ଯେତେଶୀଘ୍ର ପାରୁଛ, ତମେ ସୁରକ୍ଷିତ ସ୍ଥାନକୁ ଚାଲିଯାଅ ମାଆ। ଏଠି କେତେବେଳେ ବି କିଛି ହୋଇପାରେ। ମୋ କଥା ଆଦୌ ଚିନ୍ତା କରିବ ନାହିଁ। ଜୀବନ ଥିଲେ ପୁଣି ଦେଖାହେବ।… ନିଜ ବାପା ମାଆଙ୍କ ଉଦ୍ଦେଶ୍ୟରେ ୟୁକ୍ରେନୀୟ ସୈନିକ ପଠେଇଥିବା ଭିଡିଓ ବାର୍ତ୍ତା ଆଖିରୁ ଲୁହ ଦୁଇଟୋପା ଖସେଇ ଦେବାକୁ ଯଥେଷ୍ଟ।
ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପରେ ୟୁକ୍ରେନ୍ର କିଭ୍ ବିମାନବନ୍ଦରକୁ ସର୍ବସାଧାରଣଙ୍କ ପାଇଁ ବନ୍ଦ କରି ଦିଆଯାଇଛି। ସେଠାରେ ଫସି ରହିଥିବା ୨୦ ହଜାର ଭାରତୀୟ ମାନଙ୍କୁ ଆଣିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି।
ୟୁକ୍ରେନ ପକ୍ଷରୁ ମଧ୍ୟ ରୁଷିଆ ଉପରେ ପ୍ରତିଆକ୍ରମଣ ହେଉଥିବା ଦାବି ହୋଇଛି। ଖାର୍କିଭ୍ ନିକଟରେ ଋଷିଆର ୫ଟି ଟ୍ୟାଙ୍କ ସହ ୫୦ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ୟୁକ୍ରେନକୁ ତିନିପଟୁ ଘେରିଯାଇ ଋଷିଆ ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ଆକ୍ରମଣ କରୁଛି। ଋଷିଆର ଆକ୍ରମଣରେ ୧୩୭ ଜଣ ୟୁକ୍ରେନ ସୈନିକ ଓ ନାଗରିକଙ୍କ ମୃତ୍ୟୁ ଘଟିଛି।
ଋଷିଆ ବିପକ୍ଷରେ କଟକଣାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି। ବିଶ୍ୱକୁ ସମ୍ବୋଧନ କରି ଆମେରିକା ରାଷ୍ଟ୍ରପତି ଋଷିଆକୁ ଚେତାବନୀ ଦେଇଛନ୍ତି।
୨୦୨୨ ମସିହା, ଫେବୃୟାରୀ ମାସ ୨୫ ତାରିଖ, ଶୁକ୍ରବାର, କୁମ୍ଭ୧୩ଦିନ, ଫାଲଗୁନମାସ, କୃଷ୍ଣପକ୍ଷ, ନବମୀତିଥି, ଜ୍ୟେଷ୍ଠା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ…
ଭାରତ ଛୋଟ ଛୋଟ ସହରେ ଆମେ ପ୍ରାୟ ଗୋଟିଏ ବୋତଲ ପାଣିର ମୂଲ୍ୟ ୩୦ ଟଙ୍କା ପର୍ଯ୍ୟନ୍ତ ଦେଇଥାଉ। କିନ୍ତୁ ଏଠି ଏମିତି ବି ଜାଗା ଅଛି ଯେଉଁଠି ଗୋଟିଏ ବୋତଲ ପାଣିକୁ ୧୨ ହଜାର ଟଙ୍କାରେ ବିକ୍ରି ହେଉଛି। ତେବେ ଏହି ପାଣିର ରହସ୍ୟ କ’ଣ ଓ ଏହା କେଉଁଠି ମିଳେ ଆସନ୍ତୁ ଜାଣିବା।
