Advertisment

ପରୀ ଅପହରଣ ଘଟଣାକୁ ପୂରିଲା ବର୍ଷେ: କେବେ ଦଣ୍ଡ ପାଇବ ପ୍ରକୃତ ଦୋଷୀ?

ମାତ୍ର ପୋଲିସ ଏକ ମିସିଙ୍ଗ କେସ କରି ଚୁପ ବସି ଯାଇଥିଲା। ତେବେ ନୟାଗଡ଼ ଏସପି ଏବଂ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ଜଣାଇଥିଲେ ଅଶୋକ । ହେଲେ ଅପହରଣର ୭ ଦିନ ପରେ ଗାଁ କୁ ପୋଲିସର ଡଗ ସ୍କ୍ୱାର୍ଡ ଆସିଥିଲା ସତ କିନ୍ତୁ କୌଣସି ସନ୍ଧାନ ପାଇ ନଥିଲା । ତେବେ ଡଗ ସ୍କ୍ୱାର୍ଡ ଯିବାର ପର ଦିନ ପରୀର ଗଳିତ , ଖଣ୍ଡବିଖଣ୍ଡିତ ମୃତ ଦେହ ଏକ ବସ୍ତାରେ ବନ୍ଧା ହୋଇଥିବା ଅବସ୍ଥାରେ ଅଶୋକଙ୍କ ବାଡ଼ି ସଂଲଗ୍ନ ପୋଖରୀ କୂଳରୁ ମିଳିଥିଲା।

author-image
Sarbeswar
ଅଦ୍ୟତନ ହୋଇଛି
ପରୀ ଅପହରଣ ଘଟଣାକୁ ପୂରିଲା ବର୍ଷେ: କେବେ ଦଣ୍ଡ ପାଇବ ପ୍ରକୃତ ଦୋଷୀ?

pari

ନୟାଗଡ଼(ଆର୍ତ୍ତତ୍ରାଣ): ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ଅପହରଣ ହତ୍ୟା ଘଟଣାକୁ ଆଜି ବର୍ଷେ ପୁରିଛି। ଗତ ବର୍ଷ ଜୁଲାଇ ୧୪ ତାରିଖ ଆଜିର ଦିନରେ ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଅପହରଣ ହୋଇଥିଲା ଏବଂ ଅପହରଣର ୭ ଦିନ ପରେ ପରୀର ମୃତଦେହ ମିଳିଥିଲା। ଗତ ୨୦୨୦ ମସିହା ଜୁଲାଇ ମାସ ୧୪ ତାରିଖରେ ନୟାଗଡ଼ ସଦର ଥାନା ଯଦୁପୁର ଗାଁ ଦାଣ୍ଡରେ ଖେଳୁଥିଲା ନିରୀହ ନିଷ୍ପାପ ୫ ବର୍ଷୀୟା ଶିଶୁ କନ୍ୟା ପରୀ। MA ଡିଗ୍ରିଧାରୀ ଅଟୋ ଚାଳକ ଅଶୋକ ସାହୁ ଏବଂ ପତ୍ନୀ ସୌଦାମିନୀଙ୍କ ଏକମାତ୍ର ସନ୍ତାନ ଥିଲା ପରୀ। ହେଲେ ଗାଁ ଦାଣ୍ଡରୁ ଆଉ ଘରକୁ ଫେରି ନଥିଲା ପରୀ। ବହୁ ଖୋଜାଖୋଜି ପରେ ନିରୁପାୟ ହୋଇ ନୟାଗଡ଼ ସଦର ଥାନାରେ ଏନେଇ ଲିଖିତ ଏତଲା ଦେଇଥିଲେ ଅଶୋକ ସାହୁ ।

Advertisment

ମାତ୍ର ପୋଲିସ ଏକ ମିସିଙ୍ଗ କେସ କରି ଚୁପ ବସି ଯାଇଥିଲା। ତେବେ ନୟାଗଡ଼ ଏସପି ଏବଂ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ଜଣାଇଥିଲେ ଅଶୋକ । ହେଲେ ଅପହରଣର ୭ ଦିନ ପରେ ଗାଁ କୁ ପୋଲିସର ଡଗ ସ୍କ୍ୱାର୍ଡ ଆସିଥିଲା ସତ କିନ୍ତୁ କୌଣସି ସନ୍ଧାନ ପାଇ ନଥିଲା । ତେବେ ଡଗ ସ୍କ୍ୱାର୍ଡ ଯିବାର ପର ଦିନ ପରୀର ଗଳିତ , ଖଣ୍ଡବିଖଣ୍ଡିତ ମୃତ ଦେହ ଏକ ବସ୍ତାରେ ବନ୍ଧା ହୋଇଥିବା ଅବସ୍ଥାରେ ଅଶୋକଙ୍କ ବାଡ଼ି ସଂଲଗ୍ନ ପୋଖରୀ କୂଳରୁ ମିଳିଥିଲା।

Advertisment

ମାତ୍ର କିଏ ପରୀକୁ ହତ୍ୟା କଲା ସେ ନେଇ ସ୍ପଷ୍ଟ ହୋଇ ପାରିଲା ନାହିଁ । ତେବେ ମନ୍ତ୍ରୀ ଅରୁଣ ସାହୁଙ୍କ ଅନୁଗାମୀ ଯଦୁପୁର ଗାଁର ବିଜେଡି ନେତା ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟା ବାବୁଲି ନାୟକ ଏବଂ ତାଙ୍କର ପୁତୁରା ମାନଙ୍କ ନାଁରେ ଅଭିଯୋଗ ଆଣିଲେ ଅଶୋକ।

ତେବେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଅକ୍ଟୋବର ୨୧ ତାରିଖରେ ବିଧାନସଭା ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିଥିଲେ ଅଶୋକ ଏବଂ ସୌଦାମିନୀ । ଯାହାଫଳରେ ଏହା ଏକ ରାଜନୈତିକ ପ୍ରସଙ୍ଗ ପାଲଟି ଯାଇଥିଲା । ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ଅଡିଓ ଭାଇରଲ ହେବା ପରେ ଏବଂ ଅଙ୍ଗତସକରି ପାଇଁ ପରୀ କୁ ହତ୍ୟା ହୋଇଥିବା ଅଭିଯୋଗ ହେବା ପରେ ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରି ଥିଲେ। କେବଳ ଏତିକି ନୁହେଁ ବରଂ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ହୋଇଥିଲା। । ଫଳରେ ବିଧାନସଭାକୁ ତରବରିଆ ଭାବେ ବନ୍ଦ କରାଯାଇଥିଲା ଏବଂ SIT ତଦନ୍ତ ନିର୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ତେବେ IPS ଅରୁଣ ବୋଥ୍ରାଙ୍କ ଅଧ୍ୟକ୍ଷତାରେ କ୍ରାଇମ ବ୍ରାଞ୍ଚର ଏକ ଟିମ ତଦନ୍ତ ଆରମ୍ଭ କରିଥିଲା । ଅଶୋକଙ୍କ ପଡୋଶୀ ନାବାଳକ ସରୋଜ ସେଠିଙ୍କୁ ଅଭିଯୁକ୍ତ ହେବା ପାଇଁ ଅରୁଣ ବୋଥ୍ରା ୫ ଲକ୍ଷ ଟଙ୍କା ଯାଚୁଥିବା ଅଭିଯୋଗ କରିଥିଲା ସରୋଜ ।

ତେବେ ଏହି ପ୍ରସଙ୍ଗରେ ବିଜେପି ଏବଂ କଂଗ୍ରେସର ସମସ୍ତ ବିଧାୟକଙ୍କ ସହ ମୁଖପାତ୍ରଙ୍କ ଠାରୁ ଆରମ୍ଭ କରି ପ୍ରଭାରୀ ପର୍ଯ୍ୟନ୍ତ ଯଦୁପୁର ଗାଁକୁ ଆସିଥିଲେ। ବିଜେପି ଦୀର୍ଘ ୧ ମାସ ଧରି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଥିଲା । କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ସଦର ଥାନା IIC ରୀନା ରାଣୀ ସାହୁଙ୍କ ନିଲମ୍ବନ ଏବଂ ନୟାଗଡ଼ SDPO ଙ୍କ ବଦଳି ବି ହୋଇଥିଲା । ପରେ ନୟାଗଡ଼ ଏସପି ପ୍ରତ୍ୟୁଷ ଦିବାକରଙ୍କୁ ବଦଳି କରାଯାଇଥିଲା ।ତେବେ ଶେଷରେ ସରୋଜ ସେଠିକୁ ଉଠାଇ ନେଇଥିଲା SIT । ଏବଂ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ସରୋଜ ନାବାଳକ ହୋଇଥିଲେ ମଧ୍ୟ ସାବାଳକ କରି କୋର୍ଟରେ ହାଜର କରାଇଥିଲା SIT। । ତେବେ ପରେ ସରୋଜଙ୍କ ଓକିଲଙ୍କ ଆବେଦନ ପରେ ନୟାଗଡ଼ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର ହେଲା ସରୋଜ । ବର୍ତମାନ ସରୋଜ ବାଳସୁଧାର ଗୃହରେ ଥିବା ବେଳେ ଘଟଣାର CBI ତଦନ୍ତ ପାଇଁ ସୁପ୍ରିମ କୋର୍ଟରେ ନିବେଦନ କରିଛନ୍ତି ଅଶୋକ । ମାତ୍ର ଭୟରେ ଦୀର୍ଘ ବର୍ଷେ ହେବ ଗାଁକୁ ଫେରି ପାରି ନାହାନ୍ତି ଅଶୋକ । ଶ୍ୱଶୁର ଘର ଯୋଗିଆ ପଲ୍ଲୀରେ ଆଜି ବି ରହୁଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ସୁରକ୍ଷା ପାଇଁ ଯୋଗାଇ ଦିଆ ଯାଇଥିବା ସୁରକ୍ଷାକୁ ହଟାଇ ଦିଆଯାଇଛି । ତେବେ ପୂର୍ବଭଳି ଆଉ ଅଶୋକ ଅଟୋ ଚଳାଇବାକୁ ସାହସ କରି ପାରୁ ନାହାନ୍ତି କି ନିଜ ଗାଁ କୁ ମଧ୍ୟ ଫେରି ପାରୁ ନାହାନ୍ତି । ନିଜର ଏକମାତ୍ର ସନ୍ତାନକୁ ହରାଇବା ପରେ ତାର ହତ୍ୟାକାରୀଙ୍କ ବିରୋଧରେ ସ୍ୱର ଉଠାଇ ଏହି ଦମ୍ପତି ନିଜର ଜନ୍ମମାଟି ସହ ସର୍ବସ୍ୱ ହରାଇଛନ୍ତି । ନ୍ୟାୟ ବଦଳରେ ନିଜର ଜୀବନ ଜୀବିକାକୁ ଜଳାଞ୍ଜଳି ଦେଇଛନ୍ତି । ଆଉ ଏବେ ଅସହାୟ ଭାବେ ବଞ୍ଚିଛନ୍ତି ଅଶୋକ ଏବଂ ସୌଦାମିନୀ। ଦେଖାଯାଉ ଆଉ କେତେ ଦିନ ପରେ ପୂରା ଘଟଣା ସାମ୍ନାକୁ ଆସୁଛି।

Nayagarh Pari Murder Case
Advertisment
Advertisment