• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

narasingh
କଂଗ୍ରେସ ନେତା ନରସିଂହ ମିଶ୍ର ବଲାଙ୍ଗୀର ବିଧାନସଭା ଆସନରୁ ପୁଣି ନିର୍ବାଚିତ

ଭୁବନେଶ୍ୱର : ଗତ ବିଧାନସଭାରେ ବିରୋଧୀ ଦଳ ନେତା ଥିବା କଂଗ୍ରେସ ନେତା ନରସିଂହ ମିଶ୍ର ବଲାଙ୍ଗୀର ବିଧାନସଭା ଆସନରୁ ପୁଣି ନିର୍ବାଚିତ ହୋଇଛନ୍ତି। ବିଜୁ ଜନତା ଦଳ ପ୍ରାର୍ଥୀ ଅର୍କେଶ କେଶରୀ ସିଂହଦେଓଙ୍କୁ ପ୍ରାୟ ୬ ହଜାର ଭୋଟରେ ହରାଇ ନରସିଂହ ମିଶ୍ର ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ପୂର୍ବତନ ମନ୍ତ୍ରୀ ତଥା ବିଜେଡି ପ୍ରାର୍ଥୀ ସଂଜୟ କୁମାର ଦାସବର୍ମାଙ୍କୁ ହରାଇ ଜୟଯୁକ୍ତ ହୋଇଛନ୍ତି। ଜୟଦେବ ବିଧାନସଭା […]

  • Saturday, 17 July 2021
୪
କେଉଁ ସବୁ ହେଭିୱେଟ୍ ହାରିଲେ, ଜାଣନ୍ତୁ

ଭୁବନେଶ୍ୱର : ରାଜ୍ୟ ରାଜନୀତିର କିଛି ହେଭିୱେଟ୍ ନେତାଙ୍କୁ ଏଥର ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଛି। ବିଜେଡିର ବରିଷ୍ଠ ନେତା ମହେଶ୍ୱର ମହାନ୍ତି, ସଞ୍ଜୟ ଦାସବର୍ମା, ରଵୀନ୍ଦ୍ର ଜେନା, ଦେବାଶିଷ ସାମନ୍ତରାୟ, କଳିକେଶ ନାରାୟଣ ସିଂହଦେଓ, ରବିନାରାୟଣ ନନ୍ଦ, ବିଭୂତିଭୂଷଣ ବଳବନ୍ତରାୟ, ପୁଷ୍ପେନ୍ଦ୍ର ସିଂହଦେଓ, ସରୋଜିନୀ ହେମ୍ବ୍ରମ, ରାସେଶ୍ୱରୀ ପାଣିଗ୍ରାହୀଙ୍କ ସମେତ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଚିରଞ୍ଜୀବ ବିଶ୍ୱାଳ, ଅନନ୍ତ ଦାସ, ଭକ୍ତ ଦାସ, ପ୍ରଦୀପ ମାଝୀ ଆଦିଙ୍କୁ ପରାଜୟର ମୁହଁ ଦେଖିବାକୁ […]

  • Saturday, 17 July 2021
sambit patra
ପାରାଦୀପରେ ଜିତିଲେ ଦାମଙ୍କ ପୁଅ ସମ୍ବିତ ରାଉତରାୟ

ଭୁବନେଶ୍ୱର : ପାରାଦୀପ ବିଧାନସଭା ଆସନରେ ବରିଷ୍ଠ ବିଜେପି ନେତା ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟ ବିଜୟୀ ହୋଇଛନ୍ତି। ସେ ବିଜେଡି ଟିକେଟ୍‌ରେ ଏଠାରୁ ନିର୍ବାଚନ ଲଢ଼ୁଥିଲେ। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ ବାପି ସର୍ଖେଲ (ଅରିନ୍ଦମ ସର୍ଖେଲ୍‌)ଙ୍କୁ ହରାଇଛନ୍ତି। ସୂଚନା ଅନୁଯାୟୀ, ସମ୍ବିତ ୬୯,୩୪୪ ଖଣ୍ଡ ଭୋଟ୍ ପାଇଥିବା ବେଳେ ବାପି ସର୍ଖେଲ ୪୮,୫୪୨ ଖଣ୍ଡ ଭୋଟ୍ ପାଇଛନ୍ତି। ବିଜେପିର ସମ୍ପଦ ଚନ୍ଦ୍ର ସ୍ୱାଇଁ ୩୪,୫୬୩ ଖଣ୍ଡ ଭୋଟ୍ ପାଇଛନ୍ତି।

