Advertisment

ଋଷ୍-ୟୁକ୍ରେନ୍ ଯୁଦ୍ଧ ବିଭୀଷିକାର ଛାତିଥରା ଦୃଶ୍ୟ...

ଯେଉଁ କଥାକୁ ଡର ଥିଲା, ଶେଷରେ ତାହା ହିଁ ହେଲା। ସାରା ବିଶ୍ୱରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଏବେ ଆଉ ଏକ ସଙ୍କଟକୁ ନେଇ ବିଶ୍ୱବାସୀ ଚିନ୍ତିତ। ଋଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଯାହାକି ତୃତୀୟ ବିଶ୍ୱ ଯୁଦ୍ଧ ଆ଼ଡକୁ ମୁହାଁଇପାରେ ବୋଲି ଆଶଙ୍କା କରାଯାଉଛି ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Ukraine-Russia War

Ukraine-Russia War

ଯେଉଁ କଥାକୁ ଡର ଥିଲା, ଶେଷରେ ତାହା ହିଁ ହେଲା। ସାରା ବିଶ୍ୱରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଏବେ ଆଉ ଏକ ସଙ୍କଟକୁ ନେଇ ବିଶ୍ୱବାସୀ ଚିନ୍ତିତ। ଋଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଯାହାକି ତୃତୀୟ ବିଶ୍ୱ ଯୁଦ୍ଧ ବୋଲି କୁହାଯାଉଛି। ଯୁଦ୍ଧ ନକରିବା ପାଇଁ ଋଷିଆକୁ ଅନେକ ଦେଶ ଅପିଲ୍‌ କରିଥିଲେ। ହେଲେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଏସବୁକୁ ବେଖାତିର କରି ୟୁକ୍ରେନ ଉପରେ ଆକ୍ରମଣ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ୟୁକ୍ରେନରେ ଋଷିଆର ସୈନ୍ୟବାହିନୀ ଧ୍ୱଂସ ଆରମ୍ଭ କରି ଦେଇଛନ୍ତି। ଋଷିଆର ଏଭଳି ପଦକ୍ଷେପ ଦେଖି ୟୁକ୍ରେନ ମଧ୍ୟ ଚୁପ୍‌ ହୋଇ ବସି ନାହିଁ। ଋଷିଆର ୫ଟି ଲଢ଼ୁଆ ବିମାନ ଖସାଇଥିବା ୟୁକ୍ରେନ ଦାବି କରିଛି। ଲୁହାଂସ୍କ ପ୍ରଦେଶରେ ରୁଷୀୟ ବିମାନ ଖସାଇଥିବା ୟୁକ୍ରେନ ଦାବି କରିଛି। ଦୁଇ ଦେଶର ଏହି ଲଢ଼େଇ ମଧ୍ୟରେ ସାଧାରଣଜନତା ଭୟଭୀତ ଓ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଯାହାର କିଛି ଛାତିଥରା ଦୃଶ୍ୟ ଏବେ ସାମ୍ନାକୁ ଆସିଛି।

Advertisment
Ukraine-Russia WarUkraine-Russia War(PTI)

ୟୁକ୍ରେନ ସୀମା ନିକଟରେ ଜଣେ ମହିଳା କାନ୍ଦୁଥିବା ନଜର ଆସିଛି। ଏହାରି ନିକଟରେ ହିଁ ଋଷ୍‌ ସୈନ୍ୟବାହିନୀ ଆକ୍ରମଣ କରିଥିଲେ। ବେଲାଋଷ୍‌ ଦେଇ ଋଷ୍‌ ସୈନ୍ୟ ଏହା ମଧ୍ୟକୁ ପ୍ରବେଶ କରିଥିଲେ।

Ukraine-Russia WarUkraine-Russia War(PTI)

ଋଷିଆର ଆକ୍ରମଣ ପରେ ୟୁକ୍ରେନର କିଭ୍‌ ସହରରେ ଟ୍ରାଫିକ୍ ଜାମ୍ ଦେଖିବାକୁ ମିଳିଛି। ଜରୁରୀ ସାମଗ୍ରୀ କିଣିବା ପାଇଁ ମାର୍କେଟ୍‌ରେ ଲୋକମାନେ ପ୍ରବଳ ଗହଳି କରିଛନ୍ତି।    

Advertisment
Ukraine-Russia WarUkraine-Russia War(PTI)

