ଗୋଟେ ପଟେ ବିବାହ, ଅନ୍ୟପଟେ ଶୁଦ୍ଧିକ୍ରିୟା । ଏପଟେ ବେଦି ଉପରେ ଯିଏ କନ୍ୟା ବେଶରେ ବସିଛି, ତାରି ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳିର ପର୍ବ ।
ଏହି କାର୍ଯ୍ୟକ୍ରମରେ ପାରାଦୀପ ଓ କେନ୍ଦ୍ରାପଡ଼ା ଅଞ୍ଚଳରୁ ଶତାଧିକ ସାରଥୀ ଅନୁଗତ ଯୋଗଦେଇଥିଲେ । ହୋମ, ଧ୍ୟାନ, ସାମୁହିକ ପ୍ରାର୍ଥନା, ଶ୍ରୀକୃଷ୍ଣଙ୍କ ପୂଜା କରାଯାଉଛି ।
ନାଇଡୁ କମିଶନ୍ ରିପୋର୍ଟ ସରକାର ଚାପିବାକୁ ନେଇ ଘେରିଲେ ବିରୋଧୀ । ମୁଖ୍ୟ ହତ୍ୟାକାରୀ ଧରା ନପଡ଼ିବାରୁ ଅସନ୍ତୋଷ ଝାଡ଼ିଲେ ଆଶ୍ରମ ଅନ୍ତେବାସୀ ।
ସହର ତୁଳନାରେ ଗାଁରେ ବେଶୀ ଜୀବନ ନାଶୁଛି ବଜ୍ର ବିପତ୍ତି । କେବଳ ୨୦୨୧-୨୨ରେ ବଜ୍ରପାତ ଯୋଗୁଁ ୨୮୧ ଜୀବନ ହାନୀ ।
ଭାଦ୍ରବରେ ବର୍ଷାକୁ ଅନେଇଛି ଭଦ୍ରକ । ଜମି ଫାଟି ଆଁ କଲାଣି, ରୁଆ ଧାନ ଜଳି ଯାଉଛି । ପ୍ରଥମେ ବୈତରଣୀ ବଢିରେ ଚାଷ ଧୋଇଗଲା, ଆଉ ଏବେ ଅନାବୃଷ୍ଟି ଦାଉ ସାଧିଛି ।
ଚେନ୍ରେ ବନ୍ଧା ବଢ଼ିଲା ଝିଅ । କାରଣ ବେଡି ନପଡ଼ିଲେ ସେ କୁଆଡ଼େ ଚାଲିଯିବ । ସେଥିପାଇଁ ବଢିଲା ଝିଅର ଗୋଡ଼ରେ ବେଡି ପକାଇ ରଖୁଛନ୍ତି ପରିବାର ଲୋକେ । ଯେଉଁ ବୟସରେ ଖେଳକୁଦ କରିବାକଥା, ସେହି ସମୟରେ ଘରର ଚାରି କାନ୍ଥ ଭିତରେ ଜୀବନ ବିତାଉଛି କୁନିଝିଅ ।
୨୦୩୦-୩୧ ଆର୍ଥକ ବର୍ଷ ସୁଦ୍ଧା ପ୍ରକଳ୍ପ କାମ ସରିବ । ପ୍ରକଳ୍ପ ଲାଗି ମୋଟ ଖର୍ଚ୍ଚର ୪୦ ପ୍ରତିଶତ ଅର୍ଥ କେନ୍ଦ୍ର ଦେବ ।
ଅଦମ୍ୟ ସାହସ, ଦୃଢ଼ ଇଚ୍ଛା ଶକ୍ତି ଓ ପରିଶ୍ରମ ପାଇଁ ଅନ୍ୟମାନଙ୍କ ପାଇଁ ସେ ଉଦାହରଣ । ସେ ହେଲେ କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳର ମହିଳା ଅଟୋ ଡ୍ରାଇଭର ଶକୁନ୍ତଳା ପୂର୍ତ୍ତି ଓରଫ ଅଟୋ ଦିଦି । ଅଟୋ ଚଳାଇ ଭଲ ଦି ପଇସା ରୋଜଗାର କରି ଆଜି ସେ ଅନ୍ୟମାନଙ୍କପାଇଁ ଉଦାହରଣ ପାଲଟିଛନ୍ତି....
ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ଗାଁକୁ ନାହିଁ ଭଲ ରାସ୍ତା । ବର୍ଷା ଛାଡ଼ିଲେ ଖାଲ ସାଙ୍ଗକୁ ପଥୁରିଆ ରାସ୍ତା ଲୋକଙ୍କ ପାଇଁ ପାଲଟି ଯାଏ ମରଣ ଯନ୍ତା । କୋଇଡା ବ୍ଲକ ରକ୍ସି ପଞ୍ଚାୟତର ଲୋକେ ସହନ୍ତି ଅସହ୍ୟ ଯାତ୍ରା ଯନ୍ତ୍ରଣା....
ବିଦେଶରେ ଦାଦନ ଖଟିବାକୁ ଯାଇ ବନ୍ଦୀ .. ଗଞ୍ଜାମ ରଙ୍ଗେଇଲୁଣ୍ଡା ବ୍ଲକ ବିଶ୍ୱନାଥପୁରର ଦୀନବନ୍ଧୁ ସାହୁ, ମୁକୁଳିବାକୁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଆକୁଳ ନିବେଦନ
ଅସହାୟ କୁନି ପୁଅକୁ କୋଳେଇ ନେବାକୁ କର୍ଣ୍ଣାଟକରୁ ଆସି ଓଡ଼ିଶାରେ ପହଞ୍ଚିଲେ ଦମ୍ପତି ।
ଦୁନିଆକୁ ଭଲ ଭାବରେ ବୁଝିବା ପୂର୍ବରୁ ଜୀବନ ଆକାଶରେ ମାଡ଼ିଗଲା କଳା ବାଦଲ । ମାତ୍ର ୮ ବର୍ଷ ବୟସରୁ କଅଁଳ କାନ୍ଧରେ ବୋହୁଛି ୬ ମାସର କୁନି ଭଉଣୀ ସହ ୪ ବର୍ଷୀୟ ଭାଇର ବୋଝ । ବାପା ଜେଲରେ, ମା କୋଳରେ ୩ ଭାଇ ଭଉଣୀ ଜୀବନ ବିତାଉଥିବା ବେଳେ ମା ଚାଲିଗଲା ଆରପାରିକୁ। ଏବେ ଦୁର୍ବିସହ ଜୀବନ....
ଦାବି ପୂରଣ ନେଇ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟିରେ ହେବ ଆଲୋଚନା । ଅଧ୍ୟାପକ ଓ ଶିକ୍ଷକଙ୍କ ପ୍ରସଙ୍ଗରେ ମୁହଁ ଖୋଲିଲେନି ମନ୍ତ୍ରୀ ।
ଗୁରୁ ଦିବସରେ ଗୁରୁ ପୂଜା ବଦଳରେ ଭୁବନେଶ୍ବର ଲୋୟର ପିଏମଜିରେ ରାଜରାସ୍ତାରେ ହକ୍ ମାଗୁଛି ଶିକ୍ଷକ।
୨୬ ବର୍ଷ ତଳେ ଯେଉଁ ସ୍କୁଲରୁ ଅବସର ନେଇଥିଲେ, ସେହି ସ୍କୁଲରେ ନିରବଚ୍ଛିନ୍ନ ଭାବେ ଶିକ୍ଷାଦାନ କରି ଆସୁଛନ୍ତି ଧୋତିକୁର୍ତ୍ତା ପିନ୍ଧା ପିଲାଙ୍କ ଅତି ପ୍ରିୟର ବନ ସାର୍।
ନିଃସ୍ୱାର୍ଥପର ଶିକ୍ଷାଦାନରେ ବ୍ରତୀ ହୋଇଛନ୍ତି । ପରିଣତ ବୟସରେ ଶିକ୍ଷାଦାନ କରୁଛନ୍ତି ।
ଯାହାକୁ ନେଇ କାଶୀପୁର ଥାନା ଅଞ୍ଚଳର ସରମ୍ବାଇ, ଅଲିଗୁନା, ବଣ୍ଡେଲ, କଣ୍ଟାମାଳ, ବନ୍ତେଜି ଆଦି ୮ଟି ଗାଁରେ ଭୟର ବାତାବରଣ।
ମାଓବାଦୀ ଦର୍ଶାଇ ରାତିଅଧିଆ ଗିରଫଦାରୀ ଯୋଗୁଁ ବହୁ ଗାଁ ପୁରୁଷଶୂନ୍ୟ । ଆଦିବାସୀଙ୍କ ଉପରେ ଦମନଲୀଳାକୁ ନେଇ ଘେରିଲେ ବିରୋଧୀ ।
ଦେହରେ ଖରା ପଡ଼ିଲେ ନିଦରୁ ଉଠିବେ ବୋଲି ଆଶା ରହିଛି। ୨୨ ତାରିଖ ପରେ ନିଦରୁ ଉଠିବା ପାଇଁ ଇସ୍ରୋର କମାଣ୍ଡ ଶୁଣିବାକୁ କେବଳ ରିସିଭର୍ ଅନ୍ ଅଛି।
ବିଡ଼ମ୍ବନାର ବିଷୟ ହେଲା ବିଏମସିର ଜାଗା ମିଶନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଜମି ପାଇନଥିବା ବସ୍ତି ବାସିନ୍ଦାଙ୍କଠାରୁ ଅଭିଯୋଗକାରୀଙ୍କ ସଂଖ୍ୟା ଅଧିକ। କାରଣ ପ୍ରିମିୟମ ଦେବାକୁ ସକ୍ଷମ ନାହାନ୍ତି ଅଧିକାଂଶ ହିତାଧିକାରୀ।
ମ୍ୟାଚ୍ କରୁନି ଡିଏନଏ, କଣ୍ଟେନରରେ 28 ମୃତଦେହ । ଏମସ କର୍ତ୍ତୃପକ୍ଷ କହିଲେ ମିଳୁନାହାନ୍ତି ଦାବିଦାର ।
ନିଆଳି କୃଷ୍ଣପ୍ରସାଦ ପଞ୍ଚାୟତରେ ବୃକ୍ଷରୋପଣ ନାଁରେ ଘୋଟାଲାକୁ ନେଇ ଅସନ୍ତୋଷ । ବିନା ଫଳକରେ ଗୋଟିଏ ବି ଗଛ ନଲଗାଇ ମିଥ୍ୟା ବିଲ୍ ଅଭିଯୋଗ ।
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ମାଳ ମାଳ କୁମ୍ଭୀର । ବୈତରଣୀ, ସାଳନ୍ଦୀ ଓ ମନ୍ତେଇ ନଦୀ ସହିତ ୧୫ରୁ ଉର୍ଦ୍ଧ୍ୱ ଶାଖା ନଦୀରେ କୁମ୍ଭୀର ଆତଙ୍କ । ନଦୀ କୂଳରେ ବସବାସ କରୁଥିବା ଗାଁ ଗୁଡ଼ିକରେ ପ୍ରତିବର୍ଷ କୁମ୍ଭୀର ଆକ୍ରମଣରେ ଯାଉଛି ଜୀବନ ।
ଦୁର୍ଘଟଣା ପରେ କାହାର ଗୋଡ଼ କଟିଯାଇଛି ତ କିଏ ଜନ୍ମରୁ ଦିବ୍ୟାଙ୍ଗ । ତଥାପି ଏଠାରେ ଗୋମାତାଙ୍କୁ ଶ୍ରଦ୍ଧା ପୂର୍ବକ କରାଯାଉଛି ରକ୍ଷାବନ୍ଧନ । ଆଉ ଗୋଶାଳାରେ ଥିବା ଜୀବଙ୍କୁ ଦିଆଯାଉଛି ଖାଦ୍ୟ ।
ବଢ଼ୁଛି ବଜ୍ର ବିପତ୍ତି । ଯାଉଛି ଜୀବନ । ରାଜ୍ୟ ସରକାରଙ୍କ ତଥ୍ୟ କହୁଛି, କେବଳ ଗତକାଲି ଅପରାହ୍ନ ସାଢ଼େ ୫ଟା ସୁଦ୍ଧା ରାଜ୍ୟରେ ୬୨ ହଜାର ୩୫୦ ଥର ବିଜୁଳି ମାରିଛି ।