Advertisment

ବିଜେଡିରେ ବଢ଼ୁଛି କନ୍ଦଳ, କଂଗ୍ରେସ ଗୋଟାଉଛି ବଳ, ବିଜେପି ବଡ଼ କରୁଛି ଦଳ !

୨୦୧୪ରେ ବିଧାୟକ ଏବଂ ଗତଥର କଂଗ୍ରେସରୁ ପ୍ରାର୍ଥୀ ହୋଇ ପରାଜୟର ସାମ୍ନା କରିବା ପରେ କେ. ସୁରିୟା କଂଗ୍ରେସ ଦଳ ଛାଡ଼ି ଦେଇଥିବାରୁ ବିଜୟଙ୍କ ରାସ୍ତା ବି ପରିସ୍କାର।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Paralakhemundi Politics

Paralakhemundi Politics

ଦକ୍ଷିଣ ଓଡ଼ିଶାର ପ୍ରାଚୀନ ସଂସ୍କୃତିଭରା ସହର ପାରଳାଖେମୁଣ୍ଡିରେ ୨୦୨୪ ନିର୍ବାଚନକୁ ନେଇ ଢେର ଚର୍ଚ୍ଚା। ସାରା ରାଜ୍ୟରେ ଶାସକ ବିଜେଡିର ଦବବଦା ଭିତରେ ଏଠି କିନ୍ତୁ ଚାଲିଛି ବିଜେପି ରାଜ୍। ଗତଥର ବିଜେପି ଏଠି ବାଜିମାତ କରିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ 
ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିଲା ବିଜେଡି। ଏଥର ଏଠୁ କଂଗ୍ରେସରେ ନୂଆ ସମୀକରଣ ସୃଷ୍ଟି ହେବାକୁ ଯାଉଥିବା ବେଳେ ଏ ଆସନ କାହାର ହେବ, ତାକୁ ନେଇ ଚର୍ଚ୍ଚା ଜୋର।

Advertisment

ଓଡ଼ିଶାର ପ୍ରାଚୀନ ସାଂସ୍କୃତିର ସଂମ୍ଭ୍ରାନ୍ତ ସହର ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି। ଏ ନିର୍ବଚନମଣ୍ଡଳୀରେ ପ୍ରତିଥର ବଦଳେ ରାଜନୀତିର ରଙ୍ଗ । ଆଗରୁ କଂଗ୍ରେସ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ଦଖଲରେ ରହୁଥିବା ଏ ଆସନ ଏବେ ବିଜେପି ହାତରେ। ୨୦୧୯ରେ କଂଗ୍ରେସ ହାତରୁ କ୍ଷମତା ଛଡାଇ ଆଣି ଏଠି ଖାତା ଖୋଲିଥିଲା ବିଜେପି।

୨୦୦୯ରେ ବିଜେଡିରୁ ବିଧାୟକ ଥିବା କେ. ନାରାୟଣ ରାଓ ୨୦୧୪ରେ ନିର୍ବାଚନ ହାରିବା ପରେ ୨୦୧୯ରେ ବିଜେପିକୁ ଡେଇଁ ସଫଳ ହୋଇଥିଲେ। ୧୯ ନିର୍ବାଚନରେ ଏଠି ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢି ଶିଳ୍ପପତି ତିରୁପତି ପାଣିଗ୍ରାହୀ ବିଜେପିକୁ କଡ଼ା ଟକ୍କର ଦେଇଥିଲେ। ସେ ୩୭ ହଜାରରୁ ଅଧିକ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ। ବିଜେଡିର କଲ୍ୟାଣୀ ଗଜପତି ୧୮ ପ୍ରତିଶତ ଭୋଟ୍ ସହ ତୃତୀୟ ଏବଂ କଂଗ୍ରେସରୁ କେ ସୂରିୟା ରାଓ ୧୬ ପ୍ରତିଶତ ଭୋଟ ସହ ଚତୁର୍ଥ ସ୍ଥାନରେ ରହିଥିଲେ।

