• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ବ୍ୟାଟେରୀ ଶକ୍ତିର ବିକାଶ ପାଇଁ ୩ ହଜାର ୭୬୦ କୋଟି ଟଙ୍କାର ପାଣ୍ଠି ମଂଜୁର କରିଛନ୍ତି କେନ୍ଦ୍ର ସରକାର । ଗ୍ରୀନ ଏନର୍ଜି ସଂରକ୍ଷଣ ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ । ବ୍ୟାଟେରୀ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ସୃଷ୍ଟି ପାଇଁ ଏହି ବ୍ୟୟ ବରାଦ କରିଛି କେନ୍ଦ୍ର । ଏ ନେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କରିଛନ୍ତି । ବ୍ୟାଟେରୀ ଶକ୍ତି ସଂରକ୍ଷଣ ବ୍ୟବସ୍ଥାର ବିକାଶରେ ଦେଖା ଦେଉଥିବା ଅର୍ଥର ଅଭାବକୁ ଏହି ପାଣ୍ଠି ପୂର୍ଣ୍ଣ କରିବ।

ଏହି ଅର୍ଥ ସହାୟତାରେ BEES ଏକ ୪ ହଜାର ମେଗାୱାଟ୍ ଘଣ୍ଟା ବିଶିଷ୍ଟ ଶକ୍ତି ସମ୍ପନ୍ନ ପ୍ରକଳ୍ପ ପ୍ରତିଷ୍ଠା କରିବ । ୨୦୩୦-୩୧ ଆର୍ଥକ ବର୍ଷ ସୁଦ୍ଧା ଏହି ପ୍ରକଳ୍ପ କାମ ସରିବ । ପ୍ରକଳ୍ପ ଲାଗି ଖର୍ଚ୍ଚ ହେଉଥିବା ମୋଟ ପ୍ରକଳ୍ପର ୪୦ ପ୍ରତିଶତ ଅର୍ଥ କେନ୍ଦ୍ର ସରକାର ପ୍ରଦାନ କରିବେ । ୫ଟି ପର୍ଯ୍ୟାୟରେ ସରକାର ଏହି ସହାୟତା ଅର୍ଥ ପ୍ରଦାନ କରିବେ ।