Advertisment

କାମ୍ବୋଡିଆରେ ବନ୍ଦୀ ଗଞ୍ଜାମ ପୁଅ, ସଚ୍ଚୋଟ ପଣିଆ ପାଇଁ ବନ୍ଧା ରଖିଛି କମ୍ପାନୀ

ବିଦେଶରେ ଦାଦନ ଖଟିବାକୁ ଯାଇ ବନ୍ଦୀ .. ଗଞ୍ଜାମ ରଙ୍ଗେଇଲୁଣ୍ଡା ବ୍ଲକ ବିଶ୍ୱନାଥପୁରର ଦୀନବନ୍ଧୁ ସାହୁ, ମୁକୁଳିବାକୁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଆକୁଳ ନିବେଦନ

author-image
Prangyan Parimita
ଅଦ୍ୟତନ ହୋଇଛି
Odia youth held 'captive' in Cambodia

Odia youth held 'captive' in Cambodia

ବିଦେଶରେ ଦାଦନ ଖଟିବାକୁ ଯାଇ ଫସିଲେ ଗଞ୍ଜାମ ରଙ୍ଗେଇଲୁଣ୍ଡା ବ୍ଲକ ବିଶ୍ୱନାଥପୁରର ଦୀନବନ୍ଧୁ ସାହୁ । କମ୍ପ୍ୟୁଟର ଅପରେଟର ଭାବେ କାମ କରିବାକୁ ବିଦେଶ ଯିବା ପାଇଁ ଗୁଜରାଟର ଏକ କମ୍ପାନୀ ୟୁନିକ ଏଂପ୍ଲଏମେଣ୍ଟ ସର୍ଭିସ୍ ସହ ଯୋଗାଯୋଗରେ ଆସିଥିଲେ। ସେଠାକାର ଏଜେଣ୍ଟ ବିନୋଦ ପାଠକ ଭିଏତନାମର ଡେଲଟା କମ୍ପାନୀରେ କମ୍ପ୍ୟୁଟର ଅପରେଟର ଭାବେ କାମ କରାଇ ଦେବା ପାଇଁ ଦେଢ ଲକ୍ଷ ଟଙ୍କା ଓ ଭିସା ନେଇଥିଲେ ।

Advertisment

ଫ୍ଲାଇଟ ଟିକେଟ ଯୋଗେ ତାଙ୍କୁ ପ୍ରଥମେ ଭିଏତନାମ ନେଇଥିଲେ। ପରେ ସେଠାରୁ କାମ୍ବୋଡିଆ ନେଇ ସେଠାରେ ଏକ କମ୍ପାନୀରେ କାମ ଦେଇଥିଲା। ସେଠାରେ ଉକ୍ତ କମ୍ପାନୀ ଦୀନବନ୍ଧୁଙ୍କୁ ବିଭିନ୍ନ ସିମ୍ ଠକେଇ, କଲ୍ କରି ଓଟିପି ନେଇ ଠକେଇ ଭଳି କାର୍ଯ୍ୟରେ କିଛି ଦିନ ନିୟୋଜିତ କରିବା ପରେ ଏହିଭଳି କାର୍ଯ୍ୟ କରିବାକୁ ମନା କରିଦେଇଥିଲେ ଦୀନବନ୍ଧୁ। ସେ ଭାରତ ଫେରିଯିବେ ବୋଲି କହିବା ପରେ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ଏକ କୋଠରୀରେ ବନ୍ଦୀ କରି ରଖିଛନ୍ତି।

୨୫ ଶହ ଡଲାର ଦେଲେ ତାଙ୍କୁ ଭାରତ ପଠେଇବେ ବୋଲି କମ୍ପାନୀର ଏଜେଣ୍ଟ କହୁଛି। ତାଙ୍କ ପାଖରେ କୌଣସି ଅର୍ଥ ନଥିବା ବେଳେ କମ୍ପାନୀ ଖାଇବା ଦେବା ବନ୍ଦ କରିଦେଇଛି। ତେଣୁ ଅତି ଶୀଘ୍ର ସେଠାରୁ ମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଅମିତ୍ ଶାହ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେ ଗୁହାରି କରିଛନ୍ତି।

Advertisment
Bonded Labour PM Modi CM Naveen Patnaik
Advertisment
Advertisment