ବିଦେଶ ନୀତି ଓ ପଡୋଶୀ ରାଷ୍ଟ୍ରମାନଙ୍କ ସହ ସୁସମ୍ପର୍କ ପ୍ରତିଷ୍ଠା କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ କିଛି ନାହିଁ। ତେବେ ମୋଦି ନିଜେ ଜଣେ ଅନନ୍ୟ ଜନନାୟକ ବୋଲି ପ୍ରମାଣିତ କରିବା ସହ ନିଜର ବ୍ରାଣ୍ଡ୍ ଭାଲ୍ୟୁରେ ବୄଦ୍ଧି ଘଟାଇବା ହିଁ ତାଙ୍କର ଅଗ୍ରାଧିକାର ଓ ପ୍ରାଥମିକତା ବୋଲି ଭାବିବାକୁ ହେବ। ଏଥିପାଇଁ ଭାବପ୍ରବଣତା ଓ ରାଷ୍ଟ୍ରପ୍ରେମର ଅତିରଞ୍ଜନ ହିଁ ତାଙ୍କର ବ୍ରହ୍ମାସ୍ତ୍ର।
ରିଲିଜ୍ ହୋଇଛି ଅମିତାଭଙ୍କ ବହୁ ପ୍ରତିକ୍ଷିତ ସିନେମା ‘ଝୁଣ୍ଡ’ର ଟ୍ରେଲର। ଏଥିରେ କ୍ରୀଡା ଶିକ୍ଷକ ଭାବେ ନଜର ଆସିଛନ୍ତି ବିଗ୍ ବି। ପ୍ରତିଥର କିଛି ନୂଆ ଚରିତ୍ରରେ ଅମିତାଭଙ୍କୁ ଦେଖିବାକୁ ମିଳେ ଆଉ ଏଥର ବି ସେପରି କିଛି ସ୍ୱାଦ ଦର୍ଶକ ଏଥିରେ ପାଇବେ।
ଋଷ୍ ୟୁକ୍ରେନ୍ ଉପରେ ସାଇବର ଆକ୍ରମଣ ନେଇ ହ୍ୟାକିଂ ଟୁଲ୍ ବିକଶିତ କରିଛି। ୱାଇପର୍ ମାଲ୍ୱେୟାର୍ ଚିନ୍ତାର ବିଷୟ ହୋଇଛି ଯାହା ଦ୍ୱାରା ଋଷ୍ ଆକ୍ରମଣ କରୁଛି। ତେବେ କ’ଣ ଏହି ୱାଇପର୍ ମାଲ୍ୱେୟାର୍, କିପରି କରୁଛି ଆକ୍ରମଣ, ଏଥିରୁ କିପରି ମିଳିବ ରକ୍ଷା ଆସନ୍ତୁ ଜାଣିବା।
ଟୁର୍ଣ୍ଣାମେଣ୍ଟରେ ଏଥର ରେକର୍ଡ ୭୦ଟି ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଲିଗ୍ ମ୍ୟାଚ୍ ଗୁଡ଼ିକ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ, ବ୍ରାବୋର୍ଣ୍ଣ ଷ୍ଟାଡିୟମ ଓ ଡିୱାଇ ପାଟିଲ୍ ଷ୍ଟାଡିୟମ ଓ ପୁଣେର ଏମସିଏ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ।
ନୂଆଦିଲ୍ଲୀ ସ୍ଥିତ ୟୁକ୍ରେନ୍ ଦୂତାବାସ ପକ୍ଷରୁ ସାହାଯ୍ୟ ପାଇଁ ସହାୟତା ଲୋଡ଼ିଲା ୟୁକ୍ରେନ୍ । ସାଂପ୍ରତିକ ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ୟୁକ୍ରେନ୍ ପକ୍ଷରୁ କୁହାଯାଇଛି। ଏଥିପାଇଁ ରୁଷ୍ ରାଷ୍ଟ୍ରପତି ପୁଟିନ୍ଙ୍କ ସହ କଥା ହେଲେ ମୋଦି ।
ୟୁକ୍ରେନ୍ ଏବଂ ରୁଷ ମଧ୍ୟରେ ଭୟାବହ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ଆଜି ରାତିରେ ଏହି ପ୍ରସଙ୍ଗରେ ରୁଷ ରାଷ୍ଟ୍ରପତି ଭ୍ଲାଡମିରି ପୁଟିନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି।
