• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

CM Naveen Patnaik & 5T Secretary
ପୂରା ଶାସନ ଓ ପ୍ରଶାସନକୁ ଆଙ୍ଗୁଠିରେ ନଚାଉଛନ୍ତି 5-T ସଚିବ

ସ୍ତମ୍ଭକାର ରାଜେଶ ନାୟକଙ୍କ ଟାର୍ଗେଟ୍‌ରେ ବିଜେଡି ନେତା ଆଉ ସଚିବ । କହିଲେ, ପୂରା ଶାସନ ଓ ପ୍ରଶାସନକୁ ଆଙ୍ଗୁଠିରେ ନଚାଉଛନ୍ତି 5-T ସଚିବ

CM Naveen Patnaik & 5T Secretary
'ପାଣ୍ଡିଆନଙ୍କ ହେଲିକପ୍ଟର ଉଡାଣ ଯେତିକି ଉଠୁଛି, ନବୀନଙ୍କ ଲୋକପ୍ରିୟତା ସେତିକି ତଳକୁ ଖସୁଛି'

ଇଣ୍ଡିଆ ଟୁଡେ ପକ୍ଷରୁ ହୋଇଥିବା ସର୍ଭେ ଆଧାରରେ ଗତ ବର୍ଷକ ଭିତରେ ନବୀନଙ୍କ ଲୋକପ୍ରିୟତା ୧୭ ପ୍ରତିଶତ କମିଛି । ତେଣେ ନିଜକୁ ସୁପର୍ ଚିଫ୍ ମିନିଷ୍ଟର ଭାବେ ଉପସ୍ଥାପିତ କରି ଫାଇଭ୍ ଟି ସଚିବ ପୂରା ଶାସନ ଓ ପ୍ରଶାସନକୁ ଆଙ୍ଗୁଠି ଅଗରେ ନଚାଉଥିବା ସାରା ଓଡ଼ିଶାବାସୀ ଦେଖୁଛନ୍ତି ।

Soumya Ranjan Patnaik & Pratap Dev
ପ୍ରତାପଙ୍କୁ ସୌମ୍ୟଙ୍କ ପାଲଟା ଉତ୍ତର; ‘ସଚିବ ହୋଇ ରାଜନୀତି କରିପାରିବେ ନାହିଁ’

ସୌମ୍ୟଙ୍କୁ ଟାର୍ଗେଟ କଲେ ପ୍ରତାପ ଦେବ..କହିଲେ, 'ଦଳ ଓ ସରକାର ବିରୋଧରେ ଲେଖିବା ବିଶୃଙ୍ଖଳା'..ପ୍ରତାପଙ୍କୁ କଡ଼ା ଜବାବ ଦେଲେ ସୌମ୍ୟରଂଜନ..

Soumya Patnaik
‘ମୁଖ୍ୟମନ୍ତ୍ରୀ କ’ଣ ଏତେ ଅସହାୟ ହୋଇଗଲେଣି, ଜଣେ ଦୁଇ ଜଣ ଆଇଏଏସ୍ ଅଫିସର ଦଳ ସମ୍ଭାଳିବେ’

‘ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀମାନଙ୍କୁ ବିଶ୍ୱାସ କରୁନାହାନ୍ତି କି କିଛି କହୁନାହାନ୍ତି’

MP Aparajita Sarangi Supports To BJD MLA Soumya Ranjan Patnaik
ସୌମ୍ୟଙ୍କ ସପକ୍ଷରେ ବାହାରିଲେ ଅପରାଜିତା, କହିଲେ- ‘ସୌମ୍ୟ ବାବୁ ସାହାସ କରି ସତ ସାମ୍ନାକୁ ଆଣୁଛନ୍ତି’

ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସପକ୍ଷରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବାହାରିଛନ୍ତି। ସେ କହିଛନ୍ତି, ସୌମ୍ୟ ବାବୁ ସାହାସ କରି ସତ କଥାକୁ ସାମ୍ନାକୁ  ଆଣୁଛନ୍ତି।

Soumya Ranjan Patnaik
‘ରାଜନୀତି କରିପାରିବେନି 5T ସଚିବ’,ସିଧାସଳଖ ବାଣ ମାରିଲେ ସୌମ୍ୟ ପଟ୍ଟନାୟକ

