• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କାମ ନସରୁଣୁ ଫାଟିଲାଣି କଂକ୍ରିଟ୍ ଢଳେଇ

  • ଅବଧିର ଢେର୍ ଦିନ ବିତିଥିଲେ ବି ସରିପାରୁନି ରାସ୍ତାକାମ

ନୟାଗଡ଼( ଆର୍ତ୍ତତ୍ରାଣ ପ୍ରଧାନ) : ଜାତୀୟ ରାଜପଥ ସଂପ୍ରସାରଣ କାମରେ ବ୍ୟାପକ ଦୁର୍ନୀତି ଅଭିଯୋଗ । କାମ ନସରୁଣୁ କଂକ୍ରିଟ ଢଳେଇ ଭାଙ୍ଗି ଯାଇଥିବା ବେଳେ ରାସ୍ତା କାମ ନିମ୍ନମାନର କରାଯାଉଥିବା ଅଭିଯୋଗ କରିଛନ୍ତି ଲୋକେ । ଖୋର୍ଦ୍ଧା- ନୟାଗଡ଼ ରାଜପଥ ସଂପ୍ରସାରଣ କରୁଥିବା ଠିକା ସଂସ୍ଥା ବିରୋଧରେ ଜନ ଅସନ୍ତୋଷ ତେଜିବାରେ ଲାଗିଛି । ସେପଟେ ବିଭାଗୀୟ ଯନ୍ତ୍ରୀ ଅଭିଯୋଗକୁ ସ୍ୱୀକାର କରିଛନ୍ତି । ଏବଂ ସେ କହିଛନ୍ତି କମ୍ପାନୀ ନାଁରେ ଏନସିଆର୍ ବୁକ୍ କରାଯିବ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅବଧିର ଢେର୍ ଦିନ ବିତିଥିଲେବି ସରିପାରୁନି ରାସ୍ତାକାମ । ଖୋର୍ଦ୍ଧା-ନୟାଗଡ଼ ରାଜପଥ ସମ୍ପ୍ରସାରଣ କାମରେ ଯାବତୀୟ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଟେଣ୍ଡର ନେଇଥିବା ଠିକାସଂସ୍ଥା ବିରୋଧରେ ଅସନ୍ତୋଷ ଜାହିର୍ କରିଛନ୍ତି ଲୋକେ । ରଣପୁର ବ୍ଲକ ରାଜସୁନାଖଳା ବଜାର ଅଂଚଳରେ ଡ୍ରେନ୍ କାମ ସଠିକ୍ ଭାବେ ହୋଇନଥିବାବେଳେ ମାସେ ଭିତରେ କିଛି ଭାଙ୍ଗିଯାଇଥିବା ଲୋକେ କହିଛନ୍ତି । ସେହିଭଳି ପ୍ରାଇମର୍ ବଦଳରେ କଳା ରଙ୍ଗ ପକାଇ ରାସ୍ତାକାମ ହୋଇଥିବା ବେଳେ ଢଳେଇ ପାଇଁ ଯେତିକି ରଡ୍ ବ୍ୟବହାର କରିବା କଥା, ତାଠୁ କମ୍ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ପୁଣି ପିଚୁ ପଡିବା ପୂର୍ବରୁ ମେଟାଲ୍ ପକାଇବାକୁ ଏଷ୍ଟିମେଟ୍ ଥିବାବେଳେ କଂପାନୀ ପୁରୁଣା ରାସ୍ତାରେ ପିଚୁ ପକାଉଥିବାରୁ ଏହାକୁ ବିରୋଧ କରିଥିଲେ ସ୍ଥାନିୟ ବାସିନ୍ଦା ।

ରାସ୍ତାକାମ ବିଳମ୍ବକୁ ନେଇ ପୂର୍ବରୁ ଜାତୀୟ ରାଜପଥକୁ ସ୍ଥାନୀୟଲୋକେ ଅବରୋଧ କରିବା ସହ ବିରୋଧ ପ୍ରଦର୍ଶନ କରିଥିଲେ । ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଠିକାସଂସ୍ଥା ଏଭଳି ମନମାନି କରୁଥିବା ଅଭିଯୋଗ ହୋଇଛି । ଏନେଇ ଠିକା ସଂସ୍ଥା ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି । ସେପଟେ କାର୍ଯ୍ୟରେ ଅନିୟମିତତାକୁ ବିଭାଗୀୟ ଯନ୍ତ୍ରୀ ସ୍ୱୀକାର କରିବା କମ୍ପାନୀ ନାଁରେ ଏନସିଆର୍ ବୁକ୍ କରାଯିବ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।