/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646834119.jpg)
Cuttack Chhatra bazar Bridge Collapsed
କଟକ ଛତ୍ରବଜାର ପରିବା ମାର୍କେଟ ନିକଟ ପୋଲ ଭୁଶୁଡ଼ିଲା । ଛତ୍ରବଜାରରୁ ମାଲଗୋଦାମ ସଂଯୋଗ କରୁଥିବା ପୋଲ ଭୁଶୁଡ଼ିଲା । ପୋଲ କାମ ଚାଲିଥିବା ବେଳେ ଗାର୍ଡ ୱାଲ୍ ଭୁଶୁଡ଼ିଲା । ପୋଲ ତଳେ କିଛି ଲୋକ ଚାପି ହୋଇ ରହିଯାଇଥିବା ସୂଚନା । ଓଡ୍ରାଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଓଡ୍ରାଫ୍ ଟିମ୍ ସହ ଆଗ୍ନିଶମ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ଅଛନ୍ତି । କିଛି ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତଦାରଖ କରୁଛନ୍ତି କଟକ ଡିସିପି ।
ପ୍ରତ୍ୟେକ ଦିନ ଏହି ସମୟରେ ୫୦ ରୁ ୬୦ ବ୍ୟବସାୟୀ ଏହି ପୋଲ ତଳେ ବସି ବ୍ୟବସାୟ କରିଥାନ୍ତି । ତେଣୁ ଏବେ ସୁଦ୍ଧା କେତେ ଜଣ ପୋଲ ତଳେ ଚାପି ହୋଇ ରହିଛନ୍ତି ତାହାର ସ୍ପଷ୍ଟ ସୂଚନା ଆସି ନାହିଁ । ପୋଲ ଭୁଶୁଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।
ପୋଲ ଭୁଶୁଡ଼ିଥିବା ସ୍ଥାନରେ ପହଞ୍ଚିଲେ କଟକ ଜିଲ୍ଲାପାଳ । କହିଲେ ଏହା ଏକ ଦୁଃଖଦ ଘଟଣା । ଏହି ଘଟଣା କାହିଁକି ଘଟିଲା, କେମିତି ଘଟିଲା ? ସେନେଇ ତଦନ୍ତ କରାଯିବ କହିଲେ ଜିଲ୍ଲାପାଳ । ତଦନ୍ତ କିଏ କରିବ, ସରକାର ନିଷ୍ପତ୍ତି ନେବେ କହିଲେ ଜିଲ୍ଲାପାଳ । ଯେଉଁମାନେ ଦାୟୀ, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ।
ଅନ୍ୟପଟେ କଟକ ସିଏମ୍ସି କମିଶନର ବି ସମାନ କଥା କହିଲେ । ସେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ନେଇ ତଦନ୍ତ କରିଛନ୍ତି । ତାଙ୍କ କହିବାନୁଯାୟୀ ଦୁର୍ଘଟଣାରେ ଆହତ ହୋଇଥିବା ଲୋକ ଶ୍ରମିକ ବୋଲି ସୂଚନା ରହିଛି । କୌଣସି ବବସାୟୀ ଏହି ଦୁର୍ଘଟଣାରେ ଫଶି ନାହାନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)