/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712811748.jpg)
BJP Candidate List
ଆଜି ସନ୍ଧ୍ୟା ସୁଦ୍ଧା ଘୋଷଣା ହୋଇପାରେ ବିଜେପିର ପ୍ରାର୍ଥୀ ତାଲିକା । ବାକି ଥିବା ୩୫ଟି ବିଧାନସଭା ସିଟରୁ ଆଜି ପ୍ରାୟ ୨୦ ସିଟରେ ପ୍ରାର୍ଥୀ ଘୋଷଣା କରିପାରେ ଦଳ । ତା ସହ ୨୦ ତାରିଖ ପୂର୍ବରୁ ଅନ୍ୟ ସିଟରେ ପ୍ରାର୍ଥୀ ଘୋଷଣା ହେବ ବୋଲି କହିଛନ୍ତି ବିଜେପିର ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର । ସେ ଆଜି ରାଉରକେଲା ଗସ୍ତରେ ଆସିଛନ୍ତି । ଦିନ ସାରା ଆଜି ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ପଦାଧିକାରୀ, ଜିଲ୍ଲା ସଭାପତି, ମଣ୍ଡଳ ସଭାପତିଙ୍କୁ ନେଇ ବୈଠକ ହେବ ।
ସୂଚନା ଅନୁସାରେ ବିଜେପି ପ୍ରଥମ ଦଳ ଭାବରେ ରାଜ୍ୟରେ ଟିକେଟ୍ ଘୋଷଣା କରିଥିଲା । ଦୁଇଟି ପର୍ଯ୍ୟାୟରେ ୨୧ ଲୋକସଭା ଓ ଗୋଟିଏ ପର୍ଯ୍ୟାୟରେ ୧୧୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ତେବେ ଏବେ ବି ଆହୁରି ୩୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ବିଜେପି । ସେହିପରି ବିଜେଡି ଏ ପର୍ଯ୍ୟନ୍ତ ୨୦ ଲୋକସଭା ଓ ୧୦୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଅନ୍ୟପଟେ କଂଗ୍ରେସ ଟିକେଟ୍ ରେସ୍ ଏହି ଦୁଇ ଦଳ ଅପେକ୍ଷା ପଛରେ ପଡ଼ିଯାଇଛି। କଂଗ୍ରେସ ଏପର୍ଯ୍ୟନ୍ତ ମାତ୍ର ୮ଟି ଲୋକସଭା ଓ ୪୭ ବିଧାନସଭା ସିଟ୍ରେ ପ୍ରାର୍ଥୀ ଘୋଷଣା କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)