• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଜୋରଦାର । ୟୁକ୍ରେନ୍‌ ଉପରେ ଆକ୍ରମଣ କରିଛି ଋଷିଆ । ଏହି ସଙ୍କଟ ଉପରେ ସାରା ବିଶ୍ୱର ନେତା ଓ ଲୋକଙ୍କ ନଜର ରହିଛି। ଏହି ଭିତରେ ସୋସିଆଲ ମିଡ଼ିଆରେ ଜଣେ ରିପୋର୍ଟଙ୍କର ଭିଡ଼ିଓ ଭାଇରାଲ ହେଉଛି। ଏହି ରିପୋର୍ଟର ଜଣଙ୍କ ୟୁକ୍ରେନ୍‌ରେ ରହି ରିପୋର୍ଟିଂ କରୁଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ରିପୋର୍ଟର ଜଣକ ଏକଲା ହିଁ ୬ଟି ଭାଷାରେ ରିପୋର୍ଟିଂ କରୁଛନ୍ତି ।

ଯୁଦ୍ଧ ବିଷୟରେ ବିଶ୍ୱକୁ ଟିକିନିକି ଖବର ଦେଉଥିବା ଏହି ରିପୋର୍ଟରଙ୍କର ନାଁ ହେଉଛି ଫିଲିପ କ୍ରୋଥର । ଡେଲି ମେଲ୍‌ର ଏକ ଅନଲାଇନ୍‌ ରିପୋର୍ଟ ମୁତାବକ, ଫିଲିପ୍‌ ଦ ଏସୋସିଏଟେଡ୍‌ ପ୍ରେସ ଗ୍ଲୋବଲ ମିଡ଼ିଆ ସର୍ଭିସେସ ସହ ଜଡିତ । ଏବେ ସେ ୟୁକ୍ରେନର ରାଜଧାନୀ କିବରେ ଅଛନ୍ତି। ସେଠାରୁ ଅନ୍ୟ ମିଡ଼ିଆ ସର୍ଭିସେସ୍‌ ପାଇଁ ମଧ୍ୟ ରିପୋର୍ଟିଂ କରୁଛନ୍ତି । ସବୁଠୁ ଖାସ୍‌ କଥା ଏହା କି, ନିଜର ଭାଇରାଲ ଭିଡ଼ିଓରେ ଫିଲିପ ଭିନ୍ନ ଭିନ୍ନ ୬ଟି ଭାଷାରେ ସୁନ୍ଦର ରିପୋର୍ଟିଂ କରୁଛନ୍ତି ।

ଫିଲିପ୍‌ କ୍ରୋଥର ଇଂରାଜୀ, ଲକ୍ଜମବର୍ଗ, ସ୍ପାନିଶ୍‌, ପର୍ତ୍ତୃଗିଜ୍‌, ଫ୍ରେଞ୍ଚ୍ ଓ ଜର୍ମାନ ସମେତ ୬ ଭାଷାରେ ବଢିଆ ରିପୋର୍ଟିଂ କରି ସାରା ବିଶ୍ୱକୁ ଯୁଦ୍ଧର ଖବର ଦେଉଛନ୍ତି । ନିଜର ଅଫିସିଆଲି ଟ୍ୱିଟର ହ୍ୟାଣ୍ଡଲରେ ଫିଲିପ କ୍ରୋଥର ୬ଟି ଭାଷାରେ ନିଜର ରିପୋର୍ଟିଂର ଏକ ଭିଡ଼ିଓ ସେୟାର କରିବା ପରେ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କର ଏହି ଭିଡ଼ିଓରେ ଅନେକ ନ୍ୟୁଜ୍‌ ସର୍ଭିସେସ୍‌ ପାଇଁ ସେ ରିପୋର୍ଟିଂ କରୁଥିବା ଦେଖିବାକୁ ମିଳିଛି, ଯାହାକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି।

କିବରୁ ହିଁ ଫିଲିପ ରୁଷ୍‌-ୟୁକ୍ରେନ୍‌ ସଙ୍କଟର ରିପୋର୍ଟିଂ କରୁଛନ୍ତି । ତାଙ୍କୁ ଲାଇଭ୍‌ ବା ସୋସିଆଲ ମିଡ଼ିଆରେ ଦେଖୁଥିବା ଦର୍ଶକ ତାଙ୍କୁ ବେଶ ପ୍ରଶଂସା କରୁଛନ୍ତି । ବର୍ତ୍ତମାନ ସାରା ଦୁନିଆର ଲୋକଙ୍କ ନଜର ରୁଷ-ୟୁକ୍ରେନ୍ ଉପରେ ରହିଛି। କିନ୍ତୁ ଫିଲିପ କ୍ରୋଥରଙ୍କର ରିପୋର୍ଟିଂକୁ ଲୋକେ ଗ୍ରହଣ କରି ନେଇଛନ୍ତି।