ୟୁକ୍ରେନର କିଭ୍‌ରେ ମେଟ୍ରୋ ଷ୍ଟେସନରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଋଷିଆର ଆକ୍ରମଣ ପରେ ସହରରେ ଏକ ପ୍ରକାରର ସାଇରନ୍‌ ବାଜି ଥିଲା। ଏମିତିରେ ଲୋକଙ୍କ ପାଖରେ ଘର ବ୍ୟତୀତ ଅନ୍ୟ କିଛି ସୁରକ୍ଷିତ ସ୍ଥାନ ଆଉ କିଛି ନାହିଁ। 

Ukraine-Russia WarUkraine-Russia War(Getty)

ୟୁକ୍ରେନର Kharkivରେ ଋଷିଆର ଏୟାରଷ୍ଟ୍ରାଇକ୍‌ରେ ଏକ ବିଲ୍ଡିଂ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଥିଲା। ଏଥିରେ ଲୋକଙ୍କ ଜୀବନ ଚାଲି ଯାଇଛି। ପରିଜନଙ୍କୁ ହରାଇ ଲୋକମାନେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଯାହାର ଏକ ଦୃଶ୍ୟ ଏବେ ସାମ୍ନାକୁ ଆସିଛି।

Ukraine-Russia WarUkraine-Russia War(Getty)

ଏହା ହେଉଛି ୟୁକ୍ରେନର Mariupol ସହରର ଦୃଶ୍ୟ। ଯେତେବେଳେ ଋଷିଆ ରାଷ୍ଟ୍ରପତି, ୟୁକ୍ରେନ ଉପରେ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ, ସେତେବେଳେ ଋଷ୍‌ ସୈନ୍ୟ ସେନା ଟ୍ୟାଙ୍କ୍‌ ସହ Mariupol ସହରରେ ପ୍ରବେଶ କରିଥିଲେ। 

Ukraine-Russia WarUkraine-Russia War(PTI)

ୟୁକ୍ରେନର Novoluhans'ke ସହରରେ ଋଷ୍‌ ସୈନ୍ୟଙ୍କ ପକ୍ଷରୁ ତୋପ ବର୍ଷଣ କରାଯାଇଥିଲା। ସତେ ଯେମିତି ଏଠାରେ ତୋପର ବର୍ଷା ହୋଇଥିଲା। ଏହାଦ୍ୱାରା ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ପୂର୍ବ ୟୁକ୍ରେନରେ ଥିବା ଏହି ଅଞ୍ଚଳରେ ଯେତେବେଳେ ଋଷ୍‌ ସୈନ୍ୟ ତୋପ ବର୍ଷଣ କରିଥିଲେ, ଅନେକ ଘର କ୍ଷତିଗ୍ରସ୍ତ ହୋଇଥିଲା। ଏଥିରେ ଯାହା କିଛି ଘରର ଆସବାବପତ୍ର ରହି ଯାଇଥିଲା ଲୋକମାନେ ସେସବୁକୁ ନେଇ ଅନ୍ୟ ଏକ ସ୍ଥାନକୁ ଚାଲି ଯାଉଥିବା ଦେଖିବାକୁ ମିଳିଛି।

Ukraine-Russia WarUkraine-Russia War(AP)

ଋଷିଆ ଆକ୍ରମଣ ପରେ ୟୁକ୍ରେନର କିଭ୍‌ ସହରରେ ପେଟ୍ରୋଲ ପାଇଁ ପେଟ୍ରୋଲ ପମ୍ପରେ ଲୋକଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି। ପରିସ୍ଥିତିର ସାମ୍ନା କରିବା ଲାଗି ଲୋକମାନେ ପ୍ରସ୍ତୁତ ହେଉଛନ୍ତି। ପେଟ୍ରୋଲ ପାଇଁ ଲୋକମାନେ ଗାଡ଼ି ଧରି ପେଟ୍ରୋଲ ପମ୍ପରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବା ନଜର ଆସିଛି।

Ukraine-Russia WarUkraine-Russia War(AP)

ୟୁକ୍ରେନର କିଭ୍‌ ସହରରେ ଥିବା  Dnieper ନଦୀ ନିକଟରେ ରାତିରେ ଯେତେବେଳେ ବିସ୍ଫୋରଣ ପରେ ଏକ ପ୍ରକାର ଝଡ଼ ସୃଷ୍ଟି ହୋଇଥିଲା। 

Russia Ukraine Crisis Ukraine Crisis Ukraine Russia War
Advertisment
Advertisment