Advertisment

ବିଜେଡିକୁ ବଣ୍ଡ ଚିନ୍ତା; କେଉଁଠୁ କେତେ ପାଇଛ ଗୋଟି ଗୋଟି କରି ହିସାବ ଦିଅ..

ନିର୍ବାଚନ ବଣ୍ଡ ସ୍କିମ୍‌କୁ ସୁପ୍ରିମକୋର୍ଟଙ୍କ ଅସାମ୍ବିଧାନିକ ଘୋଷଣା ପରେ ଏବେ ବଡ଼ ଟେନସନରେ ବିଜେଡି। କେଉଁଠୁ ଚାନ୍ଦା ଆକାରରେ ଆସିଛି କେତେ ଟଙ୍କା ? କିଏ ଦେଇଛି ଓ କେଉଁ ଆକାରରେ ଦେଇଛି ?

author-image
Manoranjan Behera
undefined

Electoral Bond

ସୁପ୍ରିମକୋର୍ଟରେ ନିର୍ବାଚନ ବଣ୍ଡ ଅସାମ୍ବିଧାନିକ ଘୋଷଣା ହେବା ପରେ ବିଜେଡିକୁ ଘାରିଛି ତଥ୍ୟ ଦାଖଲରେ ସ୍ୱଚ୍ଛତା ଚିନ୍ତା। ୨୦୧୮ରୁ କେଉଁ ବାଟେ କାହାଠୁ ଚାନ୍ଦା ଆକାରରେ ଆଣିଛି ୭୭୪କୋଟିରୁ ଅଧିକ ଟଙ୍କା, ଇସିଆଇଙ୍କ ନିକଟରେ ଦାଖଲ କରିବ ତଥ୍ୟ। ତେଣେ ଆୟ ଦୃଷ୍ଟିରୁ ଦେଶର ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ ଭାବେ ବିଜେଡିର ଆୟ ଉତ୍ସକୁ ନେଇ କଂଗ୍ରେସ ଆପତ୍ତି ଉଠାଇଥିବାବେଳେ ବିଜେଡି କହିଛି ତଥ୍ୟ ସାର୍ବଜନୀନ କରିବାରେ ଅସୁବିଧା ନାହିଁ।

Advertisment

ନିର୍ବାଚନ ବଣ୍ଡ ସ୍କିମ୍‌କୁ ସୁପ୍ରିମକୋର୍ଟଙ୍କ ଅସାମ୍ବିଧାନିକ ଘୋଷଣା ପରେ ଏବେ ବଡ଼ ଟେନସନରେ ବିଜେଡି। କେଉଁଠୁ ଚାନ୍ଦା ଆକାରରେ ଆସିଛି କେତେ ଟଙ୍କା ? କିଏ ଦେଇଛି ଓ କେଉଁ ଆକାରରେ ଦେଇଛି ? ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଏବେ ଏ ସମ୍ପର୍କିତ ଟିକନିଖ୍ ତଥ୍ୟ ଦେବାକୁ ବାଧ୍ୟ ହେବ ଦେଶର ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ ବୋଲାଉଥିବା ବିଜୁ ଜନତା ଦଳ।

୨୦୧୭-୧୮ ମସିହାରୁ ୨୦୨୨-୨୩ ଆର୍ଥିକ ବର୍ଷ ମଧ୍ୟରେ ବିଭିନ୍ନ ରାଜନୈତିକ ଦଳମାନେ ଦାନ ଆକାରରେ କେତେ ଅର୍ଥ ପାଇଛନ୍ତି ସେ ତଥ୍ୟ ଅନୁସାରେ- ଜାତୀୟ ଦଳ ବିଜେପି ସର୍ବାଧିକ ୬, ୫୬୬ କୋଟି ପାଇଥିବା ବେଳେ କଂଗ୍ରେସ ୧୧୨୩ କୋଟି ଓ ଟିଏମସି ୧ ହଜାର ୯୩ କୋଟି ପାଇଛି। ସେହିପରି ଆଞ୍ଚଳିକ ଦଳ ଭାବେ ସର୍ବାଗ୍ରେ ବିଆରଏସକୁ ୯୧୩ କୋଟି ଦାନ ଆକାରରେ ମିଳିଥିବାବେଳେ ଦ୍ୱିତୀୟ ଦଳ ଭାବେ ବିଜେଡିକୁ ଚାନ୍ଦା ଆକାରରେ ମିଳିଛି ୭୭୪ କୋଟି।

