Advertisment

ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ, ପ୍ରସ୍ତୁତ ହେବ ନିର୍ବାଚନର ଚୂଡାନ୍ତ ରଣନୀତି

ବିଜେପିର ରାଷ୍ଟ୍ରୀୟ ଅଧିବେଶନରେ ପ୍ରଥମେ ରାଷ୍ଟ୍ରୀୟ ପଦାଧିକାରୀ ବୈଠକ ବସିବ। ଏଥିରେ ଓଡ଼ିଶାର ଚାରି ଜଣ ନେତା ଭାଗ ନେବେ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
BJP's 2-day National Council session

BJP's 2-day National Council session

ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି। ଏହି ଅଧିବେଶନରେ ଆଗାମୀ ସାଧାରଣ ନିର୍ବାଚନର ଚୂଡାନ୍ତ ରଣନୀତି ପ୍ରସ୍ତୁତ କରାଯିବ। ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏହି ଅଧିବେଶନକୁ ଉଦଘାଟନ କରିବେ। ଏହି ବୈଠକ ଦୁଇଟି ପର୍ଯ୍ୟାୟରେ ହେବ। ଗୋଟିଏ ବୈଠକ ନ୍ୟାସନାଲ କନଭେନସନ ନାମରେ ହେଉଥିବା ବେଳେ ଅନ୍ୟଟି ନ୍ୟାସନାଲ କାଉନସିଲ ନାମରେ ବସିବ।

Advertisment

ବିଜେପିର ରାଷ୍ଟ୍ରୀୟ ଅଧିବେଶନରେ ପ୍ରଥମେ ରାଷ୍ଟ୍ରୀୟ ପଦାଧିକାରୀ ବୈଠକ ବସିବ। ଏଥିରେ ଓଡ଼ିଶାର ଚାରି ଜଣ ନେତା ଭାଗ ନେବେ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଏବଂ ମାନସ ମହାନ୍ତି ଭାଗ ନେଇଛନ୍ତି । ଦିନ ତିନିଟା ପରେ ନ୍ୟାସନାଲ କାଉନସିଲ ଏବଂ କନଭେନସନ ଚାଲିବ। ଏହି ବୈଠକରେ ଓଡ଼ିଶାର ୨୮୮ ଜଣ ଯୋଗଦେବେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରୀୟ ଅଧିବେଶନର ସମାପନ କାର୍ଯ୍ୟକ୍ରମରେ ଯୋଗ ଦେଇ ସମସ୍ତଙ୍କୁ ନିର୍ବାଚନର ଗୁରୁମନ୍ତ୍ର ଦେବେ।

Narendra Modi BJP
Advertisment
Advertisment