ବିଏମ୍ସିର ୬୭ଟି ୱାର୍ଡର କର୍ପୋରେଟର ପଦବୀ ପାଇଁ ମୋଟ ୩୪୩ଟି ନାମାଙ୍କନ ପତ୍ର ଦାଖଲ ହୋଇଥିଲା । ଯାଞ୍ଚ ସମୟରେ ଗତକାଲି କେବଳ ଜଣେ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଛି ।
ପଂଚାୟତ ନିର୍ବାଚନ ପରେ ଏବେ ପୌର ନିର୍ବାଚନ ମଇଦାନକୁ ଓହ୍ଲାଇଲେ କୋଟିପତି ପ୍ରାର୍ଥୀ। ସମାଜ ସେବା ସହ ଲୋକଙ୍କୁ ସରକାରୀ ସହାୟତା ଦାବି ଦିଗରେ କାମ କରିବେ ବୋଲି ଦେଉଛନ୍ତି ପ୍ରତିଶ୍ରୁତି...ଜଣଙ୍କ ଜଣଙ୍କ ପାଖରେ ରହିଛି କୋଟି କୋଟି ଟଙ୍କାର ସମ୍ପତ୍ତି, ଦେଖନ୍ତୁ ଏହି ଭିଡ଼ିଓ
ଏମାନଙ୍କ କହିବା କଥା ଆଜି ବି ଲୋକମାନେ ଦୁର୍ଦ୍ଦିନରେ ଅଛନ୍ତି।
ଛତ୍ରବଜାରରୁ ମାଲଗୋଦାମ ସଂଯୋଗ କରୁଥିବା ପୋଲ ଭୁଶୁଡ଼ିଲା । ପୋଲ କାମ ଚାଲିଥିବା ବେଳେ କିଛି ଅଂଶ ଭୁଶୁଡ଼ିଥିବା ସୂଚନା । ପୋଲ ତଳେ କିଛି ଲୋକ ଚାପି ହୋଇ ରହିଯାଇଥିବା ସୂଚନା ।
ପୌର ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଯାଞ୍ଚ ହେବ । ଆସନ୍ତା ୧୪ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ରାଜ୍ୟର ୧୦୬ଟି ମ୍ୟୁନିସିପାଲିଟି ଓ ଏନ୍ଏସି ଏବଂ ୩ଟି ମହାନଗର ନିଗମ ଭୁବନେଶ୍ୱର,କଟକ, ବ୍ରହ୍ମପୁର ପାଇଁ ମତଦାନ ହେବ ।
ପୌର ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ ସରିବା ପରେ ଏବେ ସାମ୍ନାକୁ ଆସୁଛନ୍ତି ମାଳ ମାଳ ବିଦ୍ରୋହୀ ପ୍ରାର୍ଥୀ । ଭୁବନେଶ୍ୱର ହେଉ କି କଟକ ଅବା ବ୍ରହ୍ମପୁର, ସବୁଠି ଖୋଲାଖୋଲି ଅସନ୍ତୋଷ ।
ଗତଥର ମଧ୍ୟ ଦଳୀୟ କନ୍ଦଳ ଯୋଗୁଁ ଦୁଇ ଭାଗ ହୋଇଯାଇଥିଲା ବିଜେଡି।
ବିଜ଼େଡିକୁ ବିଦ୍ରୋହୀ ଟେନସନ୍ । ପୌର ନିର୍ବାଚନରେ ଅନେକ ବିଦ୍ରୋହୀ ବିଜେଡି ସ୍ୱାଧୀନ ଭାବେ ନାମାଙ୍କନ ଭରିଛନ୍ତି । ଏମିତି ମାଳ ମାଳ ବିଜେଡି ନେତା ଦଳ ପାଇଁ ଅଡୁଆ ସୃଷ୍ଟି କରୁଛନ୍ତି । କାରଣ ହେଲା ଦଳୀୟ ଟିକେଟ୍ ସସପେନ୍ସ । ସେପଟେ ଦଳର କହିବା ହେଲା ସମୟ କମ୍ ଥିବାରୁ ପ୍ରାର୍ଥୀ ତାଲିକା ପ୍ରକାଶ ହୋଇନି । କିନ୍ତୁ ନିର୍ବାଚନ ଅଧିକାରୀଙ୍କ ପାଖରେ ଟିକଟ ପହଞ୍ଚି ସାରିଛି ।
ପାରମ୍ପରିକ ବାଦ୍ୟ ସହ ଡିଜେ ସାଉଣ୍ଡ୍, ହାତରେ ଦଳୀୟ ପତାକା, ମୁହଁରେ ସ୍ଲୋଗାନ୍ ଶେଷ ଦିନରେ ଏମିତି ପଟୁଆରରେ ଆସି ନାମାଙ୍କନ ଦାଖଲ କରିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ। ସ୍ୱାଧୀନ ପ୍ରାର୍ଥୀ ବି ବାଣ-ବାଜାରେ କମ୍ପେଇଛନ୍ତି ପରିବେଶ।