Advertisment

ଏମିତିକି ୨୦୧୮ ମସିହାଠାରୁ ୨୦୨୩ ମସିହା ଭିତରେ ବିଜେଡିର ଆୟ ବଢିଛି ୮୪ ପ୍ରତିଶତ। ତେଣୁ ଖଣି, କର୍ପୋରେଟ୍ ସଂସ୍ଥା କିମ୍ବା ଅଜଣା ଉତ୍ସ, ଯେଉଁଥିରୁ ବି ବିଜେଡି ପାଖକୁ ଟଙ୍କା ଆସିଥିବା ତାର ସ୍ୱଚ୍ଛତା ଜଣାପଡ଼ିଯିବ ବୋଲି କହିଛି କଂଗ୍ରେସ। ସେପଟେ ବିଜେଡି କହିଛି- ପାର୍ଟି ପାଇଥିବା ଦାନ ଅର୍ଥର ସାର୍ବଜନୀନ କରିବାରେ କୌଣସି ଅସୁବିଧା ନାହିଁ। ତେଣେ ଇଲେକଟୋରାଲ୍ ବଣ୍ଡ ସ୍କିମ୍ ମାଧ୍ୟମରେ ସର୍ବାଧିକ ଦାନ ହାସଲ କରିଥିବା ଭାରତୀୟ ଜନତା ପାର୍ଟି କହିଛି ସମାଜର କଲ୍ୟାଣ ପାଇଁ ହେଉ କି ଲୋକଙ୍କ ହିତ ପାଇଁ ବିଭିନ୍ନ ରାଜନୈତିକ ଦଳଙ୍କ ପାଖକୁ ଟଙ୍କା ଆସିଥାଏ। ସୁପ୍ରିମକୋର୍ଟ ଏହାକୁ ଅସାମ୍ବିଧାନିକ ଘୋଷଣା କରି ଦେଇଥିବା ରାୟର ରିଭ୍ୟୁ ପିଟିସନ ହେବା ଉଚିତ୍।

୨୦୧୮ ମସିହାରେ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ନିର୍ବାଚନ ବଣ୍ଡ ସ୍କିମ୍। ରାଜନୈତିକ ଦଳଙ୍କ ପାଣ୍ଠି ସଂଗ୍ରହରେ ସ୍ୱଚ୍ଛତା ଆଣିବା ଲାଗି ଏହି ଯୋଜନା ପ୍ରଚଳନ କରାଯାଇଥିଲା। ତେବେ ଏ ଯୋଜନା ଦ୍ୱାରା ଦେଶରେ ଦୁର୍ନୀତି ବଢ଼ିବା ସହ ରାଜନୈତିକ ଦଳ ଗୁଡ଼ିକ ଅନୁଦାନ ପାଇଥିବା ସଂସ୍ଥା ଓ ବ୍ୟକ୍ତିଙ୍କ ପ୍ରତି ଅଧିକ ଅନୁକଂପା ପ୍ରଦର୍ଶନ କରୁଥିବା ଦର୍ଶାଇ ସୁପ୍ରିମକୋର୍ଟରେ ତିନିଟି ପିଟିସନ୍ ଦାଏର ହୋଇଥିଲା। ଯାହାର ବିଚାର କରି ଗତ ୧୫ ତାରିଖ ଦିନ ଚିଫ୍ ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ୫ଜଣିଆ ଖଣ୍ଡପୀଠ ଏହାକୁ ଅସାମ୍ବିଧାନ ଦର୍ଶାଇଥିଲେ। ତାସହ ଆଗକୁ ଆଉ ନିର୍ବାଚନ ବଣ୍ଡ ଜାରି ନକରିବାକୁ ଦେଶର ପ୍ରମୁଖ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ସ୍ପଷ୍ଟ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।

ଏବେ ଦେଖିବାର କଥା, ଇଲୋକଟୋରାଲ ବଣ୍ଡ ଜରିଆରେ ଚାନ୍ଦା ଆକାରରେ ୭୭୪ କୋଟି ପାଇଥିବା ବିଜୁ ଜନତା ଦଳ କେତେଶୀଘ୍ର ରଖୁଛି ଆୟ ସଂପର୍କିତ ସ୍ୱଚ୍ଛ ତଥ୍ୟ।

BJD Election Commission Supreme Court Verdict Electoral Bonds 2024 General Election
Advertisment
Advertisment