Advertisment

ନୂଆ ଓ’ରେ କେଁ, ପରୀକ୍ଷା ବେଳେ ବାଧ୍ୟ କରୁଛନ୍ତି କାର୍ଯ୍ୟକ୍ରମକୁ ଆସ

ପରୀକ୍ଷା ପାଖେଇ ଆସୁଥିଲେ ମଧ୍ୟ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଯିବାକୁ ବାଧ୍ୟ କରାଯାଉଥିବା BNMA କଲେଜରେ ଛାତ୍ରୀ ଅଭିଯୋଗ କରିଛନ୍ତି ।

author-image
Santosh Kumar Sahoo
Nua O Programme

Nua O Programme

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଯିବା ପାଇଁ ଗାଡ଼ି ବ୍ୟବସ୍ଥା ହୋଇ ନ ଥିବାରୁ ତାତିଲେ ଛାତ୍ରଛାତ୍ରୀ । ଏନେଇ ତିହିଡି ବ୍ଲକ ପାଳିଆ ନିକଟରେ ରାସ୍ତାରେ ବସି ପ୍ରତିବାଦ କରିଥିଲେ ବିଏନଏମଏ କଲେଜର ଛାତ୍ରଛାତ୍ରୀ। ଭଦ୍ରକ ରାଣୀତାଲରେ ଆଜି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ହେଉଛି । ଏଥିପାଇଁ ବିଭିନ୍ନ ସ୍କୁଲ, କଲେଜରୁ ଛାତ୍ରଛାତ୍ରୀମାନେ ଯୋଗ ଦେଉଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ସଭାସ୍ଥଳକୁ ନେବା ପାଇଁ ପ୍ରଶାସନ ପକ୍ଷରୁ ଗାଡିର ବ୍ୟବସ୍ଥା କରାଯାଇଥିଲା।

Advertisment

କିନ୍ତୁ ଆବଶ୍ୟକ ଗାଡ଼ି ନ ଥିବାରୁ ଛାତ୍ରଛାତ୍ରୀମାନେ ବହୁ ସମୟ ଧରି ଅପେକ୍ଷା କରିଥିଲେ। ଶେଷରେ ରାସ୍ତା ଉପରେ ବସି ପ୍ରତିବାଦ କରିଥିଲେ। ଏଥିଯୋଗୁଁ ଭଦ୍ରକ ଚାନ୍ଦବାଲି ରାସ୍ତାରେ ବହୁ ସମୟ ଧରି ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ପରୀକ୍ଷା ପାଖେଇ ଆସୁଥିଲେ ମଧ୍ୟ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଯିବାକୁ ବାଧ୍ୟ କରାଯାଉଥିବା BNMA କଲେଜରେ ଛାତ୍ରୀ ଅଭିଯୋଗ କରିଛନ୍ତି । କିନ୍ତୁ କଲେଜର ପ୍ରିନ୍ସିପାଲ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

Odisha Bhadrak
Advertisment
Advertisment