Advertisment

ଓଡ଼ିଶାରେ ବିଜେପିକୁ କ୍ଷମତାକୁ ଆଣିବ କି ‘ମୋଦି ଗ୍ୟାରେଣ୍ଟି’, ପ୍ରଧାନମନ୍ତ୍ରୀଙ୍କ ଭାଷଣ ପରେ ଚାଲିଛି ଅଙ୍କକଷା

ସମ୍ବଲପୁର ସମାବେଶରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ୟାରେଣ୍ଟି ପରେ ଆସନ୍ତା ନିର୍ବାଚନରେ ଏହାର କେତେ ପ୍ରଭାବ ପଡ଼ିବ ତାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କ କଷା।

author-image
Santosh Kumar Sahoo
undefined

Modi Guarantee

ଓଡ଼ିଶାରେ ବିଜେପିକୁ କ୍ଷମତାକୁ ଆଣିବ କି ମୋଦି ଗ୍ୟାରେଣ୍ଟି ? ହିନ୍ଦୀ ହାର୍ଟଲ୍ୟାଣ୍ଡ ଢାଞ୍ଚାରେ ଓଡ଼ିଶାରେ ଦୃଢ଼ତାର ସହ ଗ୍ୟାରେଣ୍ଟି ଦେଲେ ମୋଦି। କୁହାଯାଉଛି ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ମୋଦି ଗ୍ୟାରେଣ୍ଟି କାମ କରିଥିଲା। ଆଉ ଓଡ଼ିଶାରେ ମୋଦିଙ୍କ ଲୋକପ୍ରିୟତା ସର୍ବାଧିକ ଥିବାରୁ ଏହି ଷ୍ଟ୍ରାଟେଜିରେ ରାଜ୍ୟରେ କ୍ଷମତା ଦଖଲ ପାଇଁ ଯୋଜନା କରିଛି ଦଳ। ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ବିଜେପି ରାଜ୍ୟ ସଭାପତି କହିଥିଲେ ଦଳ ସରକାରକୁ ଆସିଲେ, ୨୪ ଘଣ୍ଟାରେ ଫେରିବ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ଥଙ୍କ ଜମାଟଙ୍କା। ବାସହୀନଙ୍କୁ ମିଳିବ ପକ୍କାଘର। ଚାଷୀଙ୍କ ଆୟ ଦିଗୁଣା କରିବାକୁ ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଗତକାଲି ସମ୍ବଲପୁର ସମାବେଶରେ ମୋଦି ଦେଇଥିବା ଗ୍ୟାରେଣ୍ଟିକୁ ନେଇ ଏବେ ଗ୍ରାଉଣ୍ଡକୁ ଯିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ଦଳ। ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସମେତ ଲୋକଙ୍କ ଭିତରେ ବି ପ୍ରବଳ ଉତ୍ସାହ ରହିଛି।

Advertisment

ଏପଟେ କିନ୍ତୁ ସମ୍ବଲପୁର ସମାବେଶକୁ ନେଇ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରିଛି କଂଗ୍ରେସ। ଶାସକ ଦଳ ଓ ନବୀନଙ୍କ ଉପରେ ପ୍ରଧାନମନ୍ତ୍ରୀଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଛି ଦଳ। ବିଜେପି, ବିଜେଡି ମିଶିକି ଅଛନ୍ତି ଏହା ତା’ର ପ୍ରମାଣ ବୋଲି ଦଳ ଅଭିଯୋଗ କରିଛି। ତେଣୁ ଓଡ଼ିଶାରେ ମୋଦି ଗ୍ୟାରେଣ୍ଟିର କୋଣସି ପ୍ରଭାବ ରହିବ ନାହିଁ। ବିଜେଡି ମଧ୍ୟ ମୋଦି ଗ୍ୟାରେଣ୍ଟି କାମ କରିବନି ବୋଲି କହିବା ସହ କଂଗ୍ରେସ ଅଭିଯୋଗର ଜବାବ ରଖିଛି। ଜବାବରେ ବିଜେପି କହିଛି କୌଣସି ବୁଝାମଣା ନାହିଁ, ବିଜେଡି ସହ ଦୁର୍ବାର ଲଢ଼େଇ ହେବ।

୨୦୧୯ରେ ମୋଦି ହାୱା ଯୋଗୁଁ ପଶ୍ଚିମ ଓଡ଼ିଶାରେ ୫ ଲୋକସଭା ସହ ପାଖାପାଖି ୮ ବିଧାନସଭା ଆସନ ହାତେଇଥିଲା ଦଳ। ଏବେ ୨୪ ନିର୍ବାଚନରେ ସାରା ଦେଶରେ ଅଧିକ ଜନମତ ପାଇଁ ବିଜେପି ମୋଦି ଗ୍ୟାରେଣ୍ଟି କାର୍ଡକୁ ପ୍ରମୁଖ ରଣନୀତି କରିଛି। ଓଡ଼ିଶାରେ ବି ମୋଦି ଗ୍ୟାରେଣ୍ଟି କାର୍ଡ ବିଜେପି ପାଇଁ କିଛି ସହାୟତା ଆଣିପାରେ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ।

Advertisment
Odisha News Narendra Modi BJD BJP Congress
Advertisment
Advertisment