Advertisment

ଯୋଜନା ନାଁରେ ଭଣ୍ତାଉଛନ୍ତି କି ସରକାର ? ଡାହା ମିଛ କହି କହି ପୋଗ୍ରାମ କରୁଥିଲେ, ଏବେ ବିରୋଧର ସାମ୍ନା କଲେ

ମିଛ ତ ମିଛ..ପୁଣି ଡାହା ମିଛ..ନିର୍ବାଚନୀ ଯେତିକି ପାଖେଇ ଆସୁଛି, ସେତିକି ମିଛ ପ୍ରଚାରର ସୌଦାଗର ସାଜିଛନ୍ତି ରାଜ୍ୟ ସରକାର।

author-image
Manoranjan Behera
undefined

Nabin Odisha Booklets

ଯୋଜନା ନାଁରେ ସରକାରଙ୍କ ଡାହା ମିଛ। ନିର୍ବାଚନ ପୂର୍ବରୁ ଭୋଟ୍ ରାଜନୀତି ପାଇଁ ଆମ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ଯୋଜନାରେ ଲୋକଙ୍କୁ କଞ୍ଚା ମିଛ କହି ଭୂଆଁ ବୁଲାଇଛନ୍ତି ରାଜ୍ୟ ସରକାର। କେଉଁଠି ଯୋଜନାର ନାଁ ଗନ୍ଧ ନାହିଁ, ତ ଆଉ କେହି କେହି ଯୋଜନାର ଲାଭ ବି ପାଇନାହାଁନ୍ତି। କିନ୍ତୁ ତୁଚ୍ଛା ବାହାବା ସାଉଁଟିବା ପାଇଁ ସଂପୃକ୍ତ ବ୍ୟକ୍ତି ଓ ଅନୁଷ୍ଠାନ ନାଁରେ ମିଥ୍ୟା ତଥ୍ୟ ସହ ସଚିତ୍ର ପୁସ୍ତିକା ବାଣ୍ଟି ଅପପ୍ରଚାର ଚଳାଇଛନ୍ତି ରାଜ୍ୟ ସରକାର। ଯାହାକୁ ନେଇ ଗ୍ରାଉଣ୍ଡ ଜିରୋରେ ମୁହାଁମୁହିଁ ନେତା-ଜନତା।

Advertisment

ମିଛ ତ ମିଛ..ପୁଣି ଡାହା ମିଛ..ନିର୍ବାଚନୀ ଯେତିକି ପାଖେଇ ଆସୁଛି, ସେତିକି ମିଛ ପ୍ରଚାରର ସୌଦାଗର ସାଜିଛନ୍ତି ରାଜ୍ୟ ସରକାର। ଏ କଥା ଆମେ କହୁନାହୁଁ। ମୟୁରଭଞ୍ଜ ଜାମଦା ବ୍ଲକ ବଡ କୁଲେଇବିରା ପଞ୍ଚାୟତର ଲୋକେ ଆଜି ଯେଉଁ ଅଭିଯୋଗ ଆଣିଛନ୍ତି ମୁଣ୍ଡରେ ହାତ ଦେଇଦେବେ ଆପଣ। ନବୀନ ଓଡ଼ିଶା ଆମ ଓଡ଼ିଶା ଯୋଜନାର ପ୍ରଚାର ପୁସ୍ତିକାରେ ଦର୍ଶାଯାଇଛି, ମା ଦୁର୍ଗା SHGକୁ ମିଶନ ଶକ୍ତି ପକ୍ଷରୁ ଲକ୍ଷେ ଟଙ୍କା ଋଣ ସହ ଧୂପକାଠି ମେସିନ୍ ଦିଆଯାଇଛି।

କିନ୍ତୁ ସତ ଖୋଜିଲା ବେଳକୁ ପୂରା ଓଲଟା। ଧୂପକାଠି ମେସିନ ଅଛି, କିନ୍ତୁ କୌଣସି SHGର ନୁହଁ, ବରଂ ଜଣେ ଆତ୍ମନିର୍ଭରଶୀଳ ମହିଳା କୁନ୍ଦନ ମୁଣ୍ଡାଙ୍କର। ଯାହାକୁ କୁନ୍ଦନ ମୁଣ୍ଡା ନିଜେ କିଣି ଗତ ୮ ମାସ ହେଲା ଧୂପକାଠି ପ୍ରସ୍ତୁତି ସହ ବିକ୍ରି କରୁଛନ୍ତି। ରାଜ୍ୟ ସରକାର ଟଙ୍କାଟିଏ ବି ଦେଇନାହାନ୍ତି।