ଜଣେ ଦୁଇ ଜଣ ଆଇଏଏସ୍ କଣ ଦଳ କଥା ବୁଝିବେ?’ଯଦି ଦଳ କଥା ବୁଝିବାକୁ ଇଛା, ଇସ୍ତଫା ଦେଇ ଦଳକୁ ଆସିବା ଉଚିତ । ପଦବୀରୁ ଇସ୍ତଫା ଦେଇ ଦଳୀୟ କାର୍ଯ୍ୟକ୍ରମ ସମ୍ଭାଳନ୍ତୁ, ଆପତ୍ତି ନାହିଁ ।

  • Saturday, 09 September 2023
Minister Pratap Deb
ଥମୁନି ସୌମ୍ୟଙ୍କ ଉପରେ ଦଳୀୟ ନେତାଙ୍କ ଆକ୍ରମଣ, ଅରୁଣ ଓ ଅତନୁଙ୍କ ପରେ ଆଜି ଟାର୍ଗେଟ୍ କଲେ ପ୍ରତାପ ଦେବ୍...

5Tସଚିବଙ୍କ ଗସ୍ତ କଥା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବା ପରେ ସମାଲୋଚନା କରୁଛନ୍ତି ।‘ସମାଲୋଚନା କରିବା ସୌମ୍ୟ ବାବୁଙ୍କ ବ୍ଲାକମେଲିଂ ଟାକ୍ଟିସ୍' ।

Odisha govt admits to MP Aparajita Sarangi's allegations of land grabbing in Chandaka
ଡେରାସ୍ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ଜବରଦଖଲ: ସାଂସଦ ଅପରାଜିତାଙ୍କ ଅଭିଯୋଗକୁ ସତ ମାନିଲା ପ୍ରଶାସନ

ଶେଷରେ ସାଂସଦଙ୍କ ଅଭିଯୋଗକୁ ସ୍ୱୀକାର କଲେ ସରକାରୀ ଅଧିକାରୀ। ଜବରଦଖଲ ହଟାଇ ଯଥା ଶୀଘ୍ର ଡେରାସ କ୍ଷୁଦ୍ର ଜଳସେଚନ କେନାଲର ପୁନରୁଦ୍ଧାର ପାଇଁ ତହସିଲଦାର ଓ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Khandapada MLA Soumya Ranjan Patnaik responds to Odisha Minister Atanu Sabyasachi’s remarks
ବିଜେଡି ତଣ୍ଟିରେ ସୌମ୍ୟ କଣ୍ଟାକୁ ନେଇ ସରଗରମ ଶଙ୍ଖ ରାଜନୀତି

ବିଜେଡିକୁ ନାକେଦମ୍ କଲେଣି ବିଧାୟକ ସୌମ୍ୟ ପଟ୍ଟନାୟକ। କଣ୍ଟା ଏମିତି ଲାଗିଛି ଯେ, ନା ଦଳ ଢୋକି ପାରୁଛି ନା ବାହାର କରି ପାରୁଛି। ଅନୁଭବଙ୍କ ପରେ କାଲି ଅରୁଣ ଓ ଆଜି ନିଜ ବ୍ୟକ୍ତିଗତ ମତ କହି ମନ୍ତ୍ରୀ ଅତନୁ ସୌମ୍ୟଙ୍କୁ ଘେରିଛନ୍ତି। ହେଲେ ପାଲଟା ଜବାବରେ ଆଜି ସିଧା ନାଁ ନେଇ ନବୀନଙ୍କୁ ବି ନିଶାନା କରିଛନ୍ତି ସୌମ୍ୟ।

Manmath Routray
କଂଗ୍ରେସକୁ ଅଡୁଆ ସୁରଙ୍କ ଫ୍ୟାମିଲି ପଲିଟିକ୍ସ

କଂଗ୍ରେସକୁ କଣ୍ଟା ସୁର ରାଉତରାୟ ଫ୍ୟାମିଲି ପଲିଟିକ୍ସ। ପୁଅଙ୍କର ଗୋଟେ କଥା ତ ବାପାଙ୍କର ଆଉ ଗୋଟେ କଥା। ଏସବୁ ଭିତରେ ଆଜି ବିବାଦୀୟ ବୟାନକୁ ନେଇ ଦଳରୁ ନିଲମ୍ବନ ହୋଇଛନ୍ତି ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ। ତେବେ ପ୍ରତିକ୍ରିୟା ରଖି ମୁଁ କେବେ କଂଗ୍ରେସରେ ନଥିଲି, ଆଉ ଏବେ ନିଷ୍ପତ୍ତି ବଦଳାଇବିନି ବୋଲି ମନ୍ମଥ କହିଛନ୍ତି। ସୁର କିନ୍ତୁ ଏବେ ବି କହୁଛନ୍ତି ପୁଅ କଂଗ୍ରେସରୁ ହିଁ ଲଢ଼ିବ।

