Advertisment

ସମ୍ବଲପୁର ଗ୍ୟାରେଣ୍ଟି ସମାବେଶରେ ମୋଦିଙ୍କ ଗ୍ୟାରେଣ୍ଟି, ‘ଯାହାର କେହି ନାହିଁ, ତା ପାଖରେ ମୋଦି ଅଛି’

ଓଡ଼ିଶାରେ ଗରିବଙ୍କୁ ସଶକ୍ତୀକରଣ, ସବୁ କଚ୍ଚା ଘର ପକ୍କା ହେବ, କୃଷକଙ୍କ ଆୟ ବଢିବ। ସମ୍ବଲପୁର ଗ୍ୟାରେଣ୍ଟି ସମାବେଶ ମଞ୍ଚରୁ ଓଡ଼ିଶାବାସୀଙ୍କୁ ଏହି ଗ୍ୟାରେଣ୍ଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

Modi Guarantee

ଓଡ଼ିଶାରେ ମୋଦି ଗ୍ୟାରେଣ୍ଟି। ଯାହାର କେହି ନାହିଁ ତା’ର ମୋଦି ଅଛି । ଗ୍ୟାରେଣ୍ଟି ପୂରା କରିବାର ଗ୍ୟାରେଣ୍ଟି ହେଉଛି ମୋଦି ଗ୍ୟାରେଣ୍ଟି। ସମ୍ବଲପୁରରେ ବିଶାଳ ଗ୍ୟାରେଣ୍ଟି ସମାବେଶ ମଞ୍ଚରୁ ଓଡ଼ିଶାବାସୀଙ୍କୁ ଗ୍ୟାରେଣ୍ଟି ଦେଲେ ପ୍ରଧାନମନ୍ତ୍ରୀ ମୋଦି। ରେମେଡ୍ ପଡ଼ିଆରେ ଆୟୋଜିତ ସଭାରେ ଜୟ ଜଗନ୍ନାଥ, ଜୟ ସମଲେଇ କହି ଭାଷଣ ଆରମ୍ଭ କରିଥିଲେ। ତା ପରେ ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ଅନୁଦାନର ହିସାବ ଦେଇଥିଲେ। ଆଉ ଦେଇଥିଲେ ମୋଦି ଗ୍ୟାରେଣ୍ଟି।

Advertisment

ଗରିବଙ୍କୁ ସଶକ୍ତୀକରଣ କରିବାକୁ ଗ୍ୟାରେଣ୍ଟି। ଓଡ଼ିଶାରେ ସବୁ ଘର ପକ୍କା କରିବାକୁ ଗ୍ୟାରେଣ୍ଟି। ଚାଷୀର ଆୟ ବଢାଇବାକୁ ଗ୍ୟାରେଣ୍ଟି। ମହିଳାଙ୍କ ସଶକ୍ତ କରିବାକୁ ଗ୍ୟାରେଣ୍ଟି। ଏହା ସହ ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ଅନୁଦାନର ହିସାବ ଦେଇ କହିଥିଲେ, ୧୦ ବର୍ଷରେ ଓଡ଼ିଶାର ୨୫ ଲକ୍ଷ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଛନ୍ତି। ଓଡ଼ିଶାର ୪୦ ଲକ୍ଷ କୃଷକଙ୍କ ଖାତାକୁ ୩୦ ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦେଇଛନ୍ତି। ପର୍ଯ୍ୟଟନ ପାଇଁ ଏଠାରେ ପର୍ଯ୍ୟାପ୍ତ ସୁଯୋଗ ରହିଥିଲେ ବି ଉପଯୋଗ ହୋଇପାରୁନି, ବିଜେପି ସରକାର ଆସିଲେ ଅଧିକ ସମ୍ଭାବନା ସୃଷ୍ଟି କରିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପୂରା ଭାଷଣରେ ବିଶେଷ କରି ମହିଳା ଓ ଆଦିବାସୀଙ୍କୁ ଫୋକସ କରିଥିଲେ ପ୍ରଧାନମନ୍ତ୍ରୀ। କହିଥିଲେ ଓଡ଼ିଶାର ପ୍ରାୟ ୫୫ ଲକ୍ଷ ମହିଳାଙ୍କୁ ଉଜ୍ଜଳା ଯୋଜନାରେ ସାମିଲ କରାଯାଇଛି। ଗତ ୯ ବର୍ଷରେ ୧ କୋଟି ଲକ୍ଷପତି ଦିଦି ତିଆରି ହୋଇଥିବା ବେଳେ ଏହାକୁ ୩ କୋଟିରେ ପହଞ୍ଚାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସେହିପରି ଆଶା ଓ ଅଙ୍ଗନୱାଡି କର୍ମୀଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରାଯାଇଛି। ଆଦିବାସୀଙ୍କୁ ଫୋକସ୍‌ କରି ପ୍ରଧାନମନ୍ତ୍ରୀ କହିଥିଲେ ପୂର୍ବରୁ ଦିଲ୍ଲୀରେ ଥିବା ସରକାରମାନେ ଆଦିବାସୀଙ୍କୁ କେବଳ ଭୋଟ୍ ବ୍ୟାଙ୍କ ଭାବେ ବ୍ୟବହାର କରୁଥିଲେ। ହେଲେ ବିଜେପି ଓଡ଼ିଶାର ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଆସନରେ ବସାଇଛି। PVTG ଜନଜାତିଙ୍କ ପାଇଁ ୧୦୦ କୋଟି ଟଙ୍କାର ପିଏମ୍‌ ଜନମନ ଯୋଜନା କରାଯାଇଛି। ଓଡ଼ିଶାର ଲକ୍ଷାଧିକ ଆଦିବାସୀ ଏହାର ଫାଇଦା ପାଇପାରିବେ।

Advertisment

ସେହିପରି ଗ୍ୟାରେଣ୍ଟି ସମାବେଶରେ ଯୋଗ ଦେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଥିଲେ ମୋଦିଙ୍କ ଉପଲବ୍ଧିରୁ ବାହାବା ନେବାକୁ ଏଠି ଚେଷ୍ଟା ଚାଲିଛି। ନରେନ୍ଦ୍ର ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ଏବଂ ଓଡ଼ିଶାରେ ବିଜେପି ସରକାର ପାଇଁ ସୁଯୋଗ ରହିଛି। ସେହିପରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ପାଇଁ ଆହ୍ୱାନ ଦେଇଥିଲେ। ତେବେ ଦେଖିବାର କଥା ହେଉଛି ମୋଦିଙ୍କ ଏହି ଗସ୍ତ ବିଜେପିକୁ କେତେ ବଳ ଦେଉଛି।

Odisha Sambalpur Narendra Modi BJP
Advertisment
Advertisment