Advertisment

ଋଷିଆର ଏଲାନେ ଜଙ୍ଗ୍ : ୟୁକ୍ରେନ୍‌ରେ ନିଆଁ, ଧୂଆଁ, ବିସ୍ଫୋରଣର ହୃଦୟ ବିଦାରକ ଚିତ୍ର

ୟୁକ୍ରେନର ଏୟାରଫିଲ୍ଡ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିବା କହିଛି ଋଷିଆ । ଅନ୍ୟପକ୍ଷରେ ୟୁକ୍ରେନ ଋଷିଆର ୫ଟି ଯୁଦ୍ଧ ବିମାନକୁ ଗୁଳି ଖସାଇଦେଇଛି । ୟୁକ୍ରେନର ରାଜଧାନୀ କିବକୁ ବିମାନବନ୍ଦରକୁ ଖାଲି କରାଯାଇଛି ।

author-image
Prangyan Parimita
ଅଦ୍ୟତନ ହୋଇଛି
RussiaUkraineCrisis

RussiaUkraineCrisis

ୟୁକ୍ରେନ୍‌ରେ ଦାଉ ଦାଉ ହୋଇ ଜଳୁଛି ଯୁଦ୍ଧର ଅଗ୍ନି । ଭୟରେ ଥରୁଛନ୍ତି ଦେଶବାସୀ । କେତେବେଳେ ଯେ କେଉଁ ସହରରେ ବୋମା ବିସ୍ଫୋରଣ ହେବ, ଆଉ ଆଖିରେ ଆଗରେ ସୁନାର ସଂସାର ଉଜିଡିଯିବେ, ସେହି ଭୟରେ ଲୋକ । ଭବିଷ୍ୟତ ଅନିଶ୍ଚିତ । ଏପରି ସମୟରେ ଜୀବନ ବଞ୍ଚାଇବା ପାଇଁ ସମସ୍ତେ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି । ନିଜ ପରିବାର ଓ ପିଲାଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯିବା ପାଇଁ ସମସ୍ତେ ଚେଷ୍ଟା ଚଳାଛନ୍ତି ।

Advertisment

ଏବେ ସୁଦ୍ଧା ଋଷିଆ ଆକ୍ରମଣରେ ୭ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି ବୋଲି ୟୁକ୍ରେନ ଦାବି କରିଛି । ଅନ୍ୟପଟେ ୟୁକ୍ରେନ୍‌ରେ ସେନା ପ୍ରବେଶ କରିଛିସାରିଥିବା କହିଛି ଋଷିଆ । ତେବେ ଏହି ଯୁଦ୍ଧ ଭୟ ଭିତରେ ବିନାଶର ଚିତ୍ର ଏବଂ ଭିଡିଓ ଦେଖିବାକୁ ମିଳିଛି । ୟୁକ୍ରେନର ଅନେକ ସହରକୁ କ୍ରୁଜ୍ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ କରାଯାଉଛି ।

ୟୁକ୍ରେନର ଏୟାରଫିଲ୍ଡ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିବା କହିଛି ଋଷିଆ । ଅନ୍ୟପକ୍ଷରେ ୟୁକ୍ରେନ ଋଷିଆର ୫ଟି ଯୁଦ୍ଧ ବିମାନକୁ ଗୁଳି ଖସାଇଦେଇଛି । ୟୁକ୍ରେନର ରାଜଧାନୀ କିବକୁ ବିମାନବନ୍ଦରକୁ ଖାଲି କରାଯାଇଛି । କିଭ୍ ସହିତ, ଖାର୍କିଭ, ଲୁହାନସ୍କ ଏବଂ ଡୋନେକ୍ସ ସହରରେ ବିସ୍ଫୋରଣର ଶବ୍ଦ ଶୁଣାଯାଉଛି । କଳିଭ ସମେତ ୟୁକ୍ରେନ୍‌ର ସମସ୍ତ ବିମାନବନ୍ଦର ବନ୍ଦ ରହିଛି ।

