Advertisment

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିବ ବଡ଼ ଝଟକା, ବିଜେପିରେ ମିଶିବେ କମଲନାଥ !

କଂଗ୍ରେସ ଛାଡ଼ିପାରନ୍ତି ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ। ସେ ତାଙ୍କ ପୁଅ ନକୁଲନାଥ ବିଜେପିରେ ଯୋଗ ଦେବା ନେଇ ଏବେ ଲାଗିରହିଛି ଚର୍ଚ୍ଚା।

author-image
Santosh Kumar Sahoo
Kamalnath

Kamalnath

ଆଉ କିଛି ଦିନ ପରେ ହେବ ସାଧାରଣ ନିର୍ବାଚନ। ନିର୍ବାଚନ ଜିତିବା ପାଇଁ ସବୁଦଳ ପକ୍ଷରୁ ଜାରି ରହିଛି ଜୋରସୋର ପ୍ରସ୍ତୁତି। କିନ୍ତୁ ଏହାର ମଧ୍ୟରେ କଂଗ୍ରେସକୁ ଲାଗିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ବଡ଼ ଝଟକା। ନିର୍ବାଚନ ପୂର୍ବରୁ ଦଳ ଛାଡ଼ୁଛନ୍ତି ଜଣକ ପରେ ଜଣେ ବରିଷ୍ଠ ନେତା। ମିଲନ୍ଦ ଦେଓରା ଓ ଅଶୋକ ଚୌହ୍ୱାନଙ୍କ ପରେ ଏବେ କଂଗ୍ରେସ ଛାଡ଼ିପାରନ୍ତି ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ। ସେ ତାଙ୍କ ପୁଅ ନକୁଲନାଥ ବିଜେପିରେ ଯୋଗ ଦେବା ନେଇ ଏବେ ଲାଗିରହିଛି ଚର୍ଚ୍ଚା। ଉଭୟ ଯେକୌଣସି ସମୟରେ ପଦ୍ମ ଶିବିରରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି।

Advertisment

ତେବେ ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି ନକୁଲନାଥଙ୍କ ସୋସିଆଲ ମିଡିଆ। ଆଜି ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରୁ କଂଗ୍ରେସ ନାଁ ହଟାଇ ଦେଇଛନ୍ତି। ଯାହା ବିଜେପିରେ ମିଶିବା ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି। ଅନ୍ୟପକ୍ଷରେ କମଲନାଥ ମଧ୍ୟ ଆଜି ଛିନ୍ଦୱାଡା ଗସ୍ତକୁ ବାତିଲ କରି ଅଚାନକ ନିଜ ପୁଅ ସହ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ତେବେ ଅନୁମାନ କରାଯାଉଛି କି ଖୁବଶୀଘ୍ର କମଲନାଥ ତାଙ୍କ ପୁଅଙ୍କ ସହ ବିଜେପିରେ ସାମିଲ ହୋଇପାରନ୍ତି। ତାଙ୍କ ସହ କଂଗ୍ରେସର ୧୦ ବିଧାୟକ ମଧ୍ୟ ବିଜେପିରେ ସାମିଲ ହେବା ନେଇ କୁହାଯାଉଛି।

ସେପଟେ ବିଜେପିର ମଧ୍ୟପ୍ରଦେଶ ଅଧ୍ୟକ୍ଷ ବିଡି ଶର୍ମା କମଲନାଥ ତାଙ୍କ ପୁଅ ନକୁଲନାଥଙ୍କୁ ନେଇ ଶୁକ୍ରବାର ଦିନ ଏକ ବୟାନ ଦେଇଥିଲେ । ସେ କହିଥିଲେ କି, କମଲନାଥ ଓ ତାଙ୍କ ପୁଅ ଯଦି ବିଜେପିରେ ମିଶିବାକୁ ଚାହାଁନ୍ତି ତେବେ ତାଙ୍କ ପାଇଁ ବିଜେପିର ଦ୍ୱାର ସର୍ବଦା ଖୋଲା ରହିଛି । ବିଡି ଶର୍ମାଙ୍କ ଏହି ବୟାନ ମଧ୍ୟପ୍ରଦେଶ ରାଜନୈତିକ ବାତାବରଣକୁ ସରଗରମ କରିଥିଲା ।

Advertisment

ମିଳିଥିବା ସୂଚନା ଅନୁସାରେ ନିଜ ପୁଅଙ୍କ ରାଜନୈତିକ କ୍ୟାରିୟରକୁ ନେଇ ଚିନ୍ତାରେ ଅଛନ୍ତି କମଲନାଥ। ଗତ ଲୋକସଭା ନିର୍ବାଚନରେ ମଧ୍ୟପ୍ରଦେଶରେ କଂଗ୍ରେସ କେବଳ ଗୋଟିଏ ଆସନ ପାଇଥିଲା। କମଲନାଥଙ୍କ ଗଡ଼ କୁହାଯାଉଥିବା ଛିନ୍ଦଓ୍ୱାଡାରେ କଡା ସଂଘର୍ଷ ପରେ ନକୁଲନାଥ ବିଜୟ ହାସଲ କରିଥିଲେ। ସେପଟେ ବିଜେପି ଛିନ୍ଦଓ୍ୱାଡାକୁ ନିଜ ଦୁର୍ବଳ ତାଲିକାରେ ରଖିଛି। ଗତ ୩ ବର୍ଷ ମଧ୍ୟରେ ଏଠାରେ ବିଜେପି କଡା ପରିଶ୍ରମ କରିଛି।

BJP Congress 2024 General Election
Advertisment
Advertisment