Advertisment

ତେବେ ୨୦୧୯ରେ କ୍ଷମତାକୁ ଆସିବା ପରେ ପାରଳାଖେମୁଣ୍ଡିରେ କର୍ମୀ ନେଟୱାର୍କ ବୃଦ୍ଧି କରିଛି ବିଜେପି। ବିଧାୟକ କେ. ନାରାୟଣ ରାଓଙ୍କ ନିଜସ୍ୱ ସଂଗଠନ ଥିବାରୁ ସେ ମଧ୍ୟ ନିଜକୁ ପ୍ରସ୍ତୁତ କରିବା ସହ ଆସନ୍ତା ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହେବା ନେଇ ଆଶାବାଦୀ । ସଂଗଠନ ସହ ଜାତିଗତ ଭୋଟ୍ ବ୍ୟାଙ୍କ୍ ବି ତାଙ୍କ ପାଇଁ ଫ୍ୟାକ୍ଟର ସାଜିପାରେ ବୋଲି କୁହାଯାଉଛି।

ରାଜନୀତି ସମୀକ୍ଷକଙ୍କ ମତରେ ଏଥର ପାରଳାଖେମୁଣ୍ଡି ରାଜନୈତିକ ଗଣିତକୁ ଏପଟ ସେପଟ କରିପାରେ କଂଗ୍ରେସ। ଚର୍ଚ୍ଚା ହେଉଛି ଏଠୁ କଂଗ୍ରେସର ପ୍ରାର୍ଥୀ ହୋଇପାରନ୍ତି ପ୍ରଶାସକରୁ ନେତା ହୋଇଥିବା ପିସିସି ପ୍ରଚାର କମିଟି ମୁଖ୍ୟ ବିଜୟ ପଟ୍ଟନାୟକ। ୨୪ ନିର୍ବାଚନ ପୂର୍ବରୁ ନିର୍ବାଚନମଣ୍ଡଳୀକୁ ଘନ ଘନ ଗସ୍ତ କରୁଛନ୍ତି ବିଜୟ। ଲୋକଙ୍କ ସହ ମିଶୁଛନ୍ତି, ସୁବିଧା ଅସୁବିଧା ବି ବୁଝୁଛନ୍ତି। ତେଣୁ ହାତ ଦଳରୁ ସେ ଏଥର ପ୍ରାର୍ଥୀ ହେବା ପ୍ରାୟ ନିଶ୍ଚିତ।

ସେପଟେ ୨୦୧୪ରେ ବିଧାୟକ ଏବଂ ଗତଥର କଂଗ୍ରେସରୁ ପ୍ରାର୍ଥୀ ହୋଇ ପରାଜୟର ସାମ୍ନା କରିବା ପରେ କେ. ସୁରିୟା କଂଗ୍ରେସ ଦଳ ଛାଡ଼ି ଦେଇଥିବାରୁ ବିଜୟଙ୍କ ରାସ୍ତା ବି ପରିସ୍କାର।

୨୦୧୯ ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା ବିଜେଡି ଏଠି ଦୁର୍ବଳ ଥିବାରୁ ଗତ ପୌର ନିର୍ବାଚନ ବେଳେ ଖେଳିଛି ନୂଆ ଚାଲ। ବିଧାନସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢେଇ କରିଥିବା ତିରୁପତି ପାଣିଗ୍ରାହୀଙ୍କୁ ଦଳରେ ସାମିଲ କରି ସ୍ଥିତି ମଜବୁତ କରିଥିଲା। ଉଭୟ ପଞ୍ଚାୟତ ଏବଂ ପୌର ନିର୍ବଚନରେ ଏହାର ଫାଇଦା ମଧ୍ୟ ପାଇଥିଲା ଦଳ।

ସେପଟେ କିନ୍ତୁ ତିରୁପତି ବିଜେଡିକୁ ଆସିବା ପରେ ଦଳରେ ଏବେ ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳ ବଢୁଥିବା ଚର୍ଚ୍ଚା ହେଉଛି। ୟା ଭିତରେ ତିରୁପତି ନିଜ ପୁଅ ରୂପେଶ ପାଣିଗ୍ରାହୀଙ୍କୁ ଏଠୁ ପ୍ରାର୍ଥୀ କରିବାକୁ ଚାହୁଥିବା ବେଳେ ସେପଟେ ଜିଲ୍ଲା ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ ନାୟକ, ଯୁବ ବିଜେଡ଼ି ସଭାପତି ଏସ. ଲିଙ୍ଗରାଜ ଓ ଗତଥରର ପ୍ରାର୍ଥିନୀ କଲ୍ୟାଣୀ ଗଜପତିଙ୍କ ମଧ୍ୟରେ ଟିକେଟ୍ ପାଇଁ ଜୋରଦାର ଲଢେଇ ଦେଖିବାକୁ ମିଳିପାରେ।

BJD BJP Congress Odisha Politics General Elections 2024 Sattara Satranj
Advertisment
Advertisment