ଭୋଟ ନ ବିକିବା ପାଇଁ ସାଢ଼େ ଚାରିଶହ ବସ୍ତି ବାସିନ୍ଦାଙ୍କୁ ହାତଯୋଡି ଅନୁରୋଧ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ ଆହୁରି କହିଛନ୍ତି ବିଜେପି ଉପଯୁକ୍ତ କର୍ପୋରେଟର ପ୍ରାର୍ଥୀ ଦେଇଛି ।
ପୌର ନିର୍ବାଚନ ପ୍ରଚାରରେ ରହିବ ନାହିଁ କୌଣସି କୋଭିଡ୍ କଟକଣା। ଯଦି କରୋନା ସଂକ୍ରମଣ ବୃଦ୍ଧି ପାଏ ତେବେ କଟକଣା ନେଇ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି।
ପୌର ନିର୍ବାଚନ ପୂର୍ବରୁ ଦଳ ଅଦଳ ବଦଳ ନୀତି ଦେଖିବାକୁ ମିଳିଛି । ବିଜେପିରେ ଯୋଗଦେଲେ ରାଜ ପରିବାର ସଦସ୍ୟ । ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ଦେବଗଡ ରାଜ ପରିବାରର ସଦସ୍ୟ ରୋହିତ ଗଙ୍ଗଦେବ ଏବଂ ତାଙ୍କ ପତ୍ନୀ ମାଧବୀ କୁମାରୀ ଦେବୀ । ସେହିପରି ବିଜୁ ଜନତା ଦଳର ପୂର୍ବତନ ବିଜେଡି କର୍ପୋରେଟର କେଦାର ପୃଷ୍ଟି କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି ।
ନାମାଙ୍କନ ଦାଖଲର ଶେଷ ଦିନରେ ଦେଖିବାକୁ ମିଳିପାରେ ରୋଚକ ଚିତ୍ର।
ବିଜେପି ନେତା ଉତ୍ତମ ପାଣିଗ୍ରାହୀଙ୍କ ଧର୍ମପତ୍ନୀ । ଉତ୍ତମଙ୍କୁ ଗତଥର ବିଜେପିରୁ ଟିକଟ ମିଳିନଥିବାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଗପହଣ୍ଡିରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ ।
ମଇଦାନକୁ ଓହ୍ଲାଇବା ପାଇଁ ସବୁ ଦଳ ଅଣ୍ଟା ଭିଡ଼ିସାରିଲେଣି । ତେବେ ଏହାରି ଭିତରେ ରାଜଧାନୀ ଭୁବନେଶ୍ୱରରେ ବିଜେଡି ପାଇଁ ଉପୁଜିଛି ଅଡ଼ୁଆ ପରିସ୍ଥିତି । ପୌର ନିର୍ବାଚନ ପର୍ବ ଆରମ୍ଭରୁ କେଁ ବାହାରିଲାଣି ।
ଗିରିବାଳା, ସୁବାସ, ଶ୍ରୀତମଙ୍କ ମଧ୍ୟରେ ମେୟର ପଦବୀ ପାଇଁ ଜୋରଦାର ଲଢେଇ ହେବ ।
ସହରବାସୀଙ୍କ ଅସନ୍ତୋଷ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ଚଳିତବର୍ଷର ଖୋର୍ଦ୍ଧା ପୌର ପରିଷଦ ନିର୍ବାଚନ ।
ଆଜି ପ୍ରେସ୍ ମିଟ୍ କରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ସୁନୀତଙ୍କ ନାଁରେ ଦଳ ମୋହର ମାରିଥିବା ଘୋଷଣା କରିଛନ୍ତି । ତାସହ କହିଛନ୍ତି- ସୁନୀତି ରାଜନୀତିରେ ନୂଆ ହୋଇଥିଲେ ବି ଜଣେ ଉଚ୍ଚ ଶିକ୍ଷିତା । ଭୁବନେଶ୍ୱରବାସୀଙ୍କ ପାଇଁ ଏଭଳି ଜଣେ ପ୍ରାର୍ଥୀନୀଙ୍କ ଆବଶ୍ୟକତା ରହିଛି ।
ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ମହିଳାମାନେ ବିଜେପିର ମେୟର ପ୍ରାର୍ଥୀ ପାଇଁ ଆବେଦନ କରିଥିଲେ।