Advertisment

କୁଲେଇବିରା ପଞ୍ଚାୟତର ପ୍ରଚାର ପୁସ୍ତିକାରେ ଦର୍ଶାଯାଇଛି ଯେ ଘରକୁ ଘର ପାଣି ଯୋଗାଇ ଦିଆଯାଇଛି। କିନ୍ତୁ ଏକମାତ୍ର ନଳକୂପରୁ ଦୁର୍ଗନ୍ଧଯୁକ୍ତ ପାଣି ଆସୁଥିବାରୁ ନଦୀର ପ୍ରଦୂଷିତ ପାଣି ପିଇ ଜୀବନ ଧାରଣ କରୁଛନ୍ତି ଲୋକେ। ବଡ ଟାଙ୍କି ଅଛି, କିନ୍ତୁ ଭଙ୍ଗା ଅବସ୍ଥାରେ। ଅଥଚ ଏହି କଥାକୁ ବାଏଁ ବାଏଁ ଉଡ଼ାଇ ଦେବା ସହ ଅଭିଯୋଗକୁ ଖଣ୍ଡନ କରିଛନ୍ତି କୁଲେଇବିରା ପିଇଓ ଭାବଗ୍ରାହୀ ମହାକୁଡ। ଅପରପକ୍ଷେ ସରପଞ୍ଚ କହିଛନ୍ତି, ସେ କିଛି ଜାଣିନାହାଁନ୍ତି।

କଟକ ନରସିଂହପୁର ବ୍ଲକର ଅଢ଼େଇଗୁଣ୍ଡି ଗାଁରେ ନିଜସ୍ୱ ଅର୍ଥରେ ଜଣେ ବ୍ୟକ୍ତି ନିର୍ମାଣ କରିଥିବା ମା ମଙ୍ଗଳା ମନ୍ଦିର। & ଆମ ଓଡ଼ିଶା ନବୀନ ଓଡିଶା ବିଜ୍ଞାପନ ପୁସ୍ତିକାରେ ଦର୍ଶାଯାଇଛି, ଦେବୀପ୍ରସାଦ ମିଶ୍ରଙ୍କ ବିଧାୟକ ପାଣ୍ଠିରୁ ୪ ଲକ୍ଷ ଟଙ୍କା ବ୍ୟୟରେ ଏହି ମନ୍ଦିରକୁ ନିର୍ମାଣ କରାଯାଇଛି। କିନ୍ତୁ ପୋଲ୍ ଖୋଲିଦେଇଛନ୍ତି ଅଢେଇଗୁଣ୍ଡି ସମିତି ସଭ୍ୟ ମନୋଜ ପଣ୍ଡା। ଏବେ ନରସିଂହପୁର ବିଡ଼ିଓ କହୁଛନ୍ତି ଜେଇ ଓ ପିଇଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଆମ ଓଡ଼ିଶା, ନବୀନ ଓଡ଼ିଶା ପାଇଁ ପ୍ରତି ପଞ୍ଚାୟତକୁ ରାଜ୍ୟ ସରକାର ୫୦ ଲକ୍ଷ ଦେଉଛନ୍ତି। ଯେଉଁ ଟଙ୍କାରେ ଧାର୍ମିକ ଉପାସନାସ୍ଥଳୀର ବିକାଶ, ମହିଳା ଓ ଯୁବକଙ୍କୁ ସଶକ୍ତିକରଣ, ମିଶନ ଶକ୍ତି ସଦସ୍ୟାଙ୍କ ପାଇଁ ଅତିରିକ୍ତ ସୁବିଧା, ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଭିତ୍ତିଭୂମି, ସ୍କୁଲରେ ଅତିରିକ୍ତ ଶିକ୍ଷା ସୁବିଧା, ନୂଆ ଭିତ୍ତିଭୂମି, ସ୍କୁଲ ଶିକ୍ଷାର ଆଧୁନିକୀକରଣ ଓ ସଂପ୍ରସାରଣ କରାଯିବ। କିନ୍ତୁ, ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିଙ୍କ ନାଁକୁ ଯୋଡ଼ି ଏଭଳି ମିଛ ପ୍ରଚାରର ଉଦ୍ଦେଶ୍ୟ ଏବଂ ଆଭିମୁଖ୍ୟକୁ ନେଇ ନାନା ପ୍ରଶ୍ନ ଉଠୁଥିବାବେଳେ ମୁହାଁମୁହିଁ ହେବାରେ ଲାଗିଛନ୍ତି ନେତା ଓ ଜନତା।

(ରିପୋର୍ଟ- ରାଇରଙ୍ଗପୁରରୁ ଯଶୋବନ୍ତ ବାରିକ ଏବଂ ନରସିଂହପୁରରୁ ସର୍ବେଶ୍ୱର ସ୍ୱାଇଁ)

BJD Odisha Politics
Advertisment
Advertisment