ୟୁକ୍ରେନ୍-ଋଷିଆ ଯୁଦ୍ଧ ମଧ୍ୟରେ ଭାରତୀୟଙ୍କ ସୁରକ୍ଷା ଚିନ୍ତା ଖାସ୍ କରି ୟୁକ୍ରେନ୍ରେ ରହୁଥିବା ଭାରତୀୟଙ୍କ ଲାଗି ଆଡଭାଇଜରୀ ଜାରି କରିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ୟୁକ୍ରେନ ସ୍ଥିତିକୁ ଅନିଶ୍ଚିତତାପୂର୍ଣ୍ଣ କହିବା ସହ ବିବ୍ରତ ନହୋଇ ସୁରକ୍ଷିତ ରହିବାକୁ କୁହାଯାଇଛି।
ପଡ଼ୋଶୀ ଦେଶ ୟୁକ୍ରେନ୍ ଉପରେ ଆକ୍ରମଣ କରିଛି ବିଶ୍ୱର ଅନ୍ୟତମ ମହାଶକ୍ତି ଋଷ୍। ୟୁକ୍ରେନ୍ ରାଜଧାନୀ କିଭ୍ ସମେତ ଅନ୍ୟ କିଛି ସହର ଉପରେ ଆକ୍ରମଣ ପରେ ଏବେ ଥରହର ହେଉଛନ୍ତି ୟୁକ୍ରେନ୍ବାସୀ। ଏନେଇ ଋଷ୍ ରାଷ୍ଟ୍ରପତି ପୁଟିନଙ୍କୁ ଶାନ୍ତି ଓ ଆଲୋଚନାର ପଥ ବାଛିବାକୁ ବିଶ୍ୱ ସମୁଦାୟ ଅନୁରୋଧ କରିଛନ୍ତି।
ଯୁଦ୍ଧ କେବଳ ଯୁଦ୍ଧକ୍ଷେତ୍ରରେ ନୁହେଁ ସୋସିଆଲ ମିଡିଆରେ ବି ଖେଳାଯାଉଛି। ୟୁକ୍ରେନ୍ ଉପରେ ଋଷ୍ ବୋମା ବର୍ଷଣ କରୁଥିବା ବେଳେ କାର୍ଟୁନ୍ ଚିତ୍ରରେ ଜବାବ ଦେଉଛି ୟୁକ୍ରେନ୍।
୨୦୦୧ରେ ଜର୍ଜିଆ, ଆଜରବାଇଜାନ୍ ଓ ମାଲଡୋଭା ପ୍ରଭୃତି ଦେଶକୁ ନେଇ ୟୁକ୍ରେନ GUAM ମେଣ୍ଟ ଗଠନ କରିବା ପରେ ଋଷିଆ କ୍ରୋଧିତ ହୋଇଥିଲା । ଏହା ପୂର୍ବତନ ସୋଭିଏତ୍ ରିପବ୍ଲିକକୁ ନେଇ ଗଠିତ CIS ପ୍ରତି ସିଧାସଳଖ ବିପଦ ଭାବେ ବିବେଚନା କରାଯାଇଥିଲା ।
ୟୁକ୍ରେନରେ ରହୁଥିବା ଭାରତୀୟଙ୍କୁ କିଭ୍(Kyiv) ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି। ‘ୟୁକ୍ରେନରେ ବର୍ତ୍ତମାନର ପରିସ୍ଥିତି ଅତ୍ୟନ୍ତ ଅନିଶ୍ଚିତତାପୂର୍ଣ୍ଣ ରହିଛି। ଦୟାକରି ଆପଣମାନେ ଶାନ୍ତ ଏବଂ ସୁରକ୍ଷିତ ଜାଗାରେ ରୁହନ୍ତୁ।
ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ରିଲିଜ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ଆଲିଆ ଜଣେ ଦେହଜୀବୀ ଭୂମିକାରେ ଅଭିନୟ କରୁଛନ୍ତି। ତେବେ ଏହାପୂର୍ବରୁ ବଲିଉଡ୍ରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ରୂପେଲି ପରଦାରେ କୋଠିବାଲୀ ଭୂମିକାରେ ଅଭିନୟ କରି ଫିଲ୍ମକୁ ହିଟ୍ କରିଛନ୍ତି। ଆସନ୍ତୁ ଜାଣିବା ଏମାନେ କିଏ?
