/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706963675.jpg)
Banwarilal Purohit
ଇସ୍ତଫା ଦେଲେ ପଞ୍ଜାବ ରାଜ୍ୟପାଳ । ପଞ୍ଜାବ ରାଜ୍ୟପାଳ ବନୱରିଲାଲ ପୁରୋହିତ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ୨୦୨୧ ଅଗଷ୍ଟ ମାସରେ ପଞ୍ଜାବର ୩୬ତମ ରାଜ୍ୟପାଳ ଭାବେ ଶପଥ ନେଇଥିଲେ ବନୱରିଲାଲ ପୁରୋହିତ । ପଞ୍ଜାବ ରାଜ୍ୟପାଳ ସହିତ କେନ୍ଦ୍ର ଶାସିତ ରାଜ୍ୟ ଚଣ୍ଡୀଗଡ଼ର ପ୍ରଶାସକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ବନୱରିଲାଲ ପୁରୋହିତ ।
ବନୱରିଲାଲ ପୁରୋହିତ ଇସ୍ତଫା ଦେବା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ । ଏହି ଇସ୍ତଫା ରାଜ୍ୟପାଳ ବନୱରିଲାଲ ଓ ମୁଖ୍ୟମନ୍ତ୍ରୀ ଭଗବନ୍ତଙ୍କ ମଧ୍ୟରେ ଚାଲିଥିବା ତିକ୍ତତା କାରଣରୁ ହୋଇଥିବା କୁହାଯାଉଛି । କାରଣ ଗତ ଅଗଷ୍ଟ ମାସରେ ବନୱରିଲାଲ ପୁରୋହିତ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ତାଗିଦ୍ କରିଥିଲେ ।
ହେଲେ ରାଜ୍ୟପାଳଙ୍କ ଚିଠିର କୌଣସି ଉତ୍ତର ଦେଇନଥିଲେ ମୁଖ୍ୟମନ୍ତ୍ରୀ । ତାହା ସହ ସାମ୍ବିଧାନିକ ପ୍ରଣାଳୀର ବିଫଳତା ସମ୍ପର୍କରେ ସେ ରାଷ୍ଟ୍ରପତିଙ୍କ ନିକଟକୁ ଏକ ରିପୋର୍ଟ ପଠାଇ ପାରିବେ ବୋଲି ଚେତାବନୀ ମଧ୍ୟ ଦେଇଥିଲେ । ଏହାକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ମଧ୍ୟରେ ତୁତୁ ମେଁ ମେଁ ଦେଖାଦେଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)