  • Saturday, 17 July 2021
GP
କିଏ ହେବ ପାସ୍, କିଏ ହେବ ଫେଲ୍ ; ଚାଲିଛି ଅଙ୍କକଷା

ଭୁବନେଶ୍ୱର : ରାତି ପାହିଲେ ଆସିବ ୧୯ର ଫଳାଫଳ । କିଏ ହେବ ପାସ୍, ଆଉ କିଏ ଫେଲ୍, ତାକୁ ନେଇ ଚାଲିଛି ଅଙ୍କକଷା । ପରୀକ୍ଷା ଦେଇ ରେଜଲ୍‌ଟକୁ ଅପେକ୍ଷା କରିଥିବା ପରୀକ୍ଷାର୍ଥୀଙ୍କ ପରି ଏବେ ପ୍ରାର୍ଥୀଙ୍କ ହାର୍ଟବିଟ୍ ବଢିଯାଇଛି। ଏକ୍‌ଜିଟ୍ ପୋଲ ଆକଳନ ବି କିଛି ନେତାଙ୍କ ରକ୍ତଚାପ ବଢାଇଦେଇଛି ।  କିଏ କିଏ ଶେଷ ମୁହୂର୍ତ୍ତରେ ଭଗବାନଙ୍କ ପାଖରେ ଅଧିଆ ପଡି ଭଲ ଫଳ ପାଇଁ ପ୍ରାର୍ଥନା ବି କରିଛନ୍ତି ପୁଣି କିଏ […]

  • Saturday, 17 July 2021
g
ରାତି ପାହିଲେ ଖୋଲିବ ଇଭିଏମ୍

ଭୁବନେଶ୍ୱର : କାଉଣ୍ଟିଂ ପାଇଁ କାଉଣ୍ଟଡାଉନ୍ ଆରମ୍ଭ। କାଉଣ୍ଟିଂ ସେଣ୍ଟରରୁ ଆରମ୍ଭ କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ୍ ପର୍ଯ୍ୟନ୍ତ ସବୁଠି ଜୋରଦାର ପ୍ରସ୍ତୁତି।  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ମିଡିଆ ଓ ସାଧାରଣ ଜନତାଙ୍କ ପାଇଁ ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା। ଲାଗିଛି ଏଲିଇଡି ସ୍କ୍ରିନ୍। ସେହିପରି କାଉଣ୍ଟିଂ ସେଣ୍ଟରରେ ବି ବ୍ୟାପକ ବନ୍ଦୋବସ୍ତ। ଭୁବନେଶ୍ୱର ବିଜେବି କଲେଜରେ ହୋଇଥିବା କେନ୍ଦ୍ରରେ ପୁଲିସ୍‌ର କଡ଼ା ସୁରକ୍ଷା ସହିତ ଲାଗିଛି ସିସିଟିଭି। ଯାଜପୁର, କଟକ, ପୁରୀ […]

  • Saturday, 17 July 2021
nm
ପାଖେଇ ଆସୁଛି କାଉଣ୍ଟିଂ ଡେ ; ଜାତୀୟ ରାଜନୀତିରେ ନବୀନଙ୍କ ଭୂମିକା ଉପରେ ନଜର

ଭୁବନେଶ୍ୱର : ୩ ଦିନ ପରେ ଆସିବ ନିର୍ବାଚନ ଫଳ। ଦିଲ୍ଲୀ ଗାଦି କିଏ ଅକ୍ତିଆର କରିବ ? ରାଜ୍ୟରେ କାହାକୁ ମିଳିବ ବହୁମତ ? ଏହାକୁ ନେଇ ବିଭିନ୍ନ ଏକ୍‌ଜିଟ୍ ପୋଲ୍ ଆକଳନ ଭିତରେ ଦିଲ୍ଲୀ ସିଂହାସନ ଅକ୍ତିଆର କରିବାକୁ ଆରମ୍ଭ ହୋଇଗଲାଣି ଗୋଟି ଚାଳନା। ତେବେ ଫଳାଫଳ ଆସିବା ପରେ କଣ ହେବ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟ ? ୟୁପିଏ ନା ଏନ୍‌ଡିଏ, କେଉଁ ସାମ୍ମୁଖ୍ୟ ଆଡ଼କୁ ଢଳିବେ ? ଚର୍ଚ୍ଚା […]

