• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  •  କରୋନା ଯୋଦ୍ଧାଙ୍କ ପରିବାରକୁ କୋଟିଏ ଟଙ୍କା ଲେଖାଏଁ ଦେଲେ ଦିଲ୍ଲୀ ସରକାର ।

  • କେଜ୍ରିୱାଲ ସରକାର ଦେଲେ ଏକ କୋଟି ଟଙ୍କା ।

ନୂଆଦିଲ୍ଲୀ: କରୋନା ଯୋଦ୍ଧାଙ୍କ ପରିବାରକୁ କୋଟିଏ ଟଙ୍କା ଲେଖାଏଁ ଦେଲେ ଦିଲ୍ଲୀ ସରକାର । ମହାମାରୀ କରୋନା କାଳରେ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ସମ୍ମୁଖ ଯୋଦ୍ଧାଙ୍କୁ କୋଟିଏ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି ଦିଲ୍ଲୀର କେଜ୍ରିୱାଲ ସରକାର । ମହାମାରୀ ବେଳେ ସ୍ୱାସ୍ଥ୍ୟ କର୍ମୀ ଏବଂ ଅନ୍ୟ ଫ୍ରଣ୍ଟଲାଇନ୍ ଓ୍ୱାର୍କରମାନେ ଦିନ ରାତି ୨୪ ଘଣ୍ଟା ରୋଗୀଙ୍କ ସେବା କରୁଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ କରୋନା ଆକ୍ରାନ୍ତ ମଧ୍ୟ ହେଉଛନ୍ତି । ଆଉ ଶେଷରେ ସେବା କରି କରି ନିଜ ପ୍ରାଣ ହରାଇଛନ୍ତି । ସେମାନଙ୍କ ଆବର୍ତ୍ତମାନରେ ଦିଲ୍ଲୀ ସରକାର ଆର୍ଥିକ ସହାୟତା ପ୍ରଦାନ କରିଛି ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ।

ଖାଲି ସେତିକି ନୁହେଁ, ଦିଲ୍ଲୀ ସରକାରଙ୍କ ପକ୍ଷରୁ କୋଭିଡ୍ ଯୋଦ୍ଧା ତଥା ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ପଦ୍ମ ପୁରଷ୍କାର ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ ନାଁ ସୁପାରିଶ କରାଯିବ । 

ଅନ୍ୟପଟେ ଦେଶରେ ୧୩୨ ଦିନ ପରେ ୩୦ ହଜାର ତଳକୁ କମିଲା ଦୈନିକ ସଂକ୍ରମଣ ହାର । ଗତ ୨୪ ଘଣ୍ଟାରେ ଦେଶରେ ୨୯ ହଜାର ୬୮୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ  ଦିନକରେ ୪୧୫ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୪ ଲକ୍ଷ ୨୧ ହଜାର ୩୮୨କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶର ୩ ଲକ୍ଷ ୯୮ ହଜାର ୧୦୦ ଜଣ ସଂକ୍ରମିତ ଚିକିତ୍ସିତ ହେଉଥିବା ବେଳେ ୩ କୋଟି ୦୬  ଲକ୍ଷ ୨୧,୬୪୯ ଜଣ ସୁସ୍ଥ ହୋଇସାରିଛନ୍ତି ।