• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ସାମ୍ନାକୁ ଆସିଲା କଙ୍ଗାରୁ କୋର୍ଟ ମାମଲା

  • ନାବାଳିକାଙ୍କୁ ମାଡ଼ି ଅଭିଯୋଗ

ନୟାଗଡ଼: ଗାଁ ଦାଣ୍ଡରେ ମାଡ଼ ଖାଇ ନାବାଳିକା ଥାନାକୁ ଯିବାରୁ ଗାଁ ରେ ବସିଲା କଙ୍ଗାରୁ କୋର୍ଟ l ନିଆଁ ପାଣି ବାସନ୍ଦ ସହ ଘର ସାମ୍ନାରେ କଣ୍ଟା ପକାଇ କଲେ ଗୃହ ବନ୍ଦୀ l ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ ଥାନା ଗୋପାଳ ପ୍ରସାଦ ଗାଁରେ l ଏହି ଗାଁର ଜଣେ ପ୍ରଭାବଶାଳୀ ବିବାହିତ ବ୍ୟକ୍ତି ଠୁକୁ ବିଶ୍ୱାଳ ପରକ୍ରିୟା ପ୍ରୀତି କରି ଗାଁ ର ଜଣେ ବିବାହିତା ମହିଳାଙ୍କୁ ଧରି ଚମ୍ପଟ ମାରି ଥିଲେ l ତେବେ ବିବାହିତା ମହିଳାଙ୍କୁ ଖୋଜି ପରିବାର ଲୋକେ ନୟାନ୍ତ ହୋଇ ଥିବା ବେଳେ ତାଙ୍କର ପତା ପାଇ ନଥିଲେ।

ମାତ୍ର ଘଟଣା ସମ୍ପର୍କରେ ଜାଣି ଥିବା ଗାଁର ଜଣେ ନାବାଳିକା ଏହି ବିଷୟରେ କହି ଦେବାରୁ ଉକ୍ତ ପ୍ରଭାବଶାଳୀ ବ୍ୟକ୍ତି ଠୁକୁ ବିଶ୍ୱାଳଙ୍କୁ ଗାଁ ଦାଣ୍ଡ କୁ ଭିଡି ଆଣି ନାବାଳିକା ଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଥିଲେ l ଏହି ସବୁ ଘଟଣା ଘଟିବା ପରେ ନାବାଳିକାର ପରିବାର ଲୋକେ ଫତେଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ମାତ୍ର ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ନାବାଳିକାର ପରିବାର ଲୋକେ ନୟାଗଡ଼ sp ଙ୍କୁ ଘଟଣା ବିଷୟରେ ଜଣାଇବାରୁ ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଗାଁରେ ପହଂଚି ତଦନ୍ତ କରିଥିଲା l ମାତ୍ର ଗାଁ ର ଘଟଣା ଥାନାକୁ ଯିବାରୁ ଗ୍ରାମବାସୀମାନେ ରାଗିଯାଇ ଗାଁରେ ସଭା କରି ନାବାଳିକା ପରିବାରକୁ ଡକାଇ ନିଆଁ ପାଣି ବାସନ୍ଦ ଦଣ୍ଡ ସହ ତାଙ୍କ ଘର ସାମ୍ନାରେ କଣ୍ଟା ପକାଇ ଗୃହବନ୍ଦୀ କରି ରଖିଛନ୍ତି l

ସୂଚନା ଅନୁସାରେ, ଗତକାଲି ମଧ୍ୟ ସମାନ ଘଟଣା ଘଟିଥିଲା। କୌଣସି ଉପାନ୍ତ ଅଞ୍ଚଳ ନୁହେଁ କି ଅନୁନ୍ନତ ଗାଁ ନୁହେଁ । ଖୋଦ୍‌ ରାଜଧାନୀ ଛାତି ଉପରେ କଙ୍ଗାରୁ କୋର୍ଟରେ ହୋଇଥିଲା ଫୈସଲା । ଏଭଳି ଏକ ଖବର ସାମ୍ନାକୁ ଆସିଥିଲା ଭୁବନେଶ୍ୱରସ୍ଥିତ ସାଲିହା ସାହି ବସ୍ତିରୁ । ପିଲାଙ୍କ କଳିର ସମାଧାନ ପାଇଁ ବସିଥିଲା କଙ୍ଗାରୁ କୋର୍ଟ । ଆଉ ଏଥିରେ ଘଟଣାର ସମାଧାନ ବାହାରିଥିଲା ଯେ, ମା’ ପୁଅ ରାସ୍ତାରେ ସମସ୍ତଙ୍କ ଆଗରେ ଆଣ୍ଠୁଆ ବସିବେ । ଖାଲି ନିଷ୍ପତି ହୋଇଥିଲା ତା ନୁହେଁ । ଏହା ବାସ୍ତବରେ ମଧ୍ୟ ଘଟିଥିଲା । ପ୍ରଥମେ ଛୋଟ ପିଲାଙ୍କ ମଧ୍ୟ ଖେଳା ଖେଳିରୁ କଳି ହୋଇଥିଲା । ତା’ପରେ କଳି ବଢ଼ିଥିଲା । ପିଲାଙ୍କ କଳି ବଢ଼ିବାରୁ ଦୁଇ ପରିବାର ଲୋକଙ୍କ ମଧ୍ୟରେ ବଚସା ହୋଇଥିଲା । ଏହା ପରେ ଉଭୟ ପରିବାର ମଧ୍ୟରେ ଗାଳିଗୁଲଜ ମଧ୍ୟ ହୋଇଥିଲା । ତେବେ ବସ୍ତିରେ ଏହି ଘଟଣା ଧିରେ ଧିରେ ତୀବ୍ର ହେବାରୁ ଗୋଟିଏ ମହିଳା ଗୋଷ୍ଠି ଏହାକୁ ସମାଧାନ କରିବାକୁ ଆଗକୁ ବାହାରି ଆସିଥିଲେ। ତେବେ ପୁଣି ଥରେ ସମାନ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ରେ।