  • Saturday, 17 July 2021
nn
ରିପବ୍ଲିକ୍ ଟିଭି- ସି-ଭୋଟର ଏକ୍‌ଜିଟ୍ ପୋଲ ; ଓଡ଼ିଶାରେ ବିଜେଡିକୁ ଶକ୍ତ ଧକ୍କା

ଭୁବନେଶ୍ୱର : ଓଡ଼ିଶାରେ ବିଜେଡିକୁ ବଡ଼ ଧକ୍କା। ରିପବ୍ଲିକ୍ ସି-ଭୋଟର ଏକ୍‌ଜିଟ୍ ପୋଲ ସର୍ଭେ ଅନୁସାରେ ବିଜେଡି ଗତଥର ୨୦ଟି ଆସନରେ ବିଜୟୀ ହୋଇଥିବା ବେଳେ ଏଥର ସର୍ବାଧିକ ୧୧ଟି ଆସନରେ ଜିତିବା ସମ୍ଭାବନା ରହିଛି। ତେବେ ବିଜେପି ବୃହତ ସଫଳତା ହାସଲ କରିବ। ଦଳ ୧୦ଟି ଲୋକସଭା ଆସନରେ ଜିତିବା ପୂର୍ବାନୁମାନ କରାଯାଇଛି।  କଂଗ୍ରେସକୁ ପୁଣି ନିରାଶ ହେବାକୁ ପଡିବ। ୨୦୧୪ ଭଳି ଏଥର ମଧ୍ୟ ଦଳ ରାଜ୍ୟରେ ଖାତା ଖୋଲିପାରିବ ନାହିଁ ବୋଲି ରିପବ୍ଲିକ୍ […]

  • Saturday, 17 July 2021
jj
୧୯ରେ ୩୪ ବୁଥ୍‌ରେ ସାନି ମତଦାନ

ଭୁବନେଶ୍ୱର : ଆସନ୍ତା ୧୯ତାରିଖରେ ରାଜ୍ୟର ୧୦ଟି ଜିଲ୍ଲାର ୩୪ଟି ବୁଥରେ ସାନି ମତଦାନ ହେବ। ତୃତୀୟ ପର୍ଯ୍ୟାୟ ନିର୍ବାଚନର ୧୨ଟି ବୁଥ୍ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନର ୨୨ଟି ବୁଥରେ ଏହି ମତଦାନ ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁରେନ୍ଦ୍ର କୁମାର ଆଜି ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ୧୯ତାରିଖରେ ସାନି ମତଦାନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କଟକ, ଦେବଗଡ଼, ପୁରୀ, ଅନୁଗୁଳ, କେନ୍ଦୁଝର, ଖୋର୍ଦ୍ଧା, ଯାଜପୁର, ବାଲେଶ୍ୱର, […]

  • Saturday, 17 July 2021
patkura
ଘୁଞ୍ଚିଲା ପାଟକୁରା ନିର୍ବାଚନ

ଭୁବନେଶ୍ୱର  : କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାଟକୁରା ବିଧାନସଭା ନିର୍ବାଚନ ଘୁଞ୍ଚିଲା। ବାତ୍ୟା ‘ଫୋନି’ ଯୋଗୁଁ ନିର୍ବାଚନ ୬୦ ଦିନ ପର୍ଯ୍ୟନ୍ତ ଘୁଞ୍ଚାଇଲେ ନିର୍ବାଚନ କମିଶନ। ପୂର୍ବରୁ ନିର୍ବାଚନ ଘୁଞ୍ଚାଇବାକୁ କମିଶନଙ୍କଠାରେ ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪ର୍ଥ ପର୍ଯ୍ୟାୟରେ ପାଟକୁରାରେ ନିର୍ବାଚନ ହେବାକୁ ସ୍ଥିର ହୋଇଥିଲା। ମାତ୍ର ବିଜେଡି ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲ୍‌ଙ୍କ ଦେହାନ୍ତ ଯୋଗୁ ନିର୍ବାଚନକୁ ସ୍ଥଗିତ ରଖିଥିଲେ ନିର୍ବାଚନ କମିଶନ। ପରେ ମେ’ ୧୯ ତାରିଖରେ ନିର୍ବାଚନ […]

  • Saturday, 17 July 2021
sarakar
ସରିଲା ଭୋଟ୍, ବଢିଲା ଦାବି ; କିଏ ଗଢ଼ିବ ସରକାର ?

