• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ବିଜେପିରେ ଯୋଗଦେଲେ ରାଜ ପରିବାର ସଦସ୍ୟ ରୋହିତ ଗଙ୍ଗଦେବ ଏବଂ ତାଙ୍କ ପତ୍ନୀ

  • ପୂର୍ବତନ ବିଜେଡି କର୍ପୋରେଟର କେଦାର ପୃଷ୍ଟିଙ୍କ କଂଗ୍ରେସରେ ଯୋଗଦାନ

ବିଜେପିରେ ଯୋଗଦେଲେ ରାଜ ପରିବାର ସଦସ୍ୟ । ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ଦେବଗଡ ରାଜ ପରିବାରର ସଦସ୍ୟ ରୋହିତ ଗଙ୍ଗଦେବ ଏବଂ ତାଙ୍କ ପତ୍ନୀ ମାଧବୀ କୁମାରୀ ଦେବୀ । ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଥିବା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ଏହାସହ ବିଜେପି ପକ୍ଷରୁ ମାଧବୀ କୁମାରୀ ଦେବୀଙ୍କୁ ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ପାଇଁ ପ୍ରାର୍ଥୀ କରାଯିବ ବୋଲି ଘୋଷଣା କରାଯାଇଛି । ମୋଦିଜୀଙ୍କ ସୁଶାସନ ଏବଂ ଦଳର ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହେବା ସହ ଆଗାମୀ ଦିନରେ ଲୋକଙ୍କ ପାଇଁ କାମ କରିବାର ସୁଯୋଗ ପାଇପାରିବି ବୋଲି ମାଧବୀ କୁମାର ଦେବୀ ପ୍ରକାଶ କରିଛନ୍ତି ।

ସେହିପରି ବିଜୁ ଜନତା ଦଳର ପୂର୍ବତନ କର୍ପୋରେଟରଙ୍କ କଂଗ୍ରେସ ଦଳରେ ଯୋଗଦାନ । କଟକ ମହାନଗର ନିଗମ ୨୯ ନମ୍ବର ୱାର୍ଡର ପୂର୍ବତନ ବିଜେଡି କର୍ପୋରେଟର କେଦାର ପୃଷ୍ଟି କଟକ ବାରବାଟି ବିଧାୟକ ମହମ୍ମଦ ମୋକିମଙ୍କ ଉପସ୍ଥିତିରେ ବିଜେଡି ଛାଡି କଂଗ୍ରେସର ହାତ ଧରିଛନ୍ତି । କେଦାର ପୃଷ୍ଟି ଅଶୀ ଦଶକରୁ ଛାତ୍ର ରାଜନୀତି ସହ ଜଡିତ ହୋଇ ତାଙ୍କର ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ବିଜୁବାବୁଙ୍କର ଜଣେ ଅନୁଗାମୀ ଥିଲେ । ସେ ପ୍ରଥମେ ଜନତା ଦଳ ଓ ପରେ ବିଜେଡି ସହ ସାମିଲ ହୋଇ ରହିଥିଲେ । ଏବେ ବିଜେଡିରେ ବିଜୁପ୍ରେମୀଙ୍କୁ ଉପେକ୍ଷା କରାଯାଇ ବାହାର ନେତାଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିବାର କେଦାର ଅଭିଯୋଗ କରିଛନ୍ତି ।

2003 ରୁ 2008 ଓ 2009 ରୁ 2014 ଦୁଇଥର ୨୯ ନଂ ୱାର୍ଡରୁ ବିଜେଡି ଟିକେଟରେ ଜିତିଥିଲେ ବିଜେଡି ଦଳରେ ତାଙ୍କୁ ଉପେକ୍ଷା କରାଯିବାରୁ ସେ ଦଳ ଛାଡିଥିବା କହିଛନ୍ତି । ଆଜି ସେ କଂଗ୍ରେସ ଟିକେଟରେ କର୍ପୋରେଟର ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ।