Advertisment

Army Briefing Op Sindoor: ଅପରେସନ ସିନ୍ଦୂରର ସମ୍ପୂର୍ଣ୍ଣ ସୂଚନା ଦେଲା ସେନା, 'ମୁକାବିଲା ପାଇଁ ଭାରତ ପ୍ରସ୍ତୁତ, ୪୦ ପାକ୍ ସେନା ମରିଛନ୍ତି'

ଅପରେସନ ସିନ୍ଦୂର ଶତ ପ୍ରତିଶତ ସଫଳ ହୋଇଛି । ଏଥିରେ ୧୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି । ଏଥିସହ ବାୟୁସେନା କିପରି ଭାବେ ପାକିସ୍ତାନ ସାମରିକ ଘାଟି ଧ୍ବଂସ କଲା ତାହାର ଭିଡିଓ ଦେଖାଇ ପ୍ରମାଣ ରଖିଲେ DGAO ।

author-image
Namita Biswal
ଅଦ୍ୟତନ ହୋଇଛି
Op Sindoor

Op Sindoor

‘ଅପରେସନ ସିନ୍ଦୂର’ ନେଇ ଭାରତୀୟ ସେନାର ବିସ୍ତୃତ ସୂଚନା । ଆତଙ୍କବାଦ ବିରୋଧରେ ଥିଲା ଅପରେସନ ସିନ୍ଦୂର ଏବଂ ଏହା ଶତ ପ୍ରତିଶତ ସଫଳ ହୋଇଛି । ଏଥିରେ ୧୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି । ଏହି ମୃତ ଆତଙ୍କୀ ମଧ୍ୟରେ କୁଖ୍ୟାତ ୟୁସୁଫ ଆଜହର, ଅବଦୁଲ ମଲିକ ରୌଫ୍, ମୁଦାସିର ଅହମ୍ମଦ ରହିଛନ୍ତି । ଏମାନେ କାନ୍ଦାହାର ବିମାନ ଅପହରଣ ଓ ପୁଲୱାମା ଆଟାକରେ ସଂପୃକ୍ତ ଥିଲେ । ପାକିସ୍ତାନ ପଟୁ ଆସିଥିବା ସବୁ ଡ୍ରୋନ ସଫଳତାର ସହ ଖସାଇ ଦେଇଛୁ । ଏଥିରେ ଭାରତର କିଛି କ୍ଷତି ହୋଇନି ବୋଲି ସୂଚନା ଦେଲେ DGAO । 

Advertisment

ଆଜି ସନ୍ଧ୍ୟାରେ ଭାରତର ତିନି ସେନାର DGMO, DGAO, DGNO ପକ୍ଷରୁ ଏକ ମିଳିତ ପ୍ରେସ୍ ବ୍ରିଫିଂ କରାଯାଇ 'ଅପରେସନ ସିନ୍ଦୂର' ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଛି । ପହଲଗାମ ନରସଂହାରକୁ ନେଇ ଅପରେସନ ସିନ୍ଦୂର ଆରମ୍ଭ ହୋଇଥିଲା । ସେଥିପାଇଁ କେବଳ ଆତଙ୍କୀ ଠିକଣାକୁ ଟାର୍ଗେଟ କଲୁ । କେବଳ ଟାର୍ଗେଟ ହିଟ୍ ଆମ ଲକ୍ଷ୍ୟ ଥିଲା । ଆତଙ୍କବାଦୀଙ୍କ ୯ଟି କ୍ୟାମ୍ପକୁ ଧ୍ବଂସ କରିଛୁ । ଏଥିରେ ୧୦୦ରୁ ଊର୍ଦ୍ଧ୍ୱ ଆତଙ୍କୀ ନିହତ ହୋଇଛନ୍ତି । ହେଡଲି ଓ କସାବକୁ ସୃଷ୍ଟି କରିଥିବା LeT କ୍ୟାମ୍ପ ଧ୍ବଂସ କରିଛୁ । ଫଟୋ ଦେଖାଇ କିପରି ଧ୍ବଂସ ହୋଇଛି ପ୍ରମାଣ ଦେଇଛନ୍ତି DGAO ଏକେ ଭାରତୀ । 

ଅଧିକ ପଢ଼ନ୍ତୁ: IAFର ବଡ଼ ସୂଚନା, ଏବେ ବି ଜାରି ରହିଛି ‘ଅପରେସନ ସିନ୍ଦୂର’