ଭୁବନେଶ୍ୱର :  କିଏ ଗଢ଼ିବ ସରକାର ? କାହାର ହେବ ଭୁବନେଶ୍ୱର ଗାଦି ? ପୁଣି ନବୀନ ନା ପରିବର୍ତ୍ତନ ସପକ୍ଷରେ ରାୟ ଦେଇଛନ୍ତି ଜନତା ? କେଉଁ ଦଳରୁ ଦିଲ୍ଲୀ ଯିବେ କେତେ ସାଂସଦ ? ଗଣତନ୍ତ୍ର ମହା ମହୋତ୍ସବର ଅନ୍ତିମ ପର୍ବ-ଭୋଟ୍ ଗଣତି ପୂର୍ବରୁ ଏବେ ସବୁଠୁ ଏଇ ଚର୍ଚ୍ଚା ବିଜେଡି, ବିଜେପି, କଂଗ୍ରେସ। ନିଜ ନିଜ ପ୍ରଦର୍ଶନକୁ ନେଇ ଅଙ୍କକଷାରେ ବ୍ୟସ୍ତ ତିନିଦଳ। କିଏ ଏକ୍‌ଜିଟ୍ ପୋଲ କରିଛି ତ ଆଉ କିଏ […]

  • Saturday, 17 July 2021
sabitri--1
ପାଟକୁରା ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ସାବିତ୍ରୀ ଅଗ୍ରୱାଲ୍‌

କେନ୍ଦ୍ରାପଡ଼ା : ପାଟକୁରା ବିଧାନସଭା ଆସନ ପାଇଁ ଆଜି ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ୍ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବେଦ ପ୍ରକାଶଙ୍କ ପରଲୋକ ପରେ ଗତକାଲି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ପାଟକୁରା ଆସନ ପାଇ ତାଙ୍କ ନାଁ ଘୋଷଣା କରିଥିଲେ। ବିଜେଡି ଏଥର ବି ଏହି ଆସନରେ ବେଦ ପ୍ରକାଶକୁ ପ୍ରାର୍ଥୀ କରିଥିଲା। ସେ ନାମାଙ୍କନପତ୍ର ବି ଦାଖଲ କରିଥିଲେ। ତେବେ ନିର୍ବାଚନ ୯ ଦିନ ପୂର୍ବରୁ ଏପ୍ରିଲ୍ ୨୦ତାରିଖରେ ଚିକିତ୍ସାଧୀନ […]

  • Saturday, 17 July 2021
bijaya
ପାଟକୁରାରୁ ଲଢ଼ିବାକୁ ନବୀନଙ୍କୁ ଆହ୍ୱାନ ଦେଲେ ବିଜୟ

ଭୁବନେଶ୍ୱର  : ପାଟକୁରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଲଢ଼ିବାକୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଆହ୍ୱାନ ଦେଇଛନ୍ତି। କହିଛନ୍ତି,“ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଆଇନ ଅନୁସାରେ ଆଉ ଗୋଟିଏ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢ଼ିବାରେ ବାଧା ନାହିଁ। ପଛରେ ରହି, ହୀନ ଚକ୍ରାନ୍ତ ନ କରି ଓ ମୁଖ୍ୟମନ୍ତ୍ରୀ ନିଜର କା’କୁ ନ ପଠାଇ ପାଟକୁରାରେ ନିଜେ ଲଢ଼ିଲେ ଠିକ୍ ହୁଅନ୍ତା। ଯଦି ତାଙ୍କର ସତ ସାହସ ଥାଏ, ମୁଁ ଭାବୁଛି ଏ […]

