀଙ୍କୁ ଶଙ୍ଖ ଭବନ ପକ୍ଷରୁ ଡ଼ାକରା ଆସିଛି ।

author-image
Santosh Kumar Sahoo
Puri BJD

Puri BJD

ପୁରୀ ବିଜେଡିରେ ବିଦ୍ରୋହ । ଭୁବନେଶ୍ୱରରେ ଶୁଭାଶିଷ ଖୁଣ୍ଟିଆ ଓ ସୁନୀଲ ମହାନ୍ତିଙ୍କ କଳି ତୁଟାଇବାକୁ ଚେଷ୍ଟା । ଉଭୟ ଗୋଷ୍ଠୀଙ୍କୁ ଶଙ୍ଖ ଭବନ ପକ୍ଷରୁ ଡ଼ାକରା ଆସିଛି । ପୁରୀ ବିଧାନସଭାରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି ସ୍ୱର୍ଗତ ମହେଶ୍ୱର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତି । ତେବେ ନିର୍ବାଚନ ବେଳେ ପୁରୁଣା ମନାନ୍ତର ଓ ମତାନ୍ତର ଭୁଲି ଉଭୟ ଗୋଷ୍ଠୀ କିପରି ମିଳିମିଶି କାମ କରିବେ ସେ ନେଇ ବୈଠକରେ ଆଲୋଚନା ହେଉଛି ।

Advertisment

ପୂର୍ବରୁ ପୁରୀ ନିର୍ବାଚନ ମଣ୍ଡଳୀରେ ମହେଶ୍ୱର ମହାନ୍ତିଙ୍କୁ ଜୋରଦାର ବିରୋଧ କରି ଆସୁଥିଲେ ଶୁଭାଶିଷ ଖୁଣ୍ଟିଆ । ଏପରିକି ସଭା ସମିତିରେ ବି ଖୋଲାଖୋଲି ବିରୋଧ କରିଆସୁଥିଲେ। ଅନେକ ସମୟରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହୁଥିଲା । ତେବେ ନିକଟରେ ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଛନ୍ତି ନବୀନ ପଟ୍ଟନାୟକ। ରାଜ୍ୟସଭା ପାଇଁ ଶୁଭାଶିଷଙ୍କ ନାଁ ଘୋଷଣା ହେବା ପରେ ପୁରୀ ବିଧାନସଭା ଆସନରୁ ମହେଶ୍ୱର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତି ପ୍ରାର୍ଥୀ ହେବେ ବୋଲି ଏକ ପ୍ରକାର ସ୍ଥିର ହୋଇଯାଇଥିଲା। ଆଉ ଏବେ ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ବିଜେଡି ପକ୍ଷରୁ ଉଭୟ ସୁନୀଲ ମହାନ୍ତି ଓ ଶୁଭାଶିଷ ଖୁଣ୍ଟିଆଙ୍କ ମଧ୍ୟରେ ଲାଗି ରହିଥିବା ବିବାଦକୁ ତୁଟାଇବାକୁ ଚେଷ୍ଟା କରିଛନ୍ତି।

BJD General Elections 2024
Advertisment
Advertisment