Manmath Routray
କଂଗ୍ରେସକୁ ଅଡୁଆ ସୁରଙ୍କ ଫ୍ୟାମିଲି ପଲିଟିକ୍ସ ! ହାତ ଚିହ୍ନରୁ ନଲଢ଼ିବା ବୟାନ ପରେ ସାନପୁଅ ଦଳରୁ ସସପେଣ୍ଡ

ପିସିସି ସଭାପତି ମଧ୍ୟ କହିଛନ୍ତି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ । ଅନ୍ୟପଟେ ମନ୍ମଥଙ୍କ ଯୁକ୍ତି ମୁଁ କେବେ ଦଳରେ ନଥିଲି । କିନ୍ତୁ ପ୍ରଶ୍ନ ଉଠୁଛି ସତରେ କଣ ମନ୍ମଥଙ୍କ ଅଜଣାତରେ ତାଙ୍କୁ ପିସିସି ସଦସ୍ୟ କରାଯାଇଛି ?

Khandapada MLA Soumya Ranjan Patnaik responds to Odisha Minister Atanu Sabyasachi’s remarks
ସୌମ୍ୟ ବନାମ ବିଜେଡି; ଆରମ୍ଭ ହେଲା ଖୁଲମଖୁଲ୍ଲା ଲଢ଼େଇ !

ଆଉ କଥା ରହିଲା ବାରମ୍ୱାର ମତ ପରିବର୍ତ୍ତନର, ଏହା ଏକ ସ୍ୱାଭାବିକ ପ୍ରକ୍ରିୟା, ପରିବର୍ତ୍ତିତ ପରିସ୍ଥିତିରେ ପରିବର୍ତ୍ତିତ ମତ ରଖାଯାଏ । ନବୀନ ବାବୁ ବି ୧୫ ଦିନରେ ମତ ବଦଳାନ୍ତି । ଗୋଟିଏ ପଟେ ଆମେ ବିଜେପିକୁ ବିରୋଧ କରୁଛୁ, ହେଲେ କେନ୍ଦ୍ରରେ ଦିଲ୍ଲୀ ଅର୍ଡିନାନ୍ସ ବିଲ୍ କୁ ସମର୍ଥନ ଓ ମୋଦି ସରକାର ବିରୋଧରେ ଅବିଶ୍ୱାସ ପ୍ରସ୍ତାବକୁ ବି ଆମେ ବିରୋଧ କଲୁ କହିକଟାକ୍ଷ କରିଛନ୍ତି ସୌମ୍ୟ ।

Soumyaranjan Pattnaik
ଅରୁଣଙ୍କ ପରେ ଅତନୁଙ୍କୁ ବି ଧୋଇଲେ ସୌମ୍ୟ ! କହିଲେ ମନ୍ତ୍ରୀପଦ ଯିବା ଭୟରେ ଏମିତି କହୁଛନ୍ତି

ସୌମ୍ୟ କହିଲେ, ଅତନୁଙ୍କୁ ଉପରୁ ଚାପ ପଡ଼ିଥିବ, ତାଙ୍କ ପାଇଁ ଆଉ କିଏ ଏଭଳି ସଂଳାପ ଲେଖିଥିବ । ତେଣୁ ସେ ଏଭଳି କଥା କହୁଛନ୍ତି ।

Soumaya ranjan Patnaik
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ ଦିନରେ ମତ ପରିବର୍ତ୍ତନ କରନ୍ତି: ସୌମ୍ୟ

ବିଜେପିକୁ ଆମେ ବିରୋଧ କରୁ, ଯେତେବେଳେ ଜାତୀୟ ପ୍ରସଙ୍ଗ ଆସେ ସେତେବେଳେ ବିଜେପିକୁ ସମର୍ଥନ କରାଗଲା । କିଛି ପ୍ରସଙ୍ଗରେ ସମର୍ଥନ କରାଯାଇଛି ।