  • Saturday, 17 July 2021
sabitri--1
ପାଟକୁରା ବିଧାନସଭା ନିର୍ବାଚନ ଲାଗି ବିଜେଡିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର : ପାଟକୁରା ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେଡି। ପରଲୋକଗତ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ୱାଲ୍‌ଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ୱାଲ୍‌ଙ୍କୁ ଏଠାରେ ବିଜେଡି ପ୍ରାର୍ଥୀ କରିଛି ଦଳ। ଏନେଇ ଆଜି ବିଧିବଦ୍ଧ ଘୋଷଣା କରିଛନ୍ତି ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାଟକୁରାରେ ପୂର୍ବରୁ ବିଜେଡି ପ୍ରାର୍ଥୀ କରିଥିବା ବେଦ ପ୍ରକାଶ ଅଗ୍ରଓ୍ୱାଲ୍‌ଙ୍କ ଦେହାନ୍ତ ପରେ ମେ ୧୯କୁ ନିର୍ବାଚନ ଘୁଞ୍ଚାଇ ଦେଇଥିଲେ ନିର୍ବାଚନ କମିଶନ। ଏଥିପାଇଁ ନାମାଙ୍କନ ଦାଖଲର […]

  • Saturday, 17 July 2021
violence
ଶେଷ ପର୍ଯ୍ୟାୟ ଭୋଟିଂ ବେଳେ ବିଜେଡି କର୍ମୀଙ୍କ ବ୍ୟାପକ ହିଂସା

ଭୁବନେଶ୍ୱର : ବିଭ୍ରାଟ ଆଉ ବିବାଦ ଭିତରେ ସରିଛି ଚତୁର୍ଥ ପର୍ଯ୍ୟାୟ ମତଦାନ। ଶେଷ ପର୍ଯ୍ୟାୟ ନିର୍ବାନରେ ମାରପିଟ୍, ବୁଥ୍ ରିଗିଂ ଓ ଭୋଟରଙ୍କୁ ପ୍ରଲୋଭନ ନ ହେଲେ ଧମକର ପୁଳା ପୁଳା ଅଭିଯୋଗ ଆସିଛି। ଖାସ୍ କରି ବିଭିନ୍ନ ସ୍ଥାନରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ, ପୋଲିଂ ଏଜେଣ୍ଟଙ୍କୁ ମାଡ଼, ବୁଥ୍ ରିଗିଙ୍ଗ ସାଙ୍ଗକୁ  ଭୋଟରଙ୍କୁ ଖୋଲା ଧମକ ଅଭିଯୋଗ ଆସିଛି। ମାହାଙ୍ଗା ନିର୍ବାଚନମଣ୍ଡଳୀର ସୁକରପଡ଼ାରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ବୁଥ୍ ପରିଦର୍ଶନରେ ଯାଇଥିବା […]

  • Saturday, 17 July 2021
6
ଦିନ ୫ଟା୩୦ ସୁଦ୍ଧା ୬୬ % ମତଦାନ

ଭୁବନେଶ୍ୱର : ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ ହେବାକୁ ଯାଉଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ମତଦାନ ଏବେଯାଏଁ କିଛି ସ୍ଥାନରେ ଜାରି ରହିଛି। ଏହି ପର୍ଯ୍ୟାୟରେ ଆଜି ରାଜ୍ୟରେ ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି। ରାଜ୍ୟରେ ଦିନ ୫ଟା ୩୦ ସୁଦ୍ଧା ୬୬ ପ୍ରତିଶତ ମତଦାନ ହୋଇଛି। ମୟୂରଭଞ୍ଜ ଜିଲ୍ଲାରେ ୬୬ ପ୍ରତିଶତ, ଯାଜପୁରରେ ୬୫ ପ୍ରତିଶତ ମତଦାନ ହୋଇଛି। କେନ୍ଦ୍ରାପଡ଼ାରେ ୬୫, […]

  • Saturday, 17 July 2021
murder
କଂଗ୍ରେସ କର୍ମୀଙ୍କୁ ବୋତଲ ଭୁସି ହତ୍ୟା

ପାରାଦୀପ : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟଦାନ ଚାଲିଥିବା ବେଳେ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ଏକ ରାଜନୈତିକ ହତ୍ୟାକାଣ୍ଡ ଘଟିଛି। ଜଣେ କଂଗ୍ରେସ କର୍ମୀଙ୍କୁ ବୋତଲରେ ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଲଛମନ ବେହେରା। ଲଛମନ ଗତକାଲି ବିଜେଡି ଛାଡ଼ି କଂଗ୍ରେସରେ ମିଶିଥିଲେ। ସେଥିପାଇଁ ଜଣେ ବିଜେଡି କର୍ମୀ ଆକ୍ରୋଶମୂଳକ ଭାବେ ତାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ଗଡ଼କୁଜଙ୍ଗ ନୋଳିଆସାହିରେ ଏହି ହତ୍ୟାକାଣ୍ଡ ଘଟିଛି। ଲଛମନ […]