Advertisment

ୟୁକ୍ରେନ ସାମରିକ ଆଇନ ଘୋଷଣା କରିଛି । ଋଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ପରେ ଆମେରିକା ଏବଂ ନାଟୋ ଦେଶ ପକ୍ଷରୁ ଦୃଢ଼ ପ୍ରତିକ୍ରିୟା ପ୍ରକାଶ ପାଇଛି । ନାଟୋ ଦେଶମାନଙ୍କ ସହ ଆଲୋଚନା କରି ଆକ୍ରମଣର ଉପଯୁକ୍ତ ଯବାବ ଦିଆଯିବ ବୋଲି ଆମେରିକା କହିଛି । ନ୍ୟୁୟର୍କରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବୈଠକ ଚାଲିଥିବା ବେଳେ ଏହି ଆକ୍ରମଣ ହୋଇଥିଲା, କିନ୍ତୁ ବର୍ତ୍ତମାନ ଏହି ବୈଠକର କୌଣସି ଅର୍ଥ ନାହିଁ ବୋଲି କୁହାଯାଉଛି।

ଋଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବ ବୋଲି ଯେଉଁ ସନ୍ଦେହ କରାଯାଉଥିଲା, ପରିଶେଷରେ ତାହା ହିଁ ଘଟିଲା । ଦୁଃଖର କଥା, ୟୁକ୍ରେନରେ ସକାଳର ସୂର୍ଯ୍ୟ ଉଦୟ ହୋଇନଥିଲା, ଆକ୍ରମଣ କରିଥିଲା ଋଷିଆ ସେନା । ଡୋନେସ୍କ ସହର ଉପରେ ଆକ୍ରମଣର ଦୃଶ୍ୟ ଖୁବ୍ ହୃଦୟ ବିଦାରକ । ବିସ୍ଫୋରଣ ପରେ ଉଠୁଥିବା ନିଆଁ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଥିଲା । ଏପରିକି ୟୁକ୍ରେନର ମାରିଅପୁଲ ସହରରେ ମଧ୍ୟ ରାତିର ନୀରବତା ମଧ୍ୟରେ ବିସ୍ଫୋରଣର ଭୟାବହ ଶବ୍ଦ ଶୁଣିବାକୁ ମିଳିଥିଲା ।

ବିସ୍ଫୋରଣ ପରେ ଉଠୁଥିବା ଲାଲ୍ ଆଲୋକ ଭୟଭୀତ ଦୃଶ୍ୟକୁ ବର୍ଣ୍ଣନା କରୁଛନ୍ତି । ଲୁହାନସ୍କର ସହରରେ ମଧ୍ୟ ବିନାଶର ଚିତ୍ର ଦେଖିବାକୁ ମିଳିଛି । ଆକ୍ରମଣ ପରେ ସେଠାରେ ଘରଗୁଡିକ ବହୁ କ୍ଷତିଗ୍ରସ୍ତ ହୋଇଛି । ରାଜଧାନୀ କିବରେ ମଧ୍ୟ ବିସ୍ଫୋରଣର ଶବ୍ଦ ଶୁଭିଛି । ଖାର୍କିଭ, କଳିଭ, ଲୁହାନସ୍କ, ମାରିଅପୋଲ ଏବଂ ଡୋନେସ୍କରେ ଋଷିଆ ପ୍ରବଳ ବୋମା ମାଡ କରିଛି ।

ଆକ୍ରମଣ ପରେ ସଫେଇ ଦେଇଛନ୍ତି ଋଷିଆ ରାଷ୍ଟ୍ରପତି । ଯୁଦ୍ଧର ଲକ୍ଷ୍ୟ ୟୁକ୍ରେନର କୌଣସି ନାଗରିକ ନୁହେଁ ବରଂ କେବଳ ୟୁକ୍ରେନର ସାମରିକ ବେସ ବୋଲି ସେ କହିଛନ୍ତି । ସୀମାରେ ବର୍ତ୍ତମାନ ଦୁଇ ଲକ୍ଷରୁ ଅଧିକ ଋଷୀୟ ସେନା ସୀମାରେ ମୁତୟନ ହୋଇଛନ୍ତି। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ୟୁକ୍ରେନରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିସାରିଛନ୍ତି ।

Russia Ukraine Crisis Ukraine Crisis Ukraine Russia War
Advertisment
Advertisment