ପାହାନ୍ତାରେ ଫୋନ୍ କଲେ, ପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଲେ । ୟୁକ୍ରେନ ଉପରେ ଆକ୍ରମଣ କରିବା ପୂର୍ବରୁ ପୁଟିନ୍ ପ୍ରଥମେ ବେଲାରୁଷ ରାଷ୍ଟ୍ରପତି ଆଲେକ୍ଜେଣ୍ଡର୍ ଲୁକାସେଙ୍କୋଙ୍କୁ ଫୋନ୍ କରି ସୂଚନା ଦେଇଥିଲେ
ତାଳଚେର ସାଉଥ ବଲଣ୍ଡାରେ ରହୁଥିବା MCL କର୍ମଚାରୀ ଶିଶିର କୁମାର ଦାସ ଓ ତାଙ୍କ ପତ୍ନୀ ନମିତା ଦାସଙ୍କ ପୁଅ ଶ୍ରିତାଂଶୁ । ୟୁକ୍ରେନର ଭିନିତସିୟା ସହରରେ ଥିବା National Pirogov memorial medical Universityରେ ସେ ଡାକ୍ତରୀ ପାଠ ପଢ଼ନ୍ତି
ୟୁକ୍ରେନ୍ ଉପରେ ଋଷିଆ ଆକ୍ରମଣ କରିବା ପରେ ଆଶଙ୍କାରେ ଅଛନ୍ତି ୟୁକ୍ରେନରେ ରହୁଥିବା ବିଦେଶୀ ନାଗରିକ । ଅନେକ ଓଡିଆ ବି ଫସି ରହିଛନ୍ତି । ଏଭଳି ଜଣେ ଛାତ୍ରୀ ହେଉଛନ୍ତି ବର୍ଷାରାଣୀ ଦଳାଇ। ସେଠାକାର ସ୍ଥିତି କ’ଣ ରହିଛି? ସ୍ଥାନୀୟ ସରକାର ତରଫରୁ କି କି ପଦକ୍ଷେପ ନିଆଯାଇଛି ଓଟିଭିକୁ କହିଛନ୍ତି ବର୍ଷା।
ୟୁକ୍ରେନର ଏୟାରଫିଲ୍ଡ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିବା କହିଛି ଋଷିଆ । ଅନ୍ୟପକ୍ଷରେ ୟୁକ୍ରେନ ଋଷିଆର ୫ଟି ଯୁଦ୍ଧ ବିମାନକୁ ଗୁଳି ଖସାଇଦେଇଛି । ୟୁକ୍ରେନର ରାଜଧାନୀ କିବକୁ ବିମାନବନ୍ଦରକୁ ଖାଲି କରାଯାଇଛି ।
ଯେଉଁ କଥାକୁ ଡର ଥିଲା, ଶେଷରେ ତାହା ହିଁ ହେଲା। ସାରା ବିଶ୍ୱରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଏବେ ଆଉ ଏକ ସଙ୍କଟକୁ ନେଇ ବିଶ୍ୱବାସୀ ଚିନ୍ତିତ। ଋଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଯାହାକି ତୃତୀୟ ବିଶ୍ୱ ଯୁଦ୍ଧ ଆ଼ଡକୁ ମୁହାଁଇପାରେ ବୋଲି ଆଶଙ୍କା କରାଯାଉଛି ।
ବିଶ୍ୱର ନଜର ଏବେ ୟୁକ୍ରେନ ଉପରେ। ତେବେ ଟିକିନିକି ଖବର ଜାଣିବା ପାଇଁ ସାରା ଦୁନିଆ ଚାହିଁଥିବା ବେଳେ ଏହି ସାମ୍ୱାଦିକ ଏବେ ଚର୍ଚ୍ଚାରେ। ଏ ଏମିତି ଜଣେ ରିପୋର୍ଟର, ଯିଏ ୬ଟି ଭାଷାରେ ଏକୁଟିଆ ବିଶ୍ୱକୁ ଦେଉଛନ୍ତି ଯୁଦ୍ଧର ଅପଡେଟ୍ ଖବର...