  • Saturday, 17 July 2021
faint
ଅଂଶୁଘାତରେ ଆକ୍ରାନ୍ତ ହୋଇ ମହିଳା ପ୍ରିଜାଇଡିଂ ଅଫିସର ଗୁରୁତର

ସୋର ( ଶଶିକାନ୍ତ ବେହେରା) : ଡ୍ୟୁଟି କରୁଥିବା ସମୟରେ ଜଣେ ମହିଳା ପ୍ରିଜାଇଡିଂ ଅଫିସର ଗୁରୁତର।  ବାଲେଶ୍ୱର ସୋର ନିର୍ବାଚନୀ ମଣ୍ଡଳୀ ବାହାନଗା ବ୍ଲକ୍‌ର ୫୦ ନମ୍ବର ବୁଥ୍‌ରେ କାର୍ଯ୍ୟରତ ପ୍ରିଜାଇଡିଂ ଅଫିସର ସାଗରିକା ନାୟକ ଗୁରୁତର ହୋଇ ସୋର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସାଗରିକା ଅତ୍ୟଧିକ ଗରମ ସହି ନପାରି ଚେତାଶୂନ୍ୟ ହୋଇପଡିଥିଲେ। ତାଙ୍କୁ ତୁରନ୍ତ ସୋର ମେଡିକାଲକୁ ନିଆଯାଇଥିଲା। ବର୍ତ୍ତମାନ ସେଠାରେ ତାଙ୍କ ଚିକିତ୍ସା ଚାଲିଛି।

  • Saturday, 17 July 2021
election
କେନ୍ଦ୍ରାପଡ଼ାରେ ଟଙ୍କା ବାଣ୍ଟୁଛନ୍ତି ବିଜେଡି ନେତା

ଭୁବନେଶ୍ୱର : ଶାସକ ବିଜେଡିର ରାଜ୍ୟସ୍ତରୀୟ ନେତାମାନେ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀରେ ଟଙ୍କା ବାଣ୍ଟୁଛନ୍ତି। ଏପରି ଅଭିଯୋଗ ଆଣି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ବିଜେପି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ କେନ୍ଦ୍ରାପଡାରୁ ରାଜ୍ୟସ୍ତରୀୟ ନେତାଙ୍କୁ ହଟାଇବା ସହ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରିବା ପାଇଁ ବିଜେପି ଦାବି କରିଛି। ଅଭିଯୋଗରେ କୁହାଯାଇଛି, ମହାକାଳପଡ଼ା ବିଜେଡି ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ ମହିଳା ସ୍ୱୟଂ ସହାୟକ […]

  • Saturday, 17 July 2021
hotel
କେନ୍ଦ୍ରାପଡ଼ାରେ ବିଭିନ୍ନ ହୋଟେଲ ଓ ଲଜରେ ଚଢ଼ଉ

କେନ୍ଦ୍ରାପଡ଼ା : ରାତି ପାହିଲେ ହେବ ମତଦାନ। ତା’ପୂର୍ବରୁ ଆଜି ରାତିରେ କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ନିର୍ବାଚନମଣ୍ଡଳୀରେ ବାହାର ନେତା ଅଛନ୍ତି ନା ନାହିଁ ତାକୁ ନେଇ ଚଢ଼ଉ ଜାରି ରହିଛି। କେନ୍ଦ୍ରାପଡ଼ା ସହରର ବିଭିନ୍ନ ହୋଟେଲ ଓ ଲଜରେ ରିଟର୍ଣ୍ଣିଂ ଅଫିସରଙ୍କ ନେତୃତ୍ୱରେ ଏହି ଚଢ଼ଉ ହେଉଛି। କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ର କହିଛନ୍ତି-“୧୫ରୁ ୨୦ ପ୍ରତିଶତ ରୁମ୍‌ରେ ଲୋକ ଅଛନ୍ତି। ଅଧିକାଂଶ ରୁମ୍‌ରେ ତାଲା ପଡ଼ିଛି। ସେହି ରୁମ୍‌ […]

