• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଏଥର ନିର୍ବାଚନରେ କେନ୍ଦ୍ରରେ ହ୍ୟାଟ୍ରିକ୍ କରିବ ବିଜେପି । ରାଷ୍ଟ୍ରୀୟ ଅଧିବେଶନରେ କର୍ମକର୍ତ୍ତାଙ୍କୁ ୪ଶହ ପ୍ଲସର ମିଶନ ଏବଂ ଶହେ ଦିନର ଡେଡଲାଇନ୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କହିଛନ୍ତି, ଏବେ ଛୋଟ ସ୍ୱପ୍ନର ସ୍ଥାନ ନାହିଁ, ବିକଶିତ ଭାରତ ପାଇଁ ବଡ଼ ଡିଆଁ ମାରିବାକୁ ପଡ଼ିବ । ରାଜନୀତି ନୁହେଁ, ରାଷ୍ଟ୍ରନୀତି ଆମର ଫୋକସ୍ ବୋଲି କହିବା ସହ କଂଗ୍ରେସ ଉପରେ କରିଛନ୍ତି ଜୋରଦାର ହମଲା ।

ବିଜେପି ରାଷ୍ଟ୍ରୀୟ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ହୁଙ୍କାର । ଅବକି ବାର୍ ଚାର୍ ସୋ ପାର୍ । ଏଥର ୪ ଶହ ପ୍ଲସ୍ ର ମିଶନ ମୋଡରେ କାମ କରିବାକୁ କାର୍ଯ୍ୟକର୍ତ୍ତାଙ୍କୁ ମନ୍ତ୍ର ଦେଇଛନ୍ତି ମୋଦି । କହିଛନ୍ତି, ଆସନ୍ତା ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବରରେ ବିଦେଶୀ ରାଷ୍ଟ୍ରରୁ ତାଙ୍କୁ ନିମନ୍ତ୍ରଣ ମିଳିଛି, ଏହାର ଅର୍ଥ ପାଶ୍ଚାତ୍ୟ ଦେଶ ବି ଜାଣିଛନ୍ତି ଏଥର ବି ମୋଦି ହିଁ ଆସିବେ ।

କେନ୍ଦ୍ରରେ ହ୍ୟାଟ୍ରିକ ସରକାରର ନାରା ଦେବା ସହ କର୍ମୀଙ୍କୁ ଦେଇଛନ୍ତି ଶହେ ଦିନର ଡେଡଲାଇନ୍ । ଦେଶର ସବୁ ଭୋଟର, ସମସ୍ତ ବର୍ଗଙ୍କ ପାଖରେ ପହଞ୍ଚିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, ରାଜନୀତି ନୁହେଁ, ରାଷ୍ଟ୍ରନୀତିରେ ଆମର ଫୋକସ୍ । ଏବେ ଛୋଟ ସ୍ୱପ୍ନର ସ୍ଥାନ ନାହିଁ, ବିକଶିତ ଭାରତ ପାଇଁ ବଡ଼ ଡିଆଁ ମାରିବାକୁ ପଡ଼ିବ ।

ମଞ୍ଚରୁ ବିରୋଧୀଙ୍କ ଉପରେ ଶାଣିତ ଆକ୍ରମଣ ସହ ପ୍ରଧାନମନ୍ତ୍ରୀ କହିଛନ୍ତି, କଂଗ୍ରେସ ତୁଷ୍ଟୀକରଣ, ପରିବାରବାଦ ଓ ଭ୍ରଷ୍ଟାଚାରର ଜନନୀ । ବିରୋଧୀଙ୍କ ପାଖରେ କୌଣସି ଏଜେଣ୍ଡା ନାହିଁ । NDA ହିଁ ଭାରତକୁ ବିକଶିତ କରିପାରିବ । ସେପଟେ ଅଧିବେଶନରେ ଇଣ୍ଡିଆ ମେଣ୍ଟ ଉପରେ ଅଲ୍ ଆଉଟ୍ ଆଟାକ୍ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

ନିଜ ପୁଅ-ଝିଅଙ୍କୁ ଦଳର ପ୍ରମୁଖ ଆସନରେ ବସାଇବା ବିରୋଧୀ ମେଣ୍ଟର ମୁଖ୍ୟ କାମ ବୋଲି କଟାକ୍ଷ କରିଛନ୍ତି । ନିମନ୍ତ୍ରଣ ସତ୍ତ୍ୱେ କଂଗ୍ରେସ ଅଯୋଧ୍ୟା ରାମ ମନ୍ଦିର ଲୋକାର୍ପଣ ଉତ୍ସବରୁ ଦୂରେଇ ରହିବାକୁ, ଦେଶବାସୀ ଦେଖୁଛନ୍ତି ଏବଂ ମନେ ବି ରଖିଛନ୍ତି ବୋଲି ଶାହ କହିଛନ୍ତି ।

ରାଷ୍ଟ୍ରୀୟ ଅଧିବେଶନରେ ଯୋଗ ଦେଇଥିବା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ କ୍ରମେ କର୍ମୀ ଦିନ ରାତି ପରିଶ୍ରମ କରୁଛନ୍ତି । ଏଥର ଚମତ୍କାର ହେବ । ସାଂସଦ ଅପରାଜିତା ଷଡ଼ଙ୍ଗୀ ବିରୋଧୀଙ୍କ ନେତୃତ୍ୱ ଉପରେ ଉଠାଇଛନ୍ତି ପ୍ରଶ୍ନ ।

କହିଛନ୍ତି, ନକାରାତ୍ମତା, ସଂକୀର୍ଣ୍ଣତା ଏବଂ ଭ୍ରଷ୍ଟାଚାରରେ ବୁଡିଥିବା ବିପକ୍ଷ ଧୀରେ ଧୀରେ ଭାଙ୍ଗିବାକୁ ବସିଲାଣି । ଏପଟେ ଓଡ଼ିଶାରେ ସରକାର ଗଢିବାକୁ ଦମ୍ଭ ଦେଖାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

  • Reported by:
  • SIBANANDA ROUT