Soumyaranjan Pattnaik
ସୌମ୍ୟଙ୍କ କାଉଣ୍ଟର ଆଟାକ୍ ! ଅରୁଣ-ଅତନୁଙ୍କୁ ଜବରଦସ୍ତ ଜବାବ

ଜଣେ ଥରେ ମନ୍ତ୍ରୀ ପଦ ହରାଇଥିଲେ, ଆଉ ଥରେ ହରାଇ ପାରନ୍ତି । ଆଉ ଜଣେ ମନ୍ତ୍ରୀ ପଦ ହରାଇଛନ୍ତି ।

Manmath Routray
‘ବାରମ୍ବାର ଭୁଲ କରୁଛି କଂଗ୍ରେସ, ମୋତେ PCC ସଦସ୍ୟ କରି ଭୁଲ କରିଥିଲେ, ଏବେ ବାହାର କରି ଭୁଲ କଲେ’

ବାପାଙ୍କ ସହ ବସି ଏ ବିଷୟରେ ଆଉ କଥା ହେବା ବି ଦରକାର ନାହିଁ । ନିଲମ୍ବନ କରି ସେମାନେ ମୋତେ ଆଗକୁ ବଢ଼ିବାକୁ ସଙ୍କେତ ଦେଇଛନ୍ତି ।

After BJD leader Arun Sahoo Now Minister Atanu Sabyasachi Targets MLA Soumya Patnaik
ଅରୁଣଙ୍କ ପରେ ଏବେ ଅତନୁ, କହିଲେ- ‘ବ୍ଲାକ୍‌ମେଲିଂ କରୁଛନ୍ତି ସୌମ୍ୟ’

ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଦଳ ଭିତରୁ ଘନ ଘନ ଟାର୍ଗେଟ କରାଯାଉଛି। ଅରୁଣ ସାହୁଙ୍କ ପରେ ଏବେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୌମ୍ୟଙ୍କୁ ଟାର୍ଗେଟ୍‌ କରିଛନ୍ତି।

Manmath Routray
ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ କଂଗ୍ରେସରୁ ନିଲମ୍ବିତ

କଂଗ୍ରେସ ଶୃଙ୍ଖଳା କମିଟି ପକ୍ଷରୁ କାର୍ଯ୍ୟାନୁଷ୍ଠାନ...ପିସିସି ସଦସ୍ୟ ଥାଇ ମଧ୍ୟ କଂଗ୍ରେସରୁ ନଲଢ଼ିବା ନେଇ ମିଡିଆରେ କହିଥିଲେ

  • Friday, 08 September 2023
Money allegedly distributed to people ahead of 5t secretary meeting in jajpur
Viral Video: 5T ସଚିବଙ୍କ ସଭାକୁ ଲୋକ ଆଣିବାକୁ ପିଇଓ ବାଣ୍ଟୁଛନ୍ତି ଟଙ୍କା !

5T ସଚିବଙ୍କ ସଭାକୁ ଲୋକ ଆଣିବାକୁ ପିଇଓ ବାଣ୍ଟୁଛନ୍ତି ଟଙ୍କା। ଯାଜପୁର ବିଂଝାରପୁର ଅଞ୍ଚଳରୁ ଏଭଳି ଏକ ଅଭିଯୋଗ ସମ୍ପକିତ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Vani Vihar Campus
ବାଣୀବିହାରରେ ପୋଷ୍ଟର ୱାର

5T ସଚିବଙ୍କ ଜିଲ୍ଲା ଗସ୍ତ ବିବାଦ ପରେ ଏବେ ପ୍ରଚାରଧର୍ମୀ ପୋଷ୍ଟରକୁ ନେଇ ରାଜନୈତିକ ଝଡ଼ । ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଲାଗିଥିବା ପାଣ୍ଡିଆନଙ୍କ ଷ୍ଟିକରକୁ ନେଇ ମୁହାଁମୁହିଁ ହୋଇଛନ୍ତି ଛାତ୍ର ବିଜେଡି ଓ ଏବିଭିପି । ପାଣ୍ଡିଆନଙ୍କ ପଲିଟିକାଲ୍ ପ୍ରମୋସନ ପାଇଁ ଚାରିଆଡ଼େ ପୋଷ୍ଟର ମରାଯାଉଥିବା ଚର୍ଚ୍ଚା ହେଉଥିବା ବେଳେ ଏହାକୁ କଡ଼ା ସମାଲୋଚନା କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ୍ ।