  • Saturday, 17 July 2021
pramod mallik
ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ହିସାବ ମାଗିଲେ ଲୋକେ, ଭାଇରାଲ୍‌ ହେଲା ଭିଡିଓ

ଭୁବନେଶ୍ୱର  :  ନିଆଳି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରମୋଦ ମଲ୍ଲିକଙ୍କୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ। ସେ କସର୍ଦା ଭାଲିଆକଣକୁ ଯାଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ନାନା ପ୍ରଶ୍ନ ପଚାରିଥିଲେ। ଯାହାର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଗତକାଲି ବିଧାୟକ ଶ୍ରୀ ମଲ୍ଲିକ ଲୋକଙ୍କୁ ଭେଟିବାକୁ ଯାଇଥିଲେ। ଏହି ସମୟରେ ଲୋକେ ତାଙ୍କୁ ଘେରିଯାଇ ଗତ ୧୦ ବର୍ଷ ଧରି କେଉଁଠି ଥିଲ ଓ ନିଆଳି ପାଇଁ କଣ କରିଛ ବୋଲି […]

  • Saturday, 17 July 2021
bjp
ଇଭିଏମ୍‌ରେ ସିଲ୍‌ ହେବ ଏହି ହେଭିୱେଟ୍‌ମାନଙ୍କ ଭାଗ୍ୟ

ଭୁବନେଶ୍ୱର : ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ। ଏଥିରେ ଓଡ଼ିଶାରେ ୬ଟି ଲୋକସଭା ଓ ୪୧ ବିଧାନସଭା ନିର୍ବାଚନମଣ୍ଡଳୀରେ ହେବ ମତଦାନ। ଆଉ ସିଲ୍‌ ହେବ ହେଭିୱେଟ୍‌ଙ୍କ ଭାଗ୍ୟ। ପ୍ରାର୍ଥୀ ତାଲିକା ଘୋଷଣା ପରଠାରୁ ଚର୍ଚ୍ଚାରେ ରହିଛି କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର। ଏଠାରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେଡିର ଅନୁଭବ ମହାନ୍ତି ଓ କଂଗ୍ରେସରୁ ଧରଣୀଧର ନାୟକ। ଜଗତସିଂହପୁରରେ ବିଜେପିର ବିଭୁ ପ୍ରସାଦ ତରାଇ, ବିଜେଡିର ରାଜଶ୍ରୀ […]

  • Saturday, 17 July 2021
kendrapara
ଫୋକସରେ ପଲିଟିକାଲ ଓ୍ୱାର୍ ଜୋନ୍ କେନ୍ଦ୍ରାପଡ଼ା

ଭୁବନେଶ୍ୱର : ପଲିଟିକାଲ୍ ଓ୍ୱାର୍‌ଜୋନ୍ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ଭୋଟିଂ ପୂର୍ବରୁ ଚାଲିଛି ପ୍ରସ୍ତୁତି। ପୁରା ସାଜ ସରଞ୍ଜାମ ସହ ବୁଥ୍ ପ୍ରସ୍ତୁତ। ଶାନ୍ତିଶୃଙ୍ଖଳାର ସହ ମତଦାନ ପାଇଁ ସୁରକ୍ଷା କର୍ମୀ ବି ତୟାର। ଲଢ଼େଇ ପାଇଁ ତିନି ଦଳର ପ୍ରାର୍ଥୀଙ୍କ ନାଁ ଘୋଷଣା ପରଠୁ ୧୯ ମହାଯୁଦ୍ଧର ଯେମିତି ଏପି ସେଣ୍ଟର ପାଲଟିଯାଇଛି କେନ୍ଦ୍ରାପଡ଼ା। ତାର କାରଣ ବିଜେଡି ଛାଡ଼ି ବିଜେପିର ପ୍ରାର୍ଥୀ ହୋଇଥିବା ବୈଜୟନ୍ତ। ବିଜେପିର ହେଭିୱେଟ୍ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ କଂଗ୍ରେସ ଧରଣୀଧର […]

