Advertisment

ଓଡ଼ିଶା ଗସ୍ତରେ ନିର୍ବାଚନ କମିଶନଙ୍କ ଟିମ୍; ସାଧାରଣ ନିର୍ବାଚନ ପୂର୍ବରୁ ଚାଲିଛି ତଦାରଖ

ରାଜ୍ୟରେ କେତେ ଇଭିଏମ ମେସିନ ଅଛି ଆଉ କେତେ ଦରକାର, ପର୍ଯ୍ୟାପ୍ତ ସଂଖ୍ୟକ ସୁରକ୍ଷାକର୍ମୀ ଅଛନ୍ତି ନା ନାହିଁ ଏସବୁର ତଦାରଖ କରୁଛନ୍ତି।

author-image
Sonali Ojha
Review Meeting ECI

Review Meeting ECI

ଓଡ଼ିଶା ଗସ୍ତରେ ଆସିଛନ୍ତି ନିର୍ବାଚନ କମିଶନଙ୍କ ଟିମ୍ । ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ମୁଖ୍ୟ ଶାସନ ସଚିବ, ପୋଲିସ ଡିଜିଙ୍କ ସହିତ ଭୋଟ ପ୍ରସ୍ତୁତି ବ୍ୟବସ୍ଥା ସଂପର୍କରେ ଆଲୋଚନା କରିବେ। ନିର୍ବାଚନ ପରିଚାଳନା ଲାଗି ନିୟୋଜିତ ହେଉଥିବା ଏନଫୋର୍ସମେଣ୍ଟ ଟିମ୍ ସହିତ ମଧ୍ୟ ସିଇସି ଟିମ୍ ଆଲୋଚନା କରିବ।

Advertisment

ସାଧାରଣ ନିର୍ବାଚନ ପାଇଁ କେତେ ପ୍ରସ୍ତୁତ ଓଡ଼ିଶା ? ଏହା ପରଖିବାକୁ ନିର୍ବାଚନ କମିଶନଙ୍କ ୭ ଜଣିଆ ଟିମ୍ ୩ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି। ଭୁବନେଶ୍ୱରରେ ଏହି ଟିମ୍ ବିଭିନ୍ନ ଅଧିକାରୀ, ସଂସ୍ଥା, ରାଜନୈତିକ ଦଳ ସହିତ ଆଲୋଚନା କରୁଛନ୍ତି।

ରାଜ୍ୟରେ କେତେ ଇଭିଏମ ମେସିନ ଅଛି ଆଉ କେତେ ଦରକାର, ପର୍ଯ୍ୟାପ୍ତ ସଂଖ୍ୟକ ସୁରକ୍ଷାକର୍ମୀ ଅଛନ୍ତି ନା ନାହିଁ, ଆଇନଶୃଙ୍ଖଳା ସ୍ଥିତି କିଭଳି ରହିଛି, ପ୍ରଚାର ଓ ଭୋଟ ବେଳେ ଶୃଙ୍ଖଳା ରକ୍ଷା ଲାଗି କି ପଦକ୍ଷେପ ଗ୍ରହଣ କରାଯାଉଛି, ଏସବୁର ତଦାରଖ କରୁଛନ୍ତି। ଗତକାଲି ରାଜ୍ୟର ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କ ସହ ଆଲୋଚନା ଇସି ଟିମ୍ ଆଲୋଚନା କରିଛନ୍ତି।

Advertisment
Election Commission General Election 2024
Advertisment
Advertisment