Sura Routrays Son Manmath Routray
ସୁରଙ୍କ ଫ୍ୟାମିଲି ଡ୍ରାମା

କେଉଁ ଦଳରୁ ଲଢିବେ ସୁରଙ୍କ ପୁଅ ମନ୍ମଥ । ନିଷ୍ପତ୍ତିକୁ ନେଇ ବାପା-ପୁଅଙ୍କ ମଧ୍ୟରେ କଥା କଟାକଟି । ପୁଅ କହୁଛନ୍ତି କଂଗ୍ରେସରୁ ଲଢିବିନି । ବାପା କହୁଛନ୍ତି ଯଦି ଲଢିବୁ କଂଗ୍ରେସରୁ । ଏଣେ ବାପାଙ୍କ ସହ କଥାବାର୍ତ୍ତା ହୋଇନି, ଯଦି ମୋ ଆକଳନ ଭୁଲ ତେବେ ନିର୍ବାଚନ ଲଢ଼ିବି ନାହିଁ ବୋଲି ଆଜି ରୋକଠୋକ୍ କହିଛନ୍ତି ମନ୍ମଥ । ସୁରଙ୍କ ପରିବାରର ଏମିତି ରାଜନୈତିକ ହାଇଡ୍ରାମା କର୍ମୀ ଏବଂ ସଂଗଠନ ଉପରେ କଣ ପ୍ରଭାବ ପକାଇବ ତାକୁ ନେଇ ବି ଚର୍ଚ୍ଚା ଲାଗି ରହିଛି ।

Odisha Politics
ସତ ବଖାଣୁଛି ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର

ବିଜ୍ଞାପନ ଓ ବାସ୍ତବତା, ୟା ଭିତରେ ଯେମିତି ଆକାଶପାତାଳ ତଫାତ୍ । ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ନେଇ ପ୍ରତିଦିନ କୋଟି କୋଟି ଟଙ୍କା ବ୍ୟୟରେ ଖବରକାଗଜମାନଙ୍କରେ ପ୍ରକାଶିତ ବିଜ୍ଞାପନକୁ କେବଳ ପ୍ରଚାରସର୍ବସ୍ୱ ବୋଲି ବିରୋଧୀ ସିଧାସଳଖ ଅଭିଯୋଗ ଆଣୁଥିବାବେଳେ ବିଜେଡି ତାର ଜବାବ ରଖିଛି । ହେଲେ ଗ୍ରାଉଣ୍ଡ ଜିରୋରେ କିନ୍ତୁ ସତ ବଖାଣୁଛି ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ।

Aparajita Sarangi
ମାଟି ଖୋଳି ବଡ଼ ଖୁଲାସା କଲେ ଅପରାଜିତା

ଭୁବନେଶ୍ୱର ଉପକଣ୍ଠ ଡେରାସ୍ ଅଞ୍ଚଳରେ ସରକାର ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମିଲିଭଗତରେ ଚାଲିଥିବା ଜମି ଜବରଦଖଲର ବଡ଼ ଖୁଲାସା । ଡେରାସ୍ କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ପୋତି ଫାର୍ସହାଉସ୍ ତିଆରି କରାଯାଇଥିଲା । ଯାହାର ସତକୁ ମାଟି ଖୋଳି ସାମ୍ନାକୁ ଆଣିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

Soumyaranjan Pattnaik
ପଦାରେ ପଡ଼ିଲା ଅରୁଣ-ସୌମ୍ୟ କଳି, ଖୁଲମଖୁଲା କଲେ ଅଟାକ୍...

ସୌମ୍ୟରଂଜନ ନାନା ମନ୍ତବ୍ୟ ଦେବା ସହ ବ୍ଲାକମେଲିଂ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।

Aparajita Sarangi
ସରକାର ଓ ପ୍ରଭାବଶାଳୀଙ୍କ ଜମି ଜବରଦଖଲ ମହାଖୁଲାସା କଲେ ସାଂସଦ ଅପରାଜିତା

୫ଟି ଗାଁର ଚାଷୀଙ୍କ ସ୍ବାର୍ଥକୁ ଦଳିମକଚି ପୋତାଯାଇଛି ଡ୍ୟାମ୍ ଚ୍ୟାନେଲ । ନିଜେ ମାଟି ଖୋଳି ସତ ସାମ୍ନାକୁ ଆଣିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ ।