Advertisment

ଗୁରୁ ଦିବସରେ ଚର୍ଚ୍ଚାରେ ଦୁଇ ନିଆରା ଶିକ୍ଷକ; କାହା ପାଇଁ ପାଉଣା ତୁଚ୍ଛ, ତ କାହା ଆଗରେ ହାରିଛି ବୟସ

ନିଃସ୍ୱାର୍ଥପର ଶିକ୍ଷାଦାନରେ ବ୍ରତୀ ହୋଇଛନ୍ତି । ପରିଣତ ବୟସରେ ଶିକ୍ଷାଦାନ କରୁଛନ୍ତି ।

author-image
Satyendu Shekher Mishra
undefined

Teachers Day

ବୟସ ଆସି ୮୭ରେ ପହଞ୍ଚିଲାଣି...ଏହି ବୟସରେ ବି ଘାରିଛି ଶିକ୍ଷାଦାନ ନିଶା.. ନିଆରା ଭାବନା ଆଉ ସକାରାତ୍ମକ ଚିନ୍ତାଧାରାର ଏକ ଆଦର୍ଶ ପୁରୁଷ ହେଉଛନ୍ତି ପଟ୍ଟାମୁଣ୍ଡାଇ ବ୍ଲକ କଖାରୁଣି ଗାଁର ବନବିହାରୀ ଦାସ । ୨୬ ବର୍ଷ ତଳେ ଯେଉଁ ସ୍କୁଲରୁ ଅବସର ନେଇଥିଲେ, ସେହି ସ୍କୁଲରେ ନିରବଚ୍ଛିନ୍ନ ଭାବେ ଶିକ୍ଷାଦାନ କରି ଆସୁଛନ୍ତି ଧୋତିକୁର୍ତ୍ତା ପିନ୍ଧା ପିଲାଙ୍କ ଅତି ପ୍ରିୟର ବନ ସାର୍।

Advertisment

ଜାଣି ଆଶ୍ଚର୍ଯ୍ୟ ହେବେ, ଶିକ୍ଷାଦାନ ବାବଦକୁ ଟଙ୍କାଟିଏ ବି ପାଉଣା ନିଅନ୍ତିନି ସେ। ନିଷ୍ଠା ଆଉ ଆନ୍ତରିକତା ରଖି ଯୁବ ସୁଲଭ ଢଙ୍ଗରେ କ୍ଲାସରୁମରେ ପାଠ ପଢ଼ାନ୍ତି, ମଧ୍ୟାହ୍ନ ଭୋଜନବେଳେ ପିଲାଙ୍କ ଖାଦ୍ୟ ପରଖନ୍ତି। କାରଣ ସ୍କୁଲକୁ ସେ ମନ୍ଦିର ଭାବନ୍ତି ଆଉ ପିଲାଙ୍କୁ ମହାପ୍ରଭୁ ଜଗନ୍ନାଥଙ୍କ ସହ ବିବେଚନା କରନ୍ତି। ପଣ କରିଛନ୍ତି, ଜୀଇଁଥିବା ଯାଏଁ କଖାରୁଣି ଗାଁ ସ୍କୁଲରେ ଶିକ୍ଷାଦାନ ଜାରି ରଖିବେ।

ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଆଲୋକ ଦେଖାଇବା ପାଇଁ ପଣ କରିଥିବା ଆଉ ଜଣେ ପଥ ପ୍ରଦର୍ଶକ ହେଉଛନ୍ତି ସୁବାସ ଚନ୍ଦ୍ର ପାତ୍ର। ଦିବ୍ୟାଙ୍ଗ ବୋଲି ଏହି ଟ୍ରାଇ ସାଇକେଲ ସାଜିଛି ସାହାରା। ନିଜ ଔରସରୁ ସନ୍ତାନସନ୍ତତି ନାହାଁନ୍ତି ବୋଲି ଆଜିକୁ ୪୦ ବର୍ଷ ହେଲା ଗାଁର ପିଲାଙ୍କୁ ନିଜର ଭାବି ନିମ୍ବଗଛ ମୂଳେ ଶିକ୍ଷାଦାନ କରିଆସୁଛନ୍ତି ୭୦ ବର୍ଷ ବୟସରେ। ଗଣିତ, ଇଂରାଜୀ, ସାହିତ୍ୟ, ଇତିହାସ। କୌଣସି ପ୍ରଶିକ୍ଷଣ ନେଇନଥିଲେ ବି ନିର୍ଭୁଲ ଭାବେ ପଢାଇ ଚାଲୁଛନ୍ତି ଭଦ୍ରକ ବାସୁଦେବପୁର ଶୁକଦେବପୁର ଗାଁର ସୁବାସ ସାର୍।

Advertisment

ଏଠିକାର ଦୃଶ୍ୟ ଦେଖିଲେ ତ ଗର୍ବ ଆଉ ଗୌରବରେ ଛାତି ଫୁଲିଉଠୁଛି। ଗଂଜାମ ଖଲ୍ଲିକୋଟ ବ୍ଲକ ମାଣିକପୁର ଗାଁର ୟୁପି ସ୍କୁଲ ସତେଯେମିତି ଦାୟିତ୍ବ ନେଇଛି ଦେଶମାତୃକାର ସେବା ଉଦ୍ଦେଶ୍ୟରେ ସେନା ତିଆରି ପାଇଁ। କାରଣ ଇତିମଧ୍ୟରେ ଏହି ସ୍କୁଲର ୨୧ ଜଣ ଛାତ୍ର ସେନା ଭାବେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ସେଥିପାଇଁ ତ ଗୁରୁଦିବସରେ ପୁରୁଣା ଛାତ୍ରଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସେହି ମଣିଷ ତିଆରି କରୁଥିବା ବିନ୍ଧାଣୀ ତଥା ଗୁରୁଙ୍କୁ ଦିଆଯାଇଛି ଶ୍ରଦ୍ଧା ଆଉ ସମ୍ମାନ।

Teachers' Day
Advertisment
Advertisment