Advertisment

ମମିତାଙ୍କୁ ନ୍ୟାୟ ଦେବାକୁ କଳା କୋଟ୍‌ ପିନ୍ଧିବି: ନରସିଂହ

ତୁରନ୍ତ ଅପରାଧିକ ଦଫା ୧୨୦-B ଲଗାଯାଇ ମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ। ୯୦ ଦିନ ଭିତରେ SIT ଦ୍ୱାରା ତଦନ୍ତ କରାଯାଇ ପୀଡ଼ିତାଙ୍କୁ ନ୍ୟାୟ ଦିଆଯାଉ। ପୀଡ଼ିତାଙ୍କ ପରିବାରକୁ କୋଟିଏ ଟଙ୍କା ଅନୁକମ୍ପା ରାଶି ଦେବାକୁ କଂଗ୍ରେସ ଦାବି କରିଛି।

author-image
Chandan Shishu
Congress Leader Narasingha Mishra

Congress Leader Narasingha Mishra

ବଲାଙ୍ଗିର: କଣ୍ଟାବାଂଜି ଝରନୀ ଗାଁରେ ପରିବାରକୁ ଭେଟିଲା କଂଗେସ ଟିମ୍। ଭେଟିବା ପରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ଯେ ମମିତାଙ୍କୁ ନ୍ୟାୟ ଦେବାକୁ ଆବଶ୍ୟକ ହେଲେ କଳା କୋଟ ପିନ୍ଧିବି କହିଛନ୍ତି। ମମିତାଙ୍କ ପରିରକୁ ୨ ଥର ଭେଟିଛି, ନ୍ୟାୟ ପାଇଁ ସବୁ କରିବି କହିଛି। ଦରକାର ପଡ଼ିଲେ ପୁଣି ଥରେ ଆଇନ୍ ପାଇଁ ଲଢିବି, କଳାକୋଟ ପିନ୍ଧିବି। ରାଜ୍ୟ ସରକାର ଘଟଣାକୁ ଯେତିକି ଗୁରୁତ୍ୱ ଦେବା କଥା ଦେଇନାହାଁନ୍ତି। ତାଙ୍କ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଥିଲେ ବି କିଛି ପଦକ୍ଷେପ ନେଉନାହାଁନ୍ତି। 

Advertisment

ସେହିପରି କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ଯେ ମୁଖ୍ୟ ଅଭିଯୁକ୍ତ ସହ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସଂପୃକ୍ତି ରହିଛି। ମହାଲିଙ୍ଗ କଲେଜ ନାଁରେ ସାଂଘାତିକ ଓ ସଙ୍ଗୀନ ଅଭିଯୋଗ ଲାଗିଛି। ଏଥିରେ ମନ୍ତ୍ରୀଙ୍କ ସଂପୃକ୍ତିର ପ୍ରମାଣ ବି ମିଳିଛି। ତଥାପି କାହିଁକି ମୁଖ୍ୟମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର କରୁନାହାନ୍ତି ବୋଲି ସୁରଜେୱାଲା ପ୍ରଶ୍ନ ଉଠାଇଛନ୍ତି। 

ତୁରନ୍ତ ଅପରାଧିକ ଦଫା ୧୨୦-B ଲଗାଯାଇ ମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ। ୯୦ ଦିନ ଭିତରେ SIT ଦ୍ୱାରା ତଦନ୍ତ କରାଯାଇ ପୀଡ଼ିତାଙ୍କୁ ନ୍ୟାୟ ଦିଆଯାଉ। ପୀଡ଼ିତାଙ୍କ ପରିବାରକୁ କୋଟିଏ ଟଙ୍କା ଅନୁକମ୍ପା ରାଶି ଦେବାକୁ କଂଗ୍ରେସ ଦାବି କରିଛି। ବିଜେଡି ସରକାର ଜଗନ୍ନାଥଙ୍କ ଭୂମିକୁ ଅପରାଧ ପ୍ରଦେଶ ଭାବେ ଗଢ଼ିଛନ୍ତି। ଅପରାଧି ଓ ଗୁଣ୍ଡା ସତ୍ତାରେ ବସିଥିବାରୁ ଏପରି ହେଉଥିବା ସୁରଜେୱାଲ ଅଭିଯୋଗ କରିଛନ୍ତି।

Advertisment

ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି ହୋଇଛି। ‘ଯିଏ ବି ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଫାଶି ଦିଆଯାଉ। ପିଅନ ଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଫାଶି ଦିଆଯାଉ’ ବୋଲି ମମିତାଙ୍କ ବାପା କହିଛନ୍ତି। 

Congress Bolangir Mamita Murder Case
Advertisment
Advertisment