• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନକୁ ବିରୋଧ କରି କଂଗ୍ରେସର ପ୍ରତିବାଦ

  • ଟ୍ରାକ୍ଟର ଚଢ଼ି ସଂସଦ ପହଞ୍ଚିଲେ ରାହୁଲ

  • କହିଲେ, ଚାଷୀଙ୍କ ସ୍ୱରକୁ ଚାପି ଦିଆଯାଉଛି

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନକୁ ବିରୋଧ କରି କଂଗ୍ରେସର ପ୍ରତିବାଦ । କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଟ୍ରାକ୍ଟର ଚଳାଇ ସଂସଦ ଭବନ ଅଭିମୁଖେ ଆସିଛନ୍ତି । ସକାଳେ ରାହୁଲ ତୁଗଲକ ଲେନରେ ଥିବା ବାସଭବନରୁ ଟ୍ରାକ୍ଟର ଚଲାଇ ସଂସଦ ଆସିଥିଲେ । ରାହୁଲଙ୍କ ସହ ରଣଦୀପ ସୁରଜେୱାଲା, ଦିପେନ୍ଦ୍ର ହୁଡା ସମେତ ବହୁ କଂଗ୍ରେସ ନେତା ଟ୍ରାକ୍ଟରରେ ସବାର ଥିଲେ । ରାହୁଲ ଯେଉଁ ଟ୍ରାକ୍ଟରରେ ସଂସଦ ପହଞ୍ଚିଥିଲେ, ସେଥିରେ ଏକ ବୋର୍ଡ ଥିଲା । ଯେଉଁଥିରେ 'କୃଷକ ବିରୋଧୀ ତିନୋଟି କଳା କୃଷି ନିୟମକୁ ଫେରାଇ ନିଅ, ଏହାକୁ ଫେରାଇ ନିଅ'ବୋଲି ଲେଖା ହୋଇଥିଲା ।

ସଂସଦରେ ପହଞ୍ଚିବା ପରେ ରାହୁଲ ଗାନ୍ଧୀ ଗଣମାଧ୍ୟମକୁ କହିଛନ୍ତି, "ଆମେ କୃଷକଙ୍କ ବାର୍ତ୍ତା ନେଇ ସଂସଦକୁ ଆସିଛୁ । ଚାଷୀଙ୍କ ସ୍ୱରକୁ ଚାପି ଦିଆଯାଉଛି । ସରକାରଙ୍କୁ କୃଷି ଆଇନ ପ୍ରତ୍ୟାହାର କରିବାକୁ ପଡିବ । ଏହି ଆଇନ ଗୁଡିକ ୨ରୁ ୩ ଜଣ ବଡ ବଡ଼ ଶିଳ୍ପପତିଙ୍କୁ ଆଖିରେ ରଖି ତଥା ସେମାନଙ୍କ ହିତ ପାଇଁ ଲାଗୁ କରାଯାଇଛି । ଚାଷୀଙ୍କ ହିତ ପାଇଁ ନୁହେଁ କୃଷି ଆଇନ୍, ଏଗୁଡ଼ିକ କଳା ଆଇନ୍ ବୋଲି ସେ କହିଛନ୍ତି

ବର୍ତ୍ତମାନ ଦିଲ୍ଲୀର ବିଭିନ୍ନ ସୀମାରେ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ରାସ୍ତାରୁ ଆରମ୍ଭ କରି ସଂସଦକୁ ଶୁଭୁଛି ଆନ୍ଦୋଳନର ସ୍ୱର । କେନ୍ଦ୍ର ସରକାର ଗତ ବର୍ଷ ଆଣିଥିବା ୩ଟି କୃଷି ଆଇନକୁ ବିରୋଧ କରି ଆଠ ମାସ ଧରି କୃଷକଙ୍କ ଆନ୍ଦୋଳନ ଜାରି ରହିଛି । କୃଷକଙ୍କ ଏହି ଆନ୍ଦୋଳନକୁ କଂଗ୍ରେସ ମଧ୍ୟ ସମର୍ଥନ କରିଛି । ସେପଟେ ଗତବର୍ଷଠାରୁ ଦଳ ପକ୍ଷରୁ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯାଉଛି ।

ତିନି କୃଷି ନିୟମ ବିରୁଦ୍ଧରେ ତଥା ଆଠ ମାସର ଆନ୍ଦୋଳନର ସମାପ୍ତି ପାଇଁ ମହିଳାମାନେ ସୋମବାର ଦିନ ଅର୍ଥାତ୍ ଆଜି ଜନ୍ତର ମନ୍ତରରେ ଏକ କୃଷକ ସାଂସଦର ଆୟୋଜନ କରୁଛନ୍ତି । ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପରେ ଜୁଲାଇ ୨୨ ତାରିଖରୁ ଜନ୍ତର ମନ୍ତରରେ ସଂଯୁକ୍ତ କିସାନ୍ ମୋର୍ଚ୍ଚା ବିରୋଧ ପ୍ରଦର୍ଶନ ଜାରି ରଖିଛି । ଗତ ଆଠ ମାସ ଧରି ଚାଲିଥିବା ଆନ୍ଦୋଳନରେ ବିଭିନ୍ନ ରାଜ୍ୟରୁ ଲକ୍ଷ ଲକ୍ଷ କୃଷକ ଅଂଶଗ୍ରହଣ କରିଛନ୍ତି ବୋଲି ଏସଏମଏମ ଦାବି କରିଛି ।