Advertisment

ଗାଁପୁରୁଷ ଶୂନ୍ୟ । ପୋଲିସ୍ ଖୋଜୁଛି । ସଞ୍ଜ ନଇଁଲେ ତାଟି କବାଟ ପଡୁଛି

ଯାହାକୁ ନେଇ କାଶୀପୁର ଥାନା ଅଞ୍ଚଳର ସରମ୍ବାଇ, ଅଲିଗୁନା, ବଣ୍ଡେଲ, କଣ୍ଟାମାଳ, ବନ୍ତେଜି ଆଦି ୮ଟି ଗାଁରେ ଭୟର ବାତାବରଣ।

author-image
Satyendu Shekher Mishra

ଗାଁପୁରୁଷ ଶୂନ୍ୟ । ପୋଲିସ୍ ଖୋଜୁଛି । ସଞ୍ଜ ନଇଁଲେ ତାଟି କବାଟ ପଡୁଛି । ଦିନତମାମ ଅଧିକାଂଶ ପରିବାର ଘର ମୁଖିଆଙ୍କ ଫେରିବା ବାଟକୁ ଚାହିଁ ବସୁଛନ୍ତି ପରିବାର ଲୋକେ ।

Advertisment

ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ସିଜିମାଳି ପାହାଡ ଉପରେ ରହୁଥିବା ୫ଟି ଗାଁରେ ଗଲା କିଛି ଦିନ ହେଲା ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ସିଜିମାଳି ପାହାଡ଼ରୁ ବକ୍ସାଇଟ୍ ଖନନକୁ ବିରୋଧ ସହ ଭିଟାମାଟିରୁ ବେଦଖଲ ଓ ଜୀବନ ଜୀବୀକା ଉଜୁଡ଼ିବା ଆଶଙ୍କାରେ ବେଦାନ୍ତ କଂପାନୀ ବିରୋଧରେ ଆନ୍ଦୋଳନ କରି ରାତିଅଧିଆ ଗିରଫ ହେଲେଣି ୨୧ଜଣ ନିରୀହ ଆଦିବାସୀ । ଅନେକଙ୍କ ନାଁରେ ନରହତ୍ୟା ଓ ମାଓବାଦୀ ସଦସ୍ୟ ଭଳି ମିଛ ମାମଲା ରୁଜୁ କରି ପୋଲିସ ସଂଗୀନ ଦଫା ବି ଲଗାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ କାଶୀପୁର ଥାନା ଅଞ୍ଚଳର ସରମ୍ବାଇ, ଅଲିଗୁନା, ବଣ୍ଡେଲ, କଣ୍ଟାମାଳ, ବନ୍ତେଜି ଆଦି ୮ଟି ଗାଁରେ ଭୟର ବାତାବରଣ।

Advertisment
Advertisment