• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆରମ୍ଭ ହୋଇଯାଇଛି ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ । ଗତକାଲିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ଏହି ଅଧିବେଶନ । ବୈଠକ ଦୁଇଟି ପର୍ଯ୍ୟାୟରେ ହେଉଥିବା ବେଳେ ଗୋଟିଏ ନ୍ୟାସନାଲ କନଭେନସନ ଓ ଅନ୍ୟଟି ନ୍ୟାସନାଲ କାଉନସିଲ ନାମରେ ହେଉଛି ।

ଆଜିର ଅଧିବେଶନ ଆରମ୍ଭ ହେବା ସମୟରେ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସମସ୍ତଙ୍କ ବିଶ୍ୱାସ ଜିତିବା ହିଁ ମୂଳ ଲକ୍ଷ୍ୟ । ଅନ୍ୟପଟେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିଜେପି କାର୍ଯ୍ୟକର୍ତ୍ତା ୨୪ ଘଣ୍ଟା ଧରି ଦେଶ ସେବା କରୁଛନ୍ତି । ସମସ୍ତଙ୍କ ବିଶ୍ୱାସ ହାସଲ କରିବା ହେଉଛି ଆମର ଲକ୍ଷ୍ୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସମସ୍ତ ଲାଭାର୍ଥୀଙ୍କ ନିକଟରେ କାର୍ଯ୍ୟକର୍ତ୍ତାମାନଙ୍କୁ ପହଞ୍ଚିବାକୁ ଆହ୍ୱାନ ଦେଇଛନ୍ତି । ଆଗାମୀ ୧୦୦ ଦିନ ଅଧିକରୁ ଅଧିକ କାମ କରିବାକୁ ପଡ଼ିବ । ସବୁ ନୂଆ ଭୋଟରଙ୍କ ପାଖରେ ପହଞ୍ଚିବାକୁ ହେବ । ସବୁ କ୍ଷେତ୍ରରେ ଦ୍ରୁତଗତିରେ ବିକାଶ ହେଉଛି । ଦେଶ ଏବେ ଛୋଟ ସ୍ୱପ୍ନ ଦେଖିବ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ବିଜେପିକୁ ୩୭୦ ସିଟ୍‌ ଜିତିବାକୁ ହିଁ ପଡ଼ିବ ବୋଲି କହିଛନ୍ତି ମୋଦି । ଏନଡିଏ ସରକାର ୪୦୦ ପାର୍‌ କରିବା ନେଇ ବିପକ୍ଷ କହୁଛି । ଦେଶରୁ ଆତଙ୍କବାଦ ଦୂର ହୋଇଛି, ୨୫ କୋଟିରୁ ଅଧିକ ଗରିବୀ ହଟିଛି । ରାଜନୀତି ନୁହେଁ, ରାଷ୍ଟ୍ରନୀତି ପାଇଁ ବାହାରିଛୁ । ମହାଘୋଟାଲାରୁ ଦେଶକୁ ମୁକ୍ତି ମିଳିଛି ବୋଲି କହିଛନ୍ତି ମୋଦି ।

ଯେଉଁମାନଙ୍କୁ କେହି ପଚାରିଲେ ନାହିଁ, ସେମାନଙ୍କ କଥା ବୁଝିଛୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ୧୦ ବର୍ଷରେ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ବିପକ୍ଷ ଭାରତକୁ ବିକଶିତ କରିପାରିବ ନାହିଁ । ଏନଡିଏ ହିଁ ଭାରତକୁ ବିକଶିତ କରିପାରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସାତ ଦଶକ ପରେ ଅନୁଛେଦ ୩୭୦ର ଶେଷ ହୋଇଛି । ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ମିଛ ପ୍ରତିଶ୍ରୁତି ଦେବାରେ ବିପକ୍ଷର ଜବାବ ନାହିଁ । ଦେଶର କୋଣ ଅନୁକୋଣ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏକ ଭାରତ ଶ୍ରେଷ୍ଠ ଭାରତ ଆମର ଭାବନା । ବିକଶିତ ଭାରତ ହେଉଛି ମୋଦିର ଗ୍ୟାରେଣ୍ଟି । ସବ୍‌କା ସାଥ୍‌, ସବ୍‌କା ବିକାଶ ଆମର ମନ୍ତ୍ର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।