ଏୟାର ମାର୍ଶଲ (DGAO) ଏକେ ଭାରତୀ କହିଛନ୍ତି ଯେ, ଆମ ପାଖରେ ପାକିସ୍ତାନର ସବୁ ଏୟାରବେସକୁ ଧ୍ବଂସର କ୍ଷମତା ରଖିଛୁ । ଏଥିସହ  ବାୟୁସେନା କିପରି ଭାବେ ପାକିସ୍ତାନ ସାମରିକ ଘାଟି ଧ୍ବଂସ କଲା ସେ ସ୍ପଷ୍ଟ କରିଛନ୍ତି । ଭିଡିଓ ଦେଖାଇ ବି ଏହାର ପ୍ରମାଣ ରଖିଛନ୍ତି । ଚକଲାଲା, ରାଫିକ୍, ରହିମ ୟାର୍ ଖାନ୍ ଏୟାରବେସ୍ ଧ୍ବଂସ ହୋଇଛି । ଏହାପରେ ସର୍ଗୋଦା, ଭୁଲାରି, ଜାକୋବାବାଦ ବେସ୍ ନଷ୍ଟ କରିଛୁ । ଏଥିସହ ଆମ ବାୟୁସେନାର ସବୁ ପାଇଲଟ ସୁରକ୍ଷିତ ଫେରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ।

Advertisment

ପାକିସ୍ତାନ ପଟୁ ବହୁ ଡ୍ରୋନ୍ ଆକ୍ରମଣ ହୋଇଛି, ସବୁ ପଣ୍ଡ କରିଛୁ ବୋଲି କହିଛନ୍ତି ଏୟାର ମାର୍ଶଲ ।  ପାକିସ୍ତାନ ଦ୍ବାରା କରାଯାଇଥିବା ଗୁଳିଗୋଳାରେ ଭାରତର କୌଣସି କ୍ଷତି ହୋଇନି । କାରଣ ଭାରତର ବାୟୁସେନା ପୁରାପୁରି ସକ୍ରିୟ ଓ ସଜାଗ ଥିଲା । ଆମେ ସବୁ ସମ୍ଭାବ୍ୟ ବିପଦକୁ ଠିକ୍ ସମୟରେ ନିଷ୍କ୍ରିୟ କରିଦେଇଥିଲୁ ।  ମେ ୮ ଓ ୯ ରାତିରେ ପାକିସ୍ତାନ ପଟୁ ଭାରତର ବିଭିନ୍ନ ସମୟରେ ଡ୍ରୋନ ଛଡା ଯାଇଥିଲା । 

ଏଥିସହ ମେ ୭ରୁ ୧୦ ମଧ୍ୟରେ ଅପରେସନରେ ୩୫ରୁ ୪୦ ପାକ୍ ସେନା ନିହତ ହୋଇଥିବାର ସୂଚନା ଦେଇଛନ୍ତି DGMO ରାଜୀବ ଘାଇ । ସ୍ଥଳସେନା DGMO ଅସ୍ତ୍ରବିରତି ପ୍ରସଙ୍ଗରେ କହିଛନ୍ତି ଯେ, ପ୍ରଥମେ ପାକିସ୍ତାନୀ DGMO ତାଙ୍କୁ ଅସ୍ତ୍ରବିରତି ପାଇଁ ଫୋନ୍ କରିଥିଲେ । ୧୦ ତାରିଖ ୩ଟା ୩୫ ମିନିଟ୍‌ ସମୟରେ ଫୋନ୍ କରି ଅସ୍ତ୍ରବିରତି ପାଇଁ ତାଙ୍କ ପକ୍ଷରୁ ପ୍ରସ୍ତାବ ଦେଇଥିଲେ । ଏନେଇ ଆଲୋଚନା ପରେ ସହମତି ହୋଇଥିଲା ୧୨ ତାରିଖ ୧୨ଟାରେ ପୁଣି ଆଲୋଚନା ପାଇଁ ସ୍ଥିର ହୋଇଛି । ତେବେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ୩ ସେନା ପ୍ରସ୍ତୁତ । ଦେଶର ସାର୍ବଭୌମତ୍ବ ଓ ଅଖଣ୍ଡତା ବଜାୟ ପାଇଁ ସବୁ କ୍ଷମତା ରହିଛି ବୋଲି କହିଛନ୍ତି DGMO । 

ଅଧିକ ପଢ଼ନ୍ତୁ: ପାକିସ୍ତାନକୁ ମୋଦିଙ୍କ ବଡ଼ ଚେତାବନୀ- ସେପଟୁ ଗୁଳି ଫୁଟିଲେ, ଏପଟେ ଗୋଳା ବର୍ଷିବ

Indian Army IAF Chief India Pakistan War
Advertisment
Advertisment