  • Saturday, 17 July 2021
ceo
କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ଉପରେ ବିଶେଷ ଧ୍ୟାନ ଦିଆଯିବ : ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର : ଆସନ୍ତାକାଲି ରାଜ୍ୟର ୬ଟି ଲୋକସଭା ଏବଂ ଏହା ଅଧୀନ ୪୧ଟି ବିଧାନସଭା ଆସନରେ ହେବ ମତଦାନ। ତେବେ ଫୋକସ୍‌ରେ ଥିବା କେନ୍ଦ୍ରାପଡ଼ା ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏକ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି। କେନ୍ଦ୍ରାପଡ଼ାରେ ଅଧିକ ସଂଖ୍ୟାରେ ପୁଲିସ ଫୋର୍ସ ମୁତୟନ ହେବେ। ନିର୍ବାଚନ ଅଞ୍ଚଳରେ ବାହାର ଲୋକଙ୍କ ଗତିବିଧି ଉପରେ ନଜର ରଖାଯିବ। ଏଥିସହ ରାଜନୈତିକ ବ୍ୟକ୍ତିଙ୍କ ଗତିବିଧି ଉପରେ ନଜର […]

  • Saturday, 17 July 2021
flag march
ନିର୍ବାଚନ ପୂର୍ବରୁ ବାସୁଦେବପୁରରେ ପୁଲିସର ଫ୍ଲାଗ୍‌ମାର୍ଚ୍ଚ

ବାସୁଦେବପୁର ( କିର୍ତ୍ତି ଦାସ୍‌) : ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ କରିବା ଲାଗି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ସୁରକ୍ଷା ବଳ ପକ୍ଷରୁ ବାସୁଦେବପୁର ବିଧାନସଭା ମଣ୍ଡଳୀର ବିଭିନ୍ନ ଅଞ୍ଚଳ ସ୍ଥାନରେ ଫ୍ଲାଗମାର୍ଚ୍ଚ କରାଯାଇଛି। ନିର୍ବାଚନ ଡ୍ୟୁଟିରେ ଜଣେ ଡିଏସ୍‌ପିଙ୍କ ସହ ୫ ଜଣ ଇନ୍ସପେକ୍ଟର, ୩୦ଜଣ ସବ-ଇନ୍ସପେକ୍ଟର ଓ ସ୍ପେଶାଲ ଆର୍ମଫୋର୍ସ ସହ ୭ ପ୍ଲାଟୁନ କେନ୍ଦ୍ରୀୟ ସୁରକ୍ଷା ବଳ […]

  • Saturday, 17 July 2021
duty
ନିର୍ବାଚନ ଡ୍ୟୁଟିକୁ ଯାଉଥିବା ବେଳେ ପୋଲିଂ ଅଧିକାରୀଙ୍କ ମୃତ୍ୟୁ

ବାଲେଶ୍ୱର : ନିର୍ବାଚନ ଡ୍ୟୁଟିରେ ଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ। ସେ ହେଲେ ବାରବାଟି ସ୍କୁଲର ପୂର୍ଣ୍ଣଚନ୍ଦ୍ର ପଣ୍ଡା। ନୀଳଗିରି ଅଯୋଧ୍ୟା ହାଇସ୍କୁଲରେ ତାଙ୍କର ଡ୍ୟୁଟି ପଡ଼ିଥିଲା। ଅନ୍ୟ କର୍ମଚାରୀଙ୍କ ସହ ଏକ ବସ୍‌ରେ ସେଠାକୁ ଯାଇଥିଲେ ପୂର୍ଣ୍ଣଚନ୍ଦ୍ର। ପୋଲିଂ ବୁଥ୍‌ରେ ପହଞ୍ଚିବା ପରେ ସମସ୍ତେ ବସ୍‌ରୁ ଓହ୍ଲାଇଥିବା ବେଳେ ପୂର୍ଣ୍ଣଚନ୍ଦ୍ର ଆଉ ଓହ୍ଲାଇ ନ ଥିଲେ। ଅନ୍ୟ କର୍ମଚାରୀମାନେ ତାଙ୍କୁ ଡାକିବା ବେଳକୁ ତାଙ୍କର ଚେତା ନଥିଲା। ତୁରନ୍ତ ତାଙ୍କୁ […